ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର,୨।୧(ବ୍ୟୁରୋ): ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ପୁରୀ ଧାମରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତିି। ଏହି ପ୍ରସ୍ତାବିତ ବନ୍ଦର ପାଇଁ ରାଜ୍ୟ ସରକାର ଜମି ଚହ୍ନଟ କରିଛନ୍ତି। ଏହା ଯେପରି ରେକର୍ଡ ସମୟରେ ସମ୍ପୂର୍ଣ୍ଣ ହେବ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଏହି ବିମାନବନ୍ଦରକୁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପୁରୀ ହିନ୍ଦୁମାନଙ୍କର ପବିତ୍ର ୪ ଧାମ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱର ଅନୁକୋଣରୁ ଯାତ୍ରୀମାନେ ପ୍ରତିଦିନ ଏଠାକୁ ଆସିଥାଆନ୍ତି। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ପୁରୀରେ ସମବେତ ହୋଇଥାଆନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ୱର ୧୯୨ଟି ଦେଶରେ ସମାରୋହ ସହକାରେ ପାଳିତ ହୋଇଥାଏ। ତେଣୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରାଗଲେ ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚି ପାରିବେ। ଏଥିସହିତ ବିଦେଶରୁ ଜଗନ୍ନାଥ ସଂସ୍କୃତିର ଆହୁରି ପ୍ରଚାର ପ୍ରସାର ଘଟିବ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ପୁରୀଠାରୁ ମାତ୍ର ୩୫ କି.ମି ଦୂରରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ରହିଛି। ପୁରୀ-କୋଣାର୍କ ରାସ୍ତାରେ ରାମଚଣ୍ଡୀ ଚନ୍ଦ୍ରଭାଗା ବେଳାଭୂମି ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ସେହିପରି ପୁରୀ ମଧ୍ୟ ଚିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ରାମସାର ସାଇଟ ସହିତ ସିଧାସଳଖ ସଂଯୁକ୍ତ। ଏହି ଦୁଇଟି ସ୍ଥାନରେ ଆନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ପାଇଁ ଭରପୂର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକମାନଙ୍କୁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନୁଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ବିକଶିତ କରାଯାଇଛି। ଧଉଳି, ରତ୍ନଗିରି ଓ ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟ ସ୍ଥଳ ମଧ୍ୟ ପୁରୀର ଅତି ନିକଟରେ ଅବସ୍ଥିତ। ଏଠାକୁ ସାରା ବିଶ୍ୱରୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାଆନ୍ତି।

ପୁରୀ ବେଳାଭୂମି ଓ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟ, ଆଧୁନିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ। ଉପକୂଳ ଜାତୀୟ ରାଜପଥ ପୁରୀ ଉପକୂଳ ଦେଇ ଯାଉଛି। ଏହା ପାରାଦୀପ ବନ୍ଦର ଓ ଅସ୍ତରଙ୍ଗ ବନ୍ଦର ସହିତ ମଧ୍ୟ ସଂଯୁ୍‌କ୍ତ ଅଛି। ଏହି କରିଡରରେ ଅର୍ଥନୈତିକ ବିକାଶର ବିପୁଳ କ୍ଷମତା ରହିଛି।
ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ବିଶେଷ ଭାବେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଗ୍ରାଧିକାର ଏକ ପ୍ରାଥମିକତା ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?