ଯୌନକର୍ମୀଙ୍କୁ ଢାଲ କରି କୋଟିଏ ହଡ଼ପ

ଯାଜପୁର ଅଫିସ,୨୮ା୬:ମହିଳା ଯୌନକର୍ମୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୮ରେ ପ୍ରଣୀତ ଲକ୍ଷ୍ୟଭେଦୀ ଯୋଜନା ଯାଜପୁର ଜିଲାରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଜିଲାରେ ୧୪୭୩ ଜଣ ମହିଳା ଯୌନକର୍ମୀ ଥିବା ଦର୍ଶାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଏନ୍‌ଜିଓ ସଂସ୍ଥା ମିଳିମିଶି ଏଥିରେ ବ୍ୟାପକ ଅନିୟମିତତା କରିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରୁ ସନ୍ଦେହ କରାଯାଉଛି।
ଯାଜପୁର ଜିଲାର ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକ ସହ ବ୍ୟାସନଗର ପୌରାଞ୍ଚଳରେ ହାତଗଣତି ଯୌନକର୍ମୀ ରହିଥିବା କୁହାଯାଉଛି। କିନ୍ତୁ ଏହି ଅଞ୍ଚଳଗୁଡ଼ିକରେ ୧୪୭୩ ଜଣ ମହିଳା ଏବଂ ୧୨୮ ଜଣ ତୃତୀୟଲିଙ୍ଗୀ ଯୌନକର୍ମୀ ଥିବା ଦର୍ଶାଇ ସେମାନଙ୍କୁ ଲକ୍ଷ୍ୟଭେଦୀ ଯୋଜନାରେ ଏନ୍‌ଜିଓ ମାଧ୍ୟମରେ ସାହାଯ୍ୟ ଯୋଗାଇ ଦିଆଯାଉଛି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ଆରଟିଆଇ ତଥ୍ୟ ଅନୁଯାୟୀ, ଲକ୍ଷଭେଦୀ ଯୋଜନା ଜିଲାକୁ ୨୦୦୮ ଅକ୍ଟୋବର ୧ ଠାରୁ ୨୦୧୨ ମାର୍ଚ୍ଚ ୩୧ ମଧ୍ୟରେ ୮ଲକ୍ଷ ୬୫ ହଜାର ୪୩୯ ଟଙ୍କା ଯୋଗାଇ ଦିଆଯାଇଥିଲା। ସେହିପରି ୨୭ା୪ା୨୦୧୨ରେ ୧୦,୩୯,୫୫୯ ଟଙ୍କା, ୧୦ା୬ା୨୦୧୩ରେ ୧୭,୪୩,୩୦୧ ଟଙ୍କା, ୧୭ା୭ା୨୦୧୪ରେ ୨୮,୦୧,୨୫୯ ଟଙ୍କା, ୯ା୧୦ା୨୦୧୫ରେ ୧୭,୫୯,୭୦୦ ଟଙ୍କା, ୨୮ା୭ା୨୦୧୬ରେ ୧୮,୬୫,୨୦୦ ଟଙ୍କା, ୨୬ା୯ା୨୦୧୭ରେ ୭,୦୫,୩୫୮ ଟଙ୍କା, ୨୨ା୯ା୨୦୧୮ରେ ୯,୩୨,୭୨୮ ଟଙ୍କା ଓ ୩ା୧୧ା୨୦୨୦ରେ ୧୦,୦୦,୮୫୦ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। କିନ୍ତୁ ୨୦୨୧ ଏବଂ ୨୦୨୨ରେ ଏ ବାବଦକୁ କେତେ ଟଙ୍କାର ଅନୁଦାନ ମିଳିଛି ତାହା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁିଁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓଏସ୍‌ଏସିଏସ୍‌)ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ଜିଲାରେ ୭ ଶହ ମହିଳା ଏବଂ ତୃତୀୟଲିଙ୍ଗୀ ଯୌନକର୍ମୀ ଅଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ପତ୍ରସଂଖ୍ୟା ୧୬୦୧/୬ା୧ା୨୦୨୨ ଅନୁଯାୟୀ ଜିଲାରେ ୧୬୦୧ ମହିଳା ଓ ତୃତୀୟଲିଙ୍ଗୀ ଯୌନକର୍ମୀ ଥିବା ଆର୍‌ଟିଆଇ ତଥ୍ୟରେ ଉଲ୍ଲେଖ ଅଛି। କିନ୍ତୁ ଜିଲା ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଏକ ତଥ୍ୟରେ (ପତ୍ରସଂଖ୍ୟା ୧୩୪୩/୨୨ା୨ା୨୦୨୨) ଜିଲାରେ ଯୌନକର୍ମୀଙ୍କ ସଂଖ୍ୟା ୧୦୭୨ ଜଣ ବୋଲି ଦର୍ଶାଯାଇଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟରେ ତାଳମେଳ ରହୁ ନ ଥିବା ସ୍ପଷ୍ଟ ହେଉଛି।
ଅନ୍ୟପକ୍ଷରେ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣି ନ ଥିଲେ ମଧ୍ୟ ତାଙ୍କୁ ଯୌନକର୍ମୀ ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ହେଉଛି। ସ୍ବାସ୍ଥ୍ୟବିଭାଗର ତାଲିକା ଅନୁଯାୟୀ ଜିଲାର ୧୧ ଅଞ୍ଚଳରେ ୯୩୨ଜଣ ମହିଳା, ୨ ସ୍ଥାନରେ ୫୯ ଜଣ ପୁରୁଷ ଓ ୮୧ଜଣ ତୃତୀୟଲିଙ୍ଗୀ ଯୌନକର୍ମୀ ଅଛନ୍ତି। ମୁଖ୍ୟତଃ ମାନପୁର, ସୁଆଁଲୋ, ସିଙ୍ଗାଡିଆ, ସୋଲେଇ, ବିନାୟକବିହାର, ଲକ୍ଷ୍ମୀନଗର, ସାପଗଡ଼ିଆ, ହଟିଙ୍ଗ, ସାରଙ୍ଗପୁର, ପାଣିକୋଇଲି, ଷଠିପୁର, ବାବାଜୀ ସାହି, ହାଟପଡ଼ିଆ, ନଡିଆଭଙ୍ଗା, ଚଣ୍ଡିଖୋଲ, ଗହିରାପାଟୁଳି, ଡୁବୁରି, ବାରଗଡ଼ିଆ, ସିଟିକ୍ୟାମ୍ପ, କଲରଙ୍ଗି, କୁସୁମୁଟିଆ, ହନୁମାନ ହଟିଙ୍ଗ, କେପି ନଗର, ରଙ୍ଗମାଟିଆ, ଟିସ୍କୋ କାଳିଆପାଣି, କାଳିଆପାଣି ଟାଉନଶିପ, କୋଲିପୋଷୀ, ପୁରୁଣାପାଣି, ହାତିହୁଡି, କଂସ ଓ ସାରୁଆବିଲ ଅଞ୍ଚଳରେ ଏହି ସମସ୍ତ ଯୌନକର୍ମୀ ଅଛନ୍ତି ବୋଲି ଜିଲା ସ୍ବାସ୍ଥ୍ୟବିଭାଗ ତାଲିକାରୁ ଜଣାପଡ଼ିଛି। ତେବେ ଜିଲାରେ ଏତେ ପରିମାଣରେ ଯୌନକର୍ମୀ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସରକାରୀ ଭାବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଥିବା ଦର୍ଶାଯାଉଥିବା ବେଳେ ଏସମ୍ପର୍କିତ କୌଣସି ଫଟୋ ଚିତ୍ର ଜିଲା ସ୍ବାସ୍ଥ୍ୟବିଭାଗ ନିକଟରେ ଉପଲବ୍ଧ ନାହିଁ। ଏଦିଗରେ ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ଏହି ଯୋଜନା ପାଇଁ ଆସିଥିବା ବିପୁଳ ଟଙ୍କାର ଅନୁଦାନ କିପରି ହରିଲୁଟ୍‌ କରାଯାଇଛି ତାହା ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଏନଜିଓ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମତାମତ ନେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକଙ୍କୁ ସୋମବାର ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?