Posted inଜାତୀୟ

ଘନଉଛି ଶିଶୁ ଅପପୁଷ୍ଟି ସଙ୍କଟ

ନୂଆଦିଲ୍ଲୀ, ୯ା୫(ଆଇଏଏନ୍‌ଏସ୍‌) : କରୋନାର ଘାତକ ଦ୍ୱିତୀୟ ଲହର ଆଗକୁ ଭାରତ ପାଇଁ ଆହୁରି ମାରାତ୍ମକ ସ୍ଥିତି ସୃଷ୍ଟି କରିବ। ବିଶେଷକରି ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବ। ସମ୍ପ୍ରତି ଭାରତରେ ଉକ୍ତ ବୟସ ବର୍ଗର ଶିଶୁଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଅପପୁଷ୍ଟିର ଶିକାର ହେଉଥିବାବେଳେ କରୋନା ଯୋଗୁ ପୋଷଣ ସମସ୍ୟା ଜଟିଳ ହେବ ବୋଲି ୟୁନାଇଟେଡ୍‌ ନେସନ୍ସ ଚିଲ୍‌ଡ୍ରେନ୍‌ ଫଣ୍ଡ୍‌ (ୟୁନିସେଫ୍‌) କହିଛି। କରୋନା କାଳରେ ଭୀଷଣ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ଭାରତ ଆଗାମୀ ଦିନରେ ବଡ଼ ଆହ୍ବାନର ସମ୍ମୁଖୀନ ହେବ। କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦ ଆଣିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇସାରିଥିବାବେଳେ ଏବେ ଘାତକ ସାଜିଥିବା ଦ୍ୱିତୀୟ ଲହର ଶିଶୁଙ୍କ ପୋଷଣଜନିତ ସଙ୍କଟକୁ ଡାକି ଆଣିବ। ବିଶେଷକରି ୫ ବର୍ଷରୁ କମ୍‌ ବୟସର ଶିଶୁ ଘୋର ଅପପୁଷ୍ଟିର ଶିକାର ହେବେ ବୋଲି ୟୁନିସେଫ୍‌ ଚିନ୍ତା ବ୍ୟକ୍ତ କରିଛି।
ପ୍ରତିବର୍ଷ ଭାରତରେ ପ୍ରାୟ ୩ କୋଟି ମହିଳା ଗର୍ଭବତୀ ହେବା ସହ ୨ କୋଟି ୭୦ ଲକ୍ଷ ଶିଶୁ ଭୂମିଷ୍ଠ ହୋଇଥାନ୍ତି। ପ୍ରସବ ସମୟରେ ଗର୍ଭବତୀମାନଙ୍କୁ ଜୀବନ ରକ୍ଷାକାରୀ ସେବା ଯୋଗାଣ ବ୍ୟବସ୍ଥାର ସୁବିଧା ଦେବା କଷ୍ଟକର ହୋଇପଡ଼ିବ ବୋଲି ଭାରତରେ ୟୁନିସେଫ୍‌ ପ୍ରତିନିଧି ୟଶମିନ୍‌ ଅଲ୍ଲୀ ହକ୍‌ ଶୁକ୍ରବାର କହିଛନ୍ତି। ହସ୍ପିଟାଲରେ ବିପୁଳ ସଂଖ୍ୟାରେ କୋଭିଡ୍‌ ରୋଗୀ ଭର୍ତ୍ତି ହୋଇଥିବାବେଳେ ଗର୍ଭବତୀ ମହିଳାମାନେ ଠିକ୍‌ ସମୟରେ ଜରୁରୀ ଡାକ୍ତରୀ ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ସିଧାସଳଖ ମା’ ଓ ଶିଶୁର ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ। ଦେଶରେ ରେକର୍ଡ ଭାଙ୍ଗିଚାଲିଥିବା କରୋନା ସଂକ୍ରମଣ ଓ ଏଥିଜନିତ ମୃତ୍ୟୁରେ ମଧ୍ୟ ଶିଶୁ ପ୍ରଭାବିତ। ଛୋଟବେଳୁ ମା’ବାପାଙ୍କୁ ହରାଉଥିବା ଶିଶୁମାନେ ଉପଯୁକ୍ତ ଯତ୍ନ ଅଭାବରୁ ମଧ୍ୟ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ। ମାତାପିତା ନ ଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ରୂପେ ଗ୍ରହଣ କରି ଅନେକେ ସେମାନଙ୍କୁ ଚାଲାଣ କରିବା ତଥା ଆପରାଧିକ କାର୍ଯ୍ୟକଳାପରେ ଲଗାଉଥିବା ଖବର ମଧ୍ୟ ନଜରକୁ ଆସୁଛି। ଏହା ବେଶ୍‌ ଚିନ୍ତାଜନକ ବୋଲି ୟଶମିନ୍‌ ଅଲ୍ଲୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାଠାରୁ ପ୍ରାୟ ୨୪ କୋଟି ୭ ଲକ୍ଷ ପିଲା ଏବେ ଦୂରେଇ ରହିଛନ୍ତି। ଅନ୍‌ଲାଇନ ଯୋଗେ ଶିକ୍ଷାଦାନ ହେଉଥିଲେ ହେଁ ଅନେକେ ଏହି ଡିଜିଟାଲ ଶିକ୍ଷା ପାଇପାରୁନାହାନ୍ତି। ଏଥିଯୋଗୁ ଭାରତରେ କୋଟି କୋଟି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ବୋଲି ୟୁନିସେଫ୍‌ କହିଛି। ଲକ୍‌ଡାଉନ୍‌ ଭଳି କଟକଣା ଯୋଗୁ ଘରେ ଆବଦ୍ଧ ରହୁଥିବା ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବା ସହ ଅନେକେ ଘରୋଇ ହିଂସାର ଶିକାର ହେଉଛନ୍ତି। ଭାରତରେ ଯାହା ଘଟୁଛି ତାହା ସମସ୍ତଙ୍କ ପାଇଁ ସତର୍କଘଣ୍ଟି ବଜାଇଛି। ମହାମାରୀ
ଏତେ ଶୀଘ୍ର ଶେଷ ହେବା ଭଳି ଲାଗୁନି। ଏଭଳି ବିପଦ ସମୟରେ ସବୁ ଦେଶ ଏକାଠି ହୋଇ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ବିଶ୍ୱବ୍ୟାପୀ ଶିଶୁମାନଙ୍କୁ ମାନବିକ ସହାୟତା ପ୍ରଦାନକାରୀ ଜାତିସଂଘର ଏହି ସଂସ୍ଥା ଆହ୍ବାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?