୫ ବର୍ଷରୁ ଛୋଟ କମ୍‌ ବୟସ୍କ ପିଲା-ଗର୍ଭବତୀ ମହିଳା ଓମିକ୍ରନ୍‌ରେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା…

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୪।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଓମିକ୍ରନ୍‌ ଦ୍ୱାରା ଯୁବବର୍ଗ ଏବଂ ବୟସ୍କ ଲୋକଙ୍କ ସହିତ ୫ ବର୍ଷରୁ କମ ବୟସ୍କ ପିଲା ଓ ଗର୍ଭବତୀ ମହିଳା ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଥର ଏକ ଭିନ୍ନ ଧାରା ଦୃଶ୍ୟମାନ ହେଉଥିବା ବୈଜ୍ଞାନିକ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଓମିକ୍ରନ ଭାରିଆଣ୍ଟ: ପିଲାମାନଙ୍କ ମଧ୍ୟରେ ଓମିକ୍ରନ ପ୍ରକାରଗୁଡିକ ବିଷୟରେ ଏକ ଭୟାନକ ବିଷୟ ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକାର ଡାକ୍ତରମାନେ କହିଛନ୍ତି ଯେ ଏଥର ସଂକ୍ରମଣ ୫ ବର୍ଷରୁ କମ ବୟସ୍କ ପିଲାମାନଙ୍କଠାରେ ଶୀଘ୍ର ବ୍ୟାପୁଛି।

ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କମ୍ୟୁନିକେବଲ ରୋଗ (ଏନ୍‌ଆଇସିଡି)ର ଡାକ୍ତର ୱାସିଲା ଜାସାଟ୍‌ କହିଛନ୍ତି ଯେ, ପିଲାମାନେ କୌଣସି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ସାଧାରଣତଃ କମ ରହିଥାଏ। କରୋନା ମହାମାରୀର ପୂର୍ବ ଲହରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ତୃତୀୟ ଲହରରେ ୫ ବର୍ଷରୁ କମ ପିଲା ଏବଂ ୧୫ ରୁ ୧୯ ବର୍ଷ ବୟସ୍କ ଆକ୍ରାନ୍ତ ହେବା ସହିତ ହସ୍ପିଟାଲରେ ଭର୍ତ୍ତି ହେବାରେ ସଂଖ୍ୟାରେ ବୃଦ୍ଧି ଘଟିଥିଲା।

ବର୍ତ୍ତମାନ ଚତୁର୍ଥ ଲହରରେ ସମସ୍ତ ବୟସ ବର୍ଗରେ ଅଧିକ ସଂକ୍ରମଣର ଧାରା ଦେଖିବାକୁ ମିଳୁଛି। ବିଶେଷ କରି ସାନ ପିଲାମାନଙ୍କଠାରେ ଏହା ଅଧିକ ହେବାର ଆଶଙ୍କା ରହିଛି।
ଛୋଟ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ କାହିଁକି ଶୀଘ୍ର ବ୍ୟାପିଛି ସେନେଇ ଗବେଷଣା କରାଯିବ ବୋଲି ସେ କହିଛନ୍ତି। ହସ୍ପିଟାଲରେ ପିଲାମାନଙ୍କ ପାଇଁ ବେଡ୍‌ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ୮୦ ପ୍ରତିଶତରୁ ଅଧିକ ନୂତନ ମାମଲା ଗୌତେଙ୍ଗ ପ୍ରଦେଶରେ ରେକର୍ଡ କରାଯାଇଛି।

ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ଥିବା ଡାକ୍ତର ସାକିସି ମାଲୁଲେକେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଏଥର ଗର୍ଭବତୀ ମହିଳାଙ୍କ ମଧ୍ୟରେ ସଂକ୍ରମଣ ଶୀଘ୍ର ବ୍ୟାପୁଛି। ଭାରତ ସମେତ ପୃଥିବୀର ପ୍ରାୟ ୩୦ ଟି ଦେଶରେ ଏବେ ଓମିକ୍ରନ୍‌ ଭାରିଆଣ୍ଟ୍‌ ପହଞ୍ଚିଛି। ମିଳିିଥିବା ସୂଚନା ଅନୁଯାୟୀ ୪୦ ବର୍ଷରୁ କମ ବୟସର ଲୋକମାନେ ଏହି ପ୍ରକାରରୁ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହା ସହିତ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଧିକ ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri