୫ ବର୍ଷରୁ ଛୋଟ କମ୍‌ ବୟସ୍କ ପିଲା-ଗର୍ଭବତୀ ମହିଳା ଓମିକ୍ରନ୍‌ରେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା…

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୪।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଓମିକ୍ରନ୍‌ ଦ୍ୱାରା ଯୁବବର୍ଗ ଏବଂ ବୟସ୍କ ଲୋକଙ୍କ ସହିତ ୫ ବର୍ଷରୁ କମ ବୟସ୍କ ପିଲା ଓ ଗର୍ଭବତୀ ମହିଳା ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଥର ଏକ ଭିନ୍ନ ଧାରା ଦୃଶ୍ୟମାନ ହେଉଥିବା ବୈଜ୍ଞାନିକ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଓମିକ୍ରନ ଭାରିଆଣ୍ଟ: ପିଲାମାନଙ୍କ ମଧ୍ୟରେ ଓମିକ୍ରନ ପ୍ରକାରଗୁଡିକ ବିଷୟରେ ଏକ ଭୟାନକ ବିଷୟ ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକାର ଡାକ୍ତରମାନେ କହିଛନ୍ତି ଯେ ଏଥର ସଂକ୍ରମଣ ୫ ବର୍ଷରୁ କମ ବୟସ୍କ ପିଲାମାନଙ୍କଠାରେ ଶୀଘ୍ର ବ୍ୟାପୁଛି।

ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କମ୍ୟୁନିକେବଲ ରୋଗ (ଏନ୍‌ଆଇସିଡି)ର ଡାକ୍ତର ୱାସିଲା ଜାସାଟ୍‌ କହିଛନ୍ତି ଯେ, ପିଲାମାନେ କୌଣସି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ସାଧାରଣତଃ କମ ରହିଥାଏ। କରୋନା ମହାମାରୀର ପୂର୍ବ ଲହରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ତୃତୀୟ ଲହରରେ ୫ ବର୍ଷରୁ କମ ପିଲା ଏବଂ ୧୫ ରୁ ୧୯ ବର୍ଷ ବୟସ୍କ ଆକ୍ରାନ୍ତ ହେବା ସହିତ ହସ୍ପିଟାଲରେ ଭର୍ତ୍ତି ହେବାରେ ସଂଖ୍ୟାରେ ବୃଦ୍ଧି ଘଟିଥିଲା।

ବର୍ତ୍ତମାନ ଚତୁର୍ଥ ଲହରରେ ସମସ୍ତ ବୟସ ବର୍ଗରେ ଅଧିକ ସଂକ୍ରମଣର ଧାରା ଦେଖିବାକୁ ମିଳୁଛି। ବିଶେଷ କରି ସାନ ପିଲାମାନଙ୍କଠାରେ ଏହା ଅଧିକ ହେବାର ଆଶଙ୍କା ରହିଛି।
ଛୋଟ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ କାହିଁକି ଶୀଘ୍ର ବ୍ୟାପିଛି ସେନେଇ ଗବେଷଣା କରାଯିବ ବୋଲି ସେ କହିଛନ୍ତି। ହସ୍ପିଟାଲରେ ପିଲାମାନଙ୍କ ପାଇଁ ବେଡ୍‌ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ୮୦ ପ୍ରତିଶତରୁ ଅଧିକ ନୂତନ ମାମଲା ଗୌତେଙ୍ଗ ପ୍ରଦେଶରେ ରେକର୍ଡ କରାଯାଇଛି।

ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ଥିବା ଡାକ୍ତର ସାକିସି ମାଲୁଲେକେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଏଥର ଗର୍ଭବତୀ ମହିଳାଙ୍କ ମଧ୍ୟରେ ସଂକ୍ରମଣ ଶୀଘ୍ର ବ୍ୟାପୁଛି। ଭାରତ ସମେତ ପୃଥିବୀର ପ୍ରାୟ ୩୦ ଟି ଦେଶରେ ଏବେ ଓମିକ୍ରନ୍‌ ଭାରିଆଣ୍ଟ୍‌ ପହଞ୍ଚିଛି। ମିଳିିଥିବା ସୂଚନା ଅନୁଯାୟୀ ୪୦ ବର୍ଷରୁ କମ ବୟସର ଲୋକମାନେ ଏହି ପ୍ରକାରରୁ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହା ସହିତ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଧିକ ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri