ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ୱ ଦେଲେ ସରକାର, ସମ୍ଭାଳିବେ ଶ୍ରୀ ମନ୍ଦିର…

ଭୂବନେଶ୍ୱର,୧୩।୮: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ସଚିବ ସହିତ ଅତିରିକ୍ତ ଭାବେ ସେ ଏହି ଦାୟିତ୍ୱ ତୁଲାଇବେ।

ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି।

ଆଇନ ଅନୁଯାୟୀ ପରିଚାଳନା କମିଟିରେ ଗଜପତି ମହାରାଜା, ପୁରୀ (ଅଧ୍ୟକ୍ଷ), ଜିଲାପାଳ, ପୁରୀ (ଉପାଧ୍ୟକ୍ଷ), ମନ୍ଦିର ପରିଚାଳନା, ସଦସ୍ୟ, କୋଷାଦାୟ(ଏଣ୍ଡୋମେଣ୍ଟ) ଆୟୁକ୍ତ ଅନ୍ୟ ସେବାୟତ ଏବଂ ମୁକ୍ତିମଣ୍ଡପର ସଦସ୍ୟ ମଧ୍ୟ ରହିଛନ୍ତି।

ଅନ୍ୟପଟେ ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମଙ୍ଗଳବାର ସରକାର ସୂଚନା ଦେଇଛନ୍ତି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସେମାନଙ୍କୁ ଭିଡିଓ ଦେଖାଇ ୩ ଜଣିଆ କମିଟି ପଚରାଉଚରା କରୁଛି। ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ଭିତରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri