Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପିଏମ ସୂର୍ଯ୍ୟ ଘର ଯୋଜନାରେ ଏମିତି ପାଇବେ ଲାଭ

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ସବସିଡି ଉପରେ ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଅତିରିକ୍ତ ସୁବିଧା ସରକାର ରାଜ୍ୟବାସୀଙ୍କୁ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନେତୃତ୍ୱରେ ନିଆଯାଇଥିବା ଏହି ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ କେତେ ଲାଭଦାୟକ ହେବ ଆସନ୍ତୁ ଜାଣିବା ।

ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି ବିଷୟରେ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ କୁହାଯାଇଛି ଯେ, ସାଧାରଣ ଲୋକଙ୍କୁ ବିଦ୍ୟୁତ ବିଲରୁ ଆଶ୍ୱସ୍ତି ଯୋଗାଇବା ପାଇଁ ‘ପିଏମ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ’ ଯୋଜନା ଚାଲିଛି। 2KW, 3KW, 4KW, 5KW ର ସୌର ରୁଫଟପ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ଗ୍ରାହକଙ୍କୁ ମଧ୍ୟ କେନ୍ଦ୍ର ଏବଂ ୟୁପି ସରକାର ସବସିଡି ପ୍ରଦାନ କରୁଛନ୍ତି।

କେନ୍ଦ୍ର ସରକାର ଦେଇଥିବା ସବସିଡି ବ୍ୟତୀତ ୩୦ହଜାର ଟଙ୍କା ଅଲଗା ଅନୁଦାନ ପ୍ରଦାନ କରାଯିବ। ଏହାର ଅର୍ଥ ହେଉଛି 2KW ରେ ମୋଟ ୯୦ହଜାର ଟଙ୍କା ସବସିଡି ଉପଲବ୍ଧ ହେବ। ୩,୪ ଏବଂ 5KW ରେ କେନ୍ଦ୍ର ସରକାରଙ୍କ ତରଫରୁ ୭୮ ହଜାର ଟଙ୍କା ସବସିଡି ଉପଲବ୍ଧ ଥିବାବେଳେ ରାଜ୍ୟ ସରକାର ୩୦ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ। ଯେଉଁଥିପାଇଁ ମୋଟ ରାଶି ୧ ଲକ୍ଷ ୮ ହଜାର ଟଙ୍କା ହେବ।

ପିଏମ-ସୂର୍ଯ୍ୟ ଘର ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା, ଯେଉଁଥିରେ ଲକ୍ଷ୍ୟ ହେଉଛି ୧ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା। ଯାହା ମାଗଣା ବିଦ୍ୟୁତ ସୁବିଧା ଯୋଗାଇବ। ଏହି ଯୋଜନା ଅଧୀନରେ ଯଦି ଆପଣ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାନ୍ତି, ତେବେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ବର୍ଗରେ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବେ। ଏଏହା ସହ ସାଧାରଣ ଜନତା ବାର୍ଷିକ ୧୮ ହଜାର ଟଙ୍କା ସଞ୍ଚୟ କରିବେ ଏବଂ ସରକାରଙ୍କ ସବୁଜ ଶକ୍ତିର ସ୍ବପ୍ନ ଶୀଘ୍ର ପୂରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri