Advertisement
Posted inଜାତୀୟ

ମୁଲାୟମଙ୍କ ପରଲୋକ…

ନୂଆଦିଲ୍ଲୀ/ଗୁରୁଗ୍ରାମ,୧୦।୧୦ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସୋମବାର ପୂର୍ବାହ୍ନ ୮ଟା ୨୦ରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗତ ୧୦ ଦିନ ଧରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ (ସିସିୟୁ)ରେ ଚିକିତ୍ସିତ ହେଉଥିଲେ।

କିଡ଼ନୀ ସମସ୍ୟା ସହିତ ତାଙ୍କର ଅନ୍ୟ ସମସ୍ୟା ମଧ୍ୟ ଥିଲା। ଏହାଯୋଗୁ ତାଙ୍କ ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇପଡ଼ିଥିଲା।
ସମାଜବାଦୀ ପାର୍ଟିର ଟୁଇଟର ହ୍ୟାଣ୍ଡେଲରେ ଅଖିଳେଶ ଯାଦବ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

୧୯୬୭ ରେ ମୁଲାୟମ ପ୍ରଥମ ଥର ପାଇଁ ଜଣେ ବିଧାୟକ ହୋଇଥିଲେ। ସେ ଆଠ ଥର ବିଧାୟକ ଏବଂ ସାତଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ସେ ତିନିଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଦୁଇଥର କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମୁଲାୟମ ସିଂ ଯାଦବ ସୀମାକୁ ଯାଇ ସେନାବାହିନୀଙ୍କର ହୃଦୟ ଜିତିଥିଲେ।

୧୯୩୯ ନଭେମ୍ବର ୨୨ରେ ସେ ଇଟଓ୍ବା ଜିଲାର ସାଫାଇ ଗାଁରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ, ଏନ୍‌ଆର୍‌ସିକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା

ନୂଆଦିଲ୍ଲୀ,୪ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସୋମବାର ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ...

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ...

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ...

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ...

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଜଙ୍ଗଲରାଜ ଚାଲିଛି ବୋଲି ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର...

ଭାରତ-ଚାଇନା ସୈନ୍ୟ ସଂଘର୍ଷ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଭାରତ-ଚାଇନା ସୀମାର ସିକିମ୍‌ ସେକ୍ଟର ଅନ୍ତର୍ଗତ ନାକୁଲା ଗିରିପଥରେ ଉଭୟ ପକ୍ଷ ସେନା ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଛନ୍ତି। ଉଭୟ...

ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି...

ଶିବମୋଗାରେ ବଢ଼ୁଛି ଉତ୍ତେଜନା: ୩ଅଭିଯୁକ୍ତ ଗିରଫ, ଏନ୍‌ଆଇଏ ଯାଞ୍ଚ ଦାବି

ବେଙ୍ଗାଲୁରୁ,୨୧।୨: କର୍ନାଟକରେ ହିଜାବ ବିବାଦ ପରେ ଏବେ ନିର୍ବାଚନୀ ହିଂସା କୁହୁଳିବାରେ ଲାଗିଛି। ରବିବାର ଶିଭମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ହତ୍ୟା କରାଯିବା ପରେ...

Advertisement
Archives

Model This Week