Posted inଫୁରସତ

୪୦ ବର୍ଷ ପରେ ଏକାଠି ହେଲେ ପିଲାଦିନର ପ୍ରେମ ପକ୍ଷୀ: ଆଉ ତା’ପରେ…

କୁହାଯାଏ, ପ୍ରେମ ଶାଶ୍ୱତ। ପ୍ରକୃତ ପ୍ରେମ କେବେ ହାରେନା। ଏମିତି ଏକ ପ୍ରେମ କାହାଣୀ ବ୍ରିଟେନରେ ଦେଖିବାକୁ ମିଳିଛି। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ ପ୍ରେମ କାହାଣୀ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା। ସେତେବେଳେ ପେନିଙ୍କୁ ୧୬ ବର୍ଷ ଏବଂ ମାର୍କଙ୍କୁ ୧୭ ବର୍ଷ ବୟସ ହୋଇଥିଲା। ଉଭୟ ଏକ ବୋର୍ଡିଂ ସ୍କୁଲରେ ଏକାଠି ଅଧ୍ୟୟନ କରିଥିଲେ। ସେମାନେ ପରସ୍ପରକୁ ଭଲ ପାଉଥିଲେ, କିନ୍ତୁ ପେନିଙ୍କ ବାପ କାରିବିଆନ ପୁଅକୁ ଆଦୌ ପସନ୍ଦ କରୁ ନ ଥିଲେ। ସେ ମାର୍କଙ୍କୁ ତାଙ୍କ ଝିଅ ସହିତ ସମ୍ପର୍କ ଶେଷ କରିବାକୁ କହିଥିଲେ ଏବଂ ଯଦି ସେ ଏହା ନ କରନ୍ତି ତେବେ ତାଙ୍କ ଛାତ୍ରବୃତ୍ତିରୁ ବାତିଲ କରିଦେବେ ବୋଲି ଧମକ ଦେଇଥିଲେ। ଜାତିଭେଦ ହେତୁ ସେମାନଙ୍କ ମା’-ବାପା ସେମାନଙ୍କୁ ପରସ୍ପରଠାରୁ ଅଲଗା ହେବାକୁ ବାଧ୍ୟ କରିଥିଲେ। ପେନି ଉମ୍ବର୍ସଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ସେ ତାଙ୍କ ପ୍ରେମିକ ମାର୍କ ବେଥେଲଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହି ଘଟଣା ପରେ ପେନି ଉମ୍ବର୍ସ ବିବାହ କରିଥିଲେ ଏବଂ ସେମାନେ ଦୁଇଥର ଛାଡପତ୍ର ହୋଇଥିଲା। ମାର୍କ ତାଙ୍କର ଡିଗ୍ରୀ ସମାପ୍ତ କରି ହୋଟେଲ ପରିଚାଳନାରେ ନିଜର କ୍ୟାରିଅର୍‌ ଗଢିଥିଲେ। ସେମାନେ ଅଲଗା ଅଲଗା ଜୀବନରେ ଥିଲେ ମଧ୍ୟ ତାଙ୍କର ପୁରୁଣା ପ୍ରେମ ଶେଷ ହୋଇ ନ ଥିଲା। ୨୦୧୯ରେ ଉଭୟ ଫେସବୁକ ମାଧ୍ୟମରେ ସାକ୍ଷାତ ହୋଇଥିଲେ। ଉଭୟ ପରସ୍ପରକୁ ଚିହ୍ନିଥିଲେ ଏବଂ ସେମାନଙ୍କର ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। କିନ୍ତୁ ୪ ଦଶନ୍ଧି ପରେ ଉଭୟ ପୁଣି ଏକାଠି ହୋଇଛନ୍ତି। ୬୦ ବର୍ଷ ବୟସରେ ଉଭୟ ପୁଣି ଥରେ ସାକ୍ଷାତ ହୋଇଛନ୍ତି। ଏବେ ଦୁହେଁ ବିବାହ କରି ବାକି ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?