ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର

ପୁରୁଷୋତ୍ତମପୁର,୨୩।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥସାହିରେ ଅଙ୍ଗନୱାଡିକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୧୬ ବର୍ଷ ବିତିଥିଲେ ସୁଧା କେନ୍ଦ୍ରର ଘରଟିଏ ନିର୍ମାଣ ହୋଇପାରୁନାହିଁ। ଯାହାକି ମହିଳା ଓ ଶିଶୁ ମାନଙ୍କ ପ୍ରତି ପ୍ରଶାସନ ଏଠାରେ ବୈମାତ୍ରୁକ ମନୋଭାବ ପୋଷଣ କରୁଥିବା ନେଇ ଜନସାଧାରଣ ଅଭିଯୋଗକରିଛନ୍ତି । କୋମଳମତି ଶିଶୁମାନେ ଦୁର୍ଦିନରେ ଖୋଲା ଆକାଶତଳେ ପାଠ ପଢୁଥିବା ଖବର ପ୍ରକାଶ ପାଇବା ସହ ଏହାକୁ ନେଇ ଅଭିଭାବକ ମାନେ ଗତ ୩୧.୧୦. ୨୦୨୨ ଓ ୨୦୨୩ରେ ଦୁଇଥର  ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଫେରାଦ ହୋଇ  ଧୋବାସାହି ପ୍ରାଥମିକ ବିଦ୍ୟାଳୟ  ପରିଷରରେ  ଥିବା ଅଦରକାରୀ ଶ୍ରେଣୀଗୃହଟି ସିଆସିସିସେଣ୍ଟର ବହିଗୋଦାମଭାବେ ରହିଥିବାରୁ ଏହା ପଞ୍ଚମାସ୍କୁଲ ପରିସରକୁ ସ୍ତାନାନ୍ତର କରି ଏହାକୁ ଅଙ୍ଗନୱାଡିକେନ୍ଦ୍ରକୁ ଯୋଗାଇଦେବା ଲାଗି ଦାବିକରିଥିଲେ। ଜିଲାପାଳ ଦିବ୍ୟଜୋତି ପରିଡା ଶିଶୁଙ୍କ ଏହି ସମସ୍ୟାକୁ ଅତିଗୁରୁତର ସହନେଇ ସାତ ଦିନ ମଧ୍ୟରେ ସ୍କୁଲ ପରିସରେ ଥିବା ଗୃହକୁ ଖାଲିକରି ଅଙ୍ଗନୱାଡିକୁ ଯୋଗାଇଦେବାକୁ ବ୍ଲକଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମାତ୍ର ଏହି ନିର୍ଦ୍ଦେଶକୁ ବ୍ଲକଶିକ୍ଷାଅଧିକାରୀ ବେଖାତିରି କରି ଆଜକୁ ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ଦିନ ବିତିଥିଲେ ସୁଧା ଗୃହ ଯୋଗାଇ ନ ଦେଇ ଚାବିପକାଇ ରଖିଛନ୍ତି। ଅନ୍ୟପକ୍ଷେ, ଗତ ୧୧.୫.୨୦୨୨ରେ ଏନ୍‌ଏସି କାଉନସିଲ ବୈଠକରେ ରଥସାହି ଅଙ୍ଗନୱାଡିରେ ମହିଳା ଓ ଶିଶୁମାନଙ୍କ ଏହିସମସ୍ୟାକୁ ନେଇ ସମସ୍ତ ଜପ୍ରତିନିଧିମାନେ କ୍ଷୋଭ ପ୍ରକାଶକରି ତୁରନ୍ତ ଧୋବାସାହି ସ୍କୁଲ ପରିଷରରେଥିବା ଉକ୍ତ ଘରକୁ ଅଙ୍ଗନୱାଡିକୁ ଯୋଗାଇଦେବାକୁ ଦାବିକରିବାସହ ଏ ନେଇ  ରେଜୁଲେଶନ କରି  ଜିଲାପାଳଙ୍କ ନିକଟକୁ ପଠାଇଥିବାବେଳେ ତାହା ମଧ୍ୟ  ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ  ହୋଇପାରିନାହିଁ। ପ୍ରଶାସନ ମହିଳା ଓ ଶିଶୁଙ୍କ ପ୍ରତି ବୈମାତ୍ରୁକ ମନୋଭାବ ରଖି ଚୁପହୋଇ ବସଛନ୍ତି। ବାରମ୍ବାର ଅଭିଯୋଗ ପରେ ସ୍କୁଲର ଏକ ଛୋଟିଆ କୋଠରୀକୁ କେବଳ ଅଙ୍ଗନୱାଡି ଶ୍ରେଣୀ କରିବାକୁ ଦେଇଛନ୍ତି ଯାହାକିସେହି କୋଠରୀରେ  ପିଲାଙ୍କୁ ବସିବାକୁ ଜାଗାହେଉନାହିଁ ।  ବିଦ୍ୟାଳୟ ଚାଲିବା ସମୟରେ  ଅଙ୍ଗନୱାଡି ଚାଲିବାରେ ସମସ୍ୟା  ଦେଖାଦେଉଛି। ଅପରପକ୍ଷରେ ସ୍କୁଲ ପ୍ରଧାନ ଶିକ୍ଷକ ବାରଣ କରିଥିବା ହେତୁ ଫ୍ୟାନଟିଏ ଲାଗି ପାରୁନାହିଁ । ଯାହାଦ୍ବାରା ଶିଶୁମାନେ ଗରମରେ ବସି ଛଟପଟ ହେବାରେ ଲାଗିଛନ୍ତି । ଏଭଳି ସମସ୍ୟାକୁ ନେଇ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ଅନିଛା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ତିବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। ଯଦି ପ୍ରଶାସନ ତୁରନ୍ତ ଘର ଯୋଗାଇନଦିଏ ତେବେ କୌଣସି ଶିଶୁର କିଛିଅଘଟଣ ଘଟିଲେ ଏଥିଲାଗି ପ୍ରଶାସନ ନିଜେ ହିଁ ଦାଇରହିବେ ବୋଲି ଅଭିଭାବକ ଓ ସାହିବାସିନ୍ଦା ମାନେ ଚେତାବନୀ ଦେଇଛନ୍ତି। ଏଣୁ ତୁରନ୍ତ ଏଥିପ୍ରତି ଜିଲାପାଳ ଓ ମହିଳା ଓ ଶିଶୁକଲ୍ୟାଣ ବିଭାଗଏ ଦିବରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?