ଦୁବାଇରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୯ରେ ସେଠାରେ ଇନ୍‌ଭେଷ୍ଟର୍ସ ମିଟ୍‌ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ ବିଦେଶୀ ନିବେଶକଙ୍କ ସହ ସେଠାରେ ସିଧାସଳଖ ଆଲୋଚନା କରିବେ। ଖାଦ୍ୟ ପ୍ରକ୍ରିୟାକରଣରୁ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ରେ ବ୍ୟାପକ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ନବୀନ ଆମନ୍ତ୍ରଣ କରିବେ। ସରକାରଙ୍କ ସିଙ୍ଗଲ ଓ୍ବିଣ୍ଡୋ ଯୋଗୁ ଓଡ଼ିଶା କିପରି ଏବେ ଇନ୍‌ଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେନେଇ ବୁଝାଇବେ। ଇନ୍‌ଭେଷ୍ଟର୍ସ ମିଟ୍‌ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ୍‌ କମ୍ପାନୀ ସହ ପୁଞ୍ଜି ନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଦି ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି।
ପୁଞ୍ଜି ନିବେଶ କ୍ଷେତ୍ରରେ ଶୂନ୍‌ରୁ ଶୀର୍ଷରେ ଓଡ଼ିଶା ପହଞ୍ଚିଛି। ଗତ ୨୨ ବର୍ଷରେ ଓଡ଼ିଶାର ଦୃଶ୍ୟପଟ୍ଟ ବଦଳିଛି। କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ଇନ୍‌ଭେଷ୍ଟର୍ସ ମିଟ୍‌ ପରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ୭ ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ରାଜ୍ୟର କଳା, ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ। ୨୯ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା; ୨ ପୋଲିସ କର୍ମଚାରୀ, ୨ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ : ଡିସିପି

ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ...

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ହାଇଓ୍ବା

ଜୟପୁର,୮ା୩: କୋରାପୁଟ ଜିଲା ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣା...

ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ

ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା...

ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ...

ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକ ବେହାଲ: ପରିବା ମାର୍କେଟରେ ଆଣ୍ଠୁଏ ପାଣି

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକର ଅବସ୍ଥା ବେହାଲ ହୋଇଛି। ରାସ୍ତା ଉପରେ ପାଣି ଲହଡ଼ି ମାରୁଥିଲା ବେଳେ ପରିବା...

ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ: ଭାଜପା

ଭୁବନେଶ୍ବର,୧୬ା୧(ବ୍ୟୁରୋ):ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳିଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି...

ଖାଇ ପାରିଲେନି ବାହାଘର ଭୋଜି

ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ...

Advertisement
Archives

Model This Week