Posted inଜାତୀୟ

ଡିଏନଏ ଟେଷ୍ଟରୁ ସନ୍ତାନର ପିତା ନ ହୋଇଥିବା ଜଣାପଡିଲେ ବି ଲାଳନପାଳନ ଦାୟିତ୍ୱରୁ ମିଳିବନି ମୁକ୍ତି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ମହିଳା ଦିଲ୍ଲୀ ହାଇକୋର୍ଟଙ୍କର ୧୭ ଅକ୍ଟୋବର୨୦୨୩ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କୁ ସନ୍ତାନର ଲାଳନପାଳନରୁ ବଞ୍ଚିତ କରିଥିଲେ।

ରେକର୍ଡରେ ଥିବା ଡିଏନଏ ରିପୋର୍ଟ ଅନୁଯାୟୀ ହାଇକୋର୍ଟ କହିଥିଲେ ଆବେଦନକାରୀ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବିବାହ ସମୟରେ ଶିଶୁଟି ଜନ୍ମ ହୋଇଥିଲେ ମଧ୍ୟ ଶିଶୁର ଲାଳନପାଳନ ପାଇଁ ପୁରୁଷ ଦାୟୀ ରହିବେ ନାହିଁ। କାରଣ ଆଇନ ଅନୁଯାୟୀ ଜୈବିକ ପିତା ତାଙ୍କ ସନ୍ତାନର ରକ୍ଷଣାବେକ୍ଷଣ ପାଇଁ ଦାୟୀ ରହିଥାନ୍ତି। ମହିଳାଙ୍କ ଆବେଦନ ଉପରେ ବିଚାର କରି ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ବେଞ୍ଚ ପକ୍ଷରୁ ଦିଆଯାଇଥିବା ଆଦେଶରେ ଉକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ଲୋଡାଯାଇଛି।

ଡିଏନଏ ପରୀକ୍ଷା ଯଥେଷ୍ଟ ନୁହେଁ ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଅପର୍ଣ୍ଣା ଅଜିଙ୍କ୍ୟ ଫିରୋଦିଆ ବନାମ ଅଜିଙ୍କ୍ୟ ଅରୁଣ ଫିରୋଦିଆଙ୍କ ୨୦୨୩ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ବିବାହ ପୂର୍ବରୁ ଗର୍ଭଧାରଣ ସମୟରେ ଯଦି ଜଣେ ପୁରୁଷ ଏବଂ ମହିଳା ଏକାଠି ରୁହନ୍ତି, କିନ୍ତୁ ଡିଏନଏ ପରୀକ୍ଷଣରୁ ଜଣାପଡିଛି ପିଲାଟି ସ୍ବାମୀଙ୍କ ଔରସରୁ ଜନ୍ମ ହୋଇ ନାହାନ୍ତି। ଏପରି ପରିସ୍ଥିତିରେ, ଯେପର୍ଯ୍ୟନ୍ତ ପୁରୁଷଙ୍କ ପାଖରେ ମହିଳାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ଶିଶୁଙ୍କ ରକ୍ଷଣାବେକ୍ଷଣକୁ ଅସ୍ବୀକାର କରିବା ପାଇଁ ଡିଏନଏ ପରୀକ୍ଷା ନିର୍ଣ୍ଣାୟକ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?