Posted inଖେଳ

ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ୟୁକେ ଯିବ: ଖେଳାଳିଙ୍କ ସହ ପରିବାର ଯିବେ

ନୂଆଦିଲ୍ଲୀ,୯।୫(ପି.ଟି.): ଏକ ମାରାଥନ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ) ଯିବ। ଜୁନ୍‌ ୨ରେ ଦଳ ଇଂଲଣ୍ଡ ଯାତ୍ରା ଆରମ୍ଭ କରିବ। ଏହି ସାଢେ ୩ ମାସ ବିଶିଷ୍ଟ ଦୀର୍ଘ ଗସ୍ତରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ସମେତ ମୋଟ ଉପରେ ୬ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ଭାରତୀୟ ଦଳର ସଦସ୍ୟମାନେ ୮ ଦିନିଆ ହାର୍ଡ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।
ୟୁକେରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ୧୦ ଦିନିଆ ସଫ୍ଟ କ୍ୱାରାଣ୍ଟାଇନରେ ରହିବେ। ଏହି ଅବସରରେ ଟ୍ରେନିଂ କରିବାକୁ ଅନୁମତି ଦିଆଯିବ। ବିସିସିଆଇ ଏହି କ୍ୱାରାଣ୍ଟାଇନ୍‌ର ଅବଧି ନେଇ ଆଲୋଚନା ଜାରି ରଖିଛି। ଇଂଲଣ୍ଡ ଗସ୍ତ ଆରମ୍ଭ କରିବା ପୂର୍ବରୁ ଦଳର ସଦସ୍ୟମାନେ ହୋଟେଲ ରୁମ୍‌ରେ ୮ ଦିନିଆ ହାର୍ଡ କ୍ୱାରାଣ୍ଟାଇନ୍‌ରେ ରହିବେ। ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିବସରେ ହେବାକୁ ଥିବା ଆରଟି- ପିସିଆର ଟେଷ୍ଟରେ ଖେଳାଳିମାନଙ୍କର ରିପୋର୍ଟ ନେଗେଟିଭ ଆସିବା ନିହାତି ଜରୁରୀ। ଏହାପରେ ଯାଇ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଇପାରିବେ ବୋଲି ଶନିବାର ବିସିସିଆଇ ତରଫରୁ କୁହାଯାଇଛି।
ଗୋଟିଏ ବବଲରୁ ଖେଳାଳିମାନେ ଆଉ ଗୋଟିଏ ବବଲକୁ ଯିବେ। ତେଣୁ ଇଂଲଣ୍ଡରେ ୧୦ ଦିନିଆ କ୍ୱାରାଣ୍ଟାଇନକୁ କମାଇବାର ଆବଶ୍ୟକତା ରହିଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି। ଏହି ଅବସରରେ ଖେଳାଳିମାନେ ଟ୍ରେନିଂ କରିପାରିବେ। ସାଉଥାମ୍ପଟନର ହୋଟେଲ ହିଲଟନରେ ଖେଳାଳିମାନେ ରହିବେ। ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଜୁନ୍‌ ୧୮ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ୧୦ ଦିନିଆ କ୍ୱାରାଣ୍ଟାଇନ ଧାର୍ଯ୍ୟ କରାଯାଏ ତାହାହେଲେ ଭାରତୀୟ ଖେଳାଳିମାନେ ଜୁନ୍‌ ୧୩ ତାରିଖରୁ ସହରରେ ବୁଲି ପାରିବେ। ଗସ୍ତ ବହୁତ ଲମ୍ବା ହୋଇଥିବାରୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଗସ୍ତ ଆରମ୍ଭରୁ ଖେଳାଳିଙ୍କ ସହ ଓ୍ବାଗ ଓ ପିଲାମାନେ ଯିବେ କି ନାହିଁ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ। କାରଣ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜୁନ୍‌ ୨୨ ରେ ଶେଷ ହେବ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ। ଦୁଇଟି ଇଭେଣ୍ଟ ମଧ୍ୟରେ ମାସେ ଅଧିକ ସମୟ ତଫାତ ରହୁଥିବାରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ।
ଗସ୍ତ ପୂର୍ବରୁ ଖେଳାଳି ପ୍ରଥମ ଡୋଜ୍‌ ଟିକା ନେବେ
ୟୁକେ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳିମାନେ ଟିକାର ପ୍ରଥମ ଡୋଜ ନେବେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ତେବେ ବରୁଣ ଚକ୍ରବର୍ତ୍ତୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଟିକା ନେବା ସମ୍ଭବ ହେବ ନାହିଁ। ନେଗେଟିଭ ରିପୋର୍ଟ ଆସିବାର ନିର୍ଦ୍ଧାରିତ ସମୟ ପରେ ଟିକା ନେବାର ନିୟମ ରହିଛି। ଯଦି କ୍ରିଷ୍ଣା ମେ’ ୧୮ କିମ୍ବା ୨୦ ବେଳକୁ ନେଗେଟିଭ ହୋଇଥିବେ ତେବେ ଏହାର ୪ ସପ୍ତାହ ପରେ ସେ ପ୍ରଥମ ଡୋଜର ଟିକା ନେଇପାରିବେ। ଯଦି ସବୁ ଭାରତୀୟ ଖେଳାଳି ଦେଶରେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେବେ ତା’ହେଲେ ୟୁକେରେ ଦ୍ୱିତୀୟ ଡୋଜ ନେବା ସହଜ ହେବ। କାରଣ କୋଭିଶିଲ୍ଡ ହେଉଛି ଅକ୍ସଫୋର୍ଡର ଭ୍ୟାକ୍ସିନ।
ଡବ୍ଲ୍ୟୁଟିସି ଫାଇନାଲ ଦେଖିବେ ଗାଙ୍ଗୁଲି, ଜୟ ଶାହା
ସାଉଥାମ୍ପଟନରେ ଆୟୋଜନ ହେବାକୁ ଥିବା ଡବ୍ଲ୍ୟଟିସି ଫାଇନାଲ ଦେଖିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ୟୁକେ ଯିବେ। ଫାଇନାଲ ମ୍ୟାଚ୍‌ ଅବସରରେ ଏହି ଦୁଇ କ୍ରିକେଟ ପ୍ରଶାସକ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଏଥିସହିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ୩୧ଟି ମ୍ୟାଚ୍‌ ୟୁକେରେ ଆୟୋଜନ ପାଇଁ ଗାଙ୍ଗୁଲି ଓ ଶାହା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପଦାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?