ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ ପିଲାଙ୍କ ଖେଳ ଉପରେ ଏବେ ପହରା ଲାଗିଛି। ଛୋଟପିଲାଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ବନ୍ଦ କରିବାରୁ ସମ୍ପୃକ୍ତ କମ୍ପାନୀ ଗୁଡ଼ିକର ଶେୟାର ବଜାରରେ କମିବାରେ ଲାଗିଛି। ସରକାରୀ ନିୟମ ଅନୁସାରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଶୁକ୍ରବାର,ଶନିବାର ଏବଂ ରବିବାର ୧ ଘଣ୍ଟା କରି ମୋଟ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅନ୍‌ଲାଇନ୍‌ ଗେମ୍‌ ଛୋଟପିଲାଙ୍କ ପାଇଁ ଏକ ନିଶାଦ୍ରବ୍ୟ ଭଳି ପାଲଟିଛି। ସେମାନେ ଯେକୌଣସି ମତେ ଅନ୍‌ଲାଇନ୍‌ ଖେଳ ଖେଳିବାକୁ ଚାହୁଁଛନ୍ତି। ପିଲାଙ୍କ ଏଭଳି ସ୍ଥିତି ନେଇ ଅଭିଭାବକମାନେ ମଧ୍ୟ ଚିନ୍ତିତ ରହୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…

କ୍ୱିଭ୍‌, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍‌ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ...

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ...

କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ।...

ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ...

ରୁଷିଆକୁ ଝଟ୍‌କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…

ନ୍ୟୁୟର୍କ,୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ...

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ...

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ...

‘ଡେଥ୍‌ ଭ୍ୟାଲି’: ତଥାପି ଏଠାରେ ଥର୍ମୋମିଟର ସହ ସେଲ୍‌ଫି ନେଉଛନ୍ତି ପର୍ଯ୍ୟଟକ

ସମଗ୍ର ବିଶ୍ୱରେ ଆଜିକାଲି ଉତ୍ତାପ ପର୍ଯ୍ୟଟନର ନୂଆ ଟ୍ରେଣ୍ଡ ଚାଲିଛି। ନ୍ୟୁଜିଲାଣ୍ଡ, ୟୁରୋପ, ଚାଇନା ଏବଂ ଆମେରିକାରେ ଏହାର ଆକର୍ଷଣ ଯଥେଷ୍ଟ ବୃଦ୍ଧି ପାଇଛି। ଏଥିପାଇଁ...

Advertisement
Archives

Model This Week