ରୋକି ହେଉନାହିଁ ବାଲ୍ୟବିବାହ

ଭୁବନେଶ୍ୱର,୧୬।୨(ବନ୍ଦନା ସେଠୀ): ବିଧାନସଭାର ବଜେଟ ଅଧିବେଶନର ତୃତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ଲିଖିତ ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ମୋଟ ୮ ହଜାର ୧୫୯ ବାଲ୍ୟବିବାହ ହୋଇଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାରେ ସର୍ବାଧିକ ୧,୩୪୭ ବାଲ୍ୟବିବାହ ହୋଇଛି। ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲା ରହିଥିବାବେଳେ, ଏଠାରେ ୯୬୬ ବାଲ୍ୟ ବିବାହ ହୋଇଛି। ସେହିପରି କୋରାପୁଟରେ ୬୩୬, ମୟୂରଭଞ୍ଜରେ ୫୯୪, ରାୟଗଡାରେ ୪୦୮, ବାଲେଶ୍ୱରରେ ୩୬୧, କେନ୍ଦୁଝରରେ ୩୨୮, ନୟାଗଡ଼ ଓ କନ୍ଧମାଳରେ ୩୦୮ ଲେଖାଏ, କଟକରେ ୧୫୪ ବାଲ୍ୟବିବାହ ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ଖୋର୍ଦ୍ଧା ଜିଲା ମଧ୍ୟ ଏହି ତାଲିକାରୁ ବାଦ୍‌ ପଡିନାହିଁ। ଏଠାରେ ଗତ ୬ବର୍ଷ ମଧ୍ୟରେ ୧୧୦ ବାଲ୍ୟବିବାହ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ତେବେ ସରକାର ବାଲ୍ୟବିବାହକୁ ରୋକ ଲଗାଇବା ପାଇଁ ବ୍ଲକସ୍ତରରେ, ଅଙ୍ଗନଓ୍ବାଡିରେ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତି ୩ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓ, ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍‌ ଅଫିସର, ଓ୍ବାର୍ଡେନ୍‌/ମାଟ୍ରନ ଅଫ୍‌ ରେସିଡେନ୍ସିଆଲ୍‌ ହଷ୍ଟେଲଗୁଡ଼ିକୁ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବେ ସୂଚିତ କରାଯାଇଛି। ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ/ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଭାବେ ସୂଚୀତ କରାଯାଇଥିବା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଏନେଇ ଶିଶୁ ଅଧିକାରୀ କର୍ମୀ ଘାସିରାମ ପଣ୍ଡା କହିଛନ୍ତି, ସରକାର ଏବେ ବାଲ୍ୟବିବାହକୁ ନେଇ ସଚେତନ ଅଛନ୍ତି। କିନ୍ତୁ ବିଧାନସଭାରେ ବାଲ୍ୟବିବାହର ଯେଉଁ ତଥ୍ୟ ରଖାଯାଇଛି, ବାସ୍ତବରେ ଓଡ଼ିଶାରେ ବାଲ୍ୟବିବାହ ହାର ଏହାଠାରୁ ଯଥେଷ୍ଟ ଅଧିକ। ତେଣୁ ଏନେଇ ସରକାରଙ୍କୁ ଆହୁରି କଡ଼ା ପଦକ୍ଷେପ ନେବାକୁ ପଡ଼ିବ। ତେବେ ଚଳିତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷକମାନଙ୍କୁ ନୂଆ କରି ବାଲ୍ୟବିବାହ ରୋକିବା ଦାୟିତ୍ୱ ପ୍ରଦାନ କରାଯାଇଛି। ଫଳରେ ତଦାରଖ ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ। ଗତ ଅକ୍ଟୋବରରେ ସୁପ୍ରିମକୋର୍ଟ ବାଲ୍ୟବିବାହ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଜିଲାରେ ଅତି କମ୍‌ରେ ଜଣେ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ଦାୟିତ୍ୱ ନେବେ। ସେହିପରି ବିଦ୍ୟାଳୟଗୁଡ଼ିକରେ ଯୌନ ଶିକ୍ଷାର ପାଠ୍ୟକ୍ରମ ଯୋଡ଼ାଯିବା ଆବଶ୍ୟକ। କେବଳ କିଶୋରୀମାନଙ୍କୁ ଏଥିରେ ସାମିଲ ନ କରି ଉଭୟ କିଶୋର ଏବଂ ଅଭିଭାବକମାନଙ୍କ ସହ ଯୋଡ଼ି ହେବାକୁ ପଡ଼ିବ ବୋଲି ପଣ୍ଡା କହିଛନ୍ତି।
ଅପରପକ୍ଷେ ରାଜ୍ୟରେ ଗତ ୬ବର୍ଷ ମଧ୍ୟରେ ୩୨୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ତଥ୍ୟ ମଧ୍ୟ ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଛନ୍ତି। ସର୍ବାଧିକ ୪୦ଜଣ ଶିଶୁ ଶ୍ରମିକ ଝାରସୁଗୁଡାରୁ ଉଦ୍ଧାର ହୋଇଥିବାବେଳେ, ଖୋର୍ଦ୍ଧାରୁ ୩୫ଜଣ, କଟକରୁ ୨୯, ଗଞ୍ଜାମରୁ ୨୬ ଏପରି ମୋଟ ୩୨୮ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି କହିଛନ୍ତି, ରାଜ୍ୟରେ ଶିଶୁ ଶ୍ରମିକ ଆଇନ ଲାଗୁ ହୋଇପାରୁ ନାହିଁ। ପୋଲିସ କେସ୍‌ କରୁନି, କେବଳ ଡାଏରୀ ମେଣ୍ଟେନ କରିକି ଛାଡ଼ି ଦେଉଛି। ତେଣୁ ସ୍ଥିତିରେ ସୁଧାର ଆସୁନି। ୧୮ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ ଏବଂ ମାଗଣା କରାଗଲେ ସ୍ଥିତିରେ କିଛିଟା ସୁଧାର ଆସିପାରେ। ପିଲାମାନଙ୍କୁ କେବଳ ଉଦ୍ଧାର କଲେ ହେବ ନାହିଁ, ସେମାନଙ୍କ ପାଇଁ ବିଧିବଦ୍ଧ ବ୍ୟବସ୍ଥା ଆଣିବା ଦରକାର। ଉଭୟ ସରକାର ଏବଂ ସାମାଜିକ ସଂଗଠନଗୁଡ଼ିକ ମିଳିତ ଭାବେ କାମ କରିବା ଦରକାର। କିଶୋର ନ୍ୟାୟ ଆଇନ୍‌ ୨୦୧୫ (ଧାରା ୭୯), ଶିଶୁ ଶ୍ରମିକ ନିରୋଧ ଆଇନ, ୨୦୧୬ (ଧାରା ୧୪)କୁ କଡ଼ାକଡ଼ି ଭାବେ ପାଳନ କରାଗଲେ ଶିଶୁ ଶ୍ରମିକ ପ୍ରଥା ବନ୍ଦ ହୋଇପାରିବ ବୋଲି ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?