କରୋନା ଚିକିତ୍ସା ବାବଦକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗ୍ରହଣ କରିବ ଚିକିତ୍ସାଳୟ

ନୂଆଦିଲ୍ଲୀ:  ଦେଶରେ କରୋନା ମହାମାରୀର ୨ୟ ଲହର ଦ୍ରୁତଗତିରେ ବ୍ୟାପିବା ସହ ଶହଶହ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନଗଦ କାରବାର କଟକଣା ରୋଗୀର ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି। ଏଭଳି କିଛି ସମସ୍ୟା ସରକାରଙ୍କ ନଜରକୁ ଆସିବା ପରେ ସରକାର କୋଭିଡ୍‌-୧୯ ଚିକିତ୍ସା ବାବଦକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କାକୁ ଚିକିତ୍ସାଳୟଗୁଡ଼ିକ ଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସହ ନଗଦ ଅର୍ଥ କାରବାର ଓ ଗ୍ରହଣକୁ ଅନୁମତି ପ୍ରଦାନ କରାଯାଇଛି। ଏହି ନୂତନ ନିୟମାବଳୀ ଭାରତରେ ଥିବା ସମସ୍ତ ଡାକ୍ତରଖାନା ଓ ନର୍ସିଂହୋମଗୁଡ଼ିକ ପାଇଁ ପ୍ରଯୁଜ୍ୟ ବୋଲି ଜଣାପଡ଼ିଛି। ଏପ୍ରିଲ ୧ରୁ ମେ ୩୧ ପର୍ଯ୍ୟନ୍ତ ସେମାନେ ଏଭଳି ପ୍ରାପ୍ୟ ଅର୍ଥ ଗ୍ରହଣ କରିପାରିବେ ବୋଲି ସୂଚନା ମିଳିଛି। ଏହି ନୂତନ ନିୟମାବଳୀ ଅନୁସାରେ ଆୟକର ବିଭାଗ କହିଛି, ଏଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ବା କୋଭିଡ୍‌ କେୟାର ସେଣ୍ଟରଗୁଡିକ ରୋଗୀ ଓ ଅର୍ଥ ଦେଉଥିବା ବ୍ୟକ୍ତିଙ୍କର ପାନ୍‌ କିମ୍ବା ଆଧାର ନମ୍ବର ରଖି ଏହାର ବ୍ୟବହାର କରିପାରିବେ। ଏହାଛଡ଼ା ରୋଗୀ ଓ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମ୍ପୃକ୍ତ ଚିକିତ୍ସାଳୟ ସବିଶେଷ ଭାବେ ଅବଗତ ହେବା ଜରୁରୀ ବୋଲି କୁହାଯାଇଛି।
ଏ ସମ୍ପର୍କରେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ରୋଗୀମାନଙ୍କୁ କରୋନା ଚିକିତ୍ସା ଯୋଗାଉ ଦେଉଥିବା ହସ୍ପିଟାଲ, ଡିସ୍ପେନ୍ସରି, ନର୍ସିଂହୋମ୍‌, କୋଭିଡ୍‌ କେୟାର ସେଣ୍ଟର ଭଳି ଅନୁଷ୍ଠାନ ନିମନ୍ତେ ଏହି ନିୟମ ଆୟକର ଆଇନର ଧାରା ୨୬୯ ଏସ୍‌ଟି ଲାଗୁ ବୋଲି କୁହାଯାଇଛି। ପୂର୍ବରୁ ଗୋଟିଏ ଦିନରେ ବା ଗୋଟିଏ ଥରରେ କିମ୍ବା ଗୋଟିଏ କେସ୍‌ ନିମନ୍ତେ ଥରକୁ ଥର ୨ ଲକ୍ଷ ବା ତା’ଠାରୁ ଅଧିକ ନଗଦ ଅର୍ଥ ଗ୍ରହଣ ଉପରେ ଆୟକର ବିଭାଗ ଏହି ଧାରା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ଏକ ପ୍ରକାର କଟକଣା ଜାରି କରିଥିଲା। ଦେଶରେ କଳାଟଙ୍କାର କାରବାରକୁ ରୋକିବା ପାଇଁ ୨୦୧୭ରେ କେନ୍ଦ୍ର ସରକାର ଏହି କଟକଣା ଜାରି କରିଥିଲେ। ବର୍ତ୍ତମାନ ସମୟରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଉକ୍ତ କଟକଣା କୋହଳ କରାଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri