ଯୌନକର୍ମୀଙ୍କୁ ଢାଲ କରି କୋଟିଏ ହଡ଼ପ

ଯାଜପୁର ଅଫିସ,୨୮ା୬:ମହିଳା ଯୌନକର୍ମୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୮ରେ ପ୍ରଣୀତ ଲକ୍ଷ୍ୟଭେଦୀ ଯୋଜନା ଯାଜପୁର ଜିଲାରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଜିଲାରେ ୧୪୭୩ ଜଣ ମହିଳା ଯୌନକର୍ମୀ ଥିବା ଦର୍ଶାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଏନ୍‌ଜିଓ ସଂସ୍ଥା ମିଳିମିଶି ଏଥିରେ ବ୍ୟାପକ ଅନିୟମିତତା କରିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରୁ ସନ୍ଦେହ କରାଯାଉଛି।
ଯାଜପୁର ଜିଲାର ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକ ସହ ବ୍ୟାସନଗର ପୌରାଞ୍ଚଳରେ ହାତଗଣତି ଯୌନକର୍ମୀ ରହିଥିବା କୁହାଯାଉଛି। କିନ୍ତୁ ଏହି ଅଞ୍ଚଳଗୁଡ଼ିକରେ ୧୪୭୩ ଜଣ ମହିଳା ଏବଂ ୧୨୮ ଜଣ ତୃତୀୟଲିଙ୍ଗୀ ଯୌନକର୍ମୀ ଥିବା ଦର୍ଶାଇ ସେମାନଙ୍କୁ ଲକ୍ଷ୍ୟଭେଦୀ ଯୋଜନାରେ ଏନ୍‌ଜିଓ ମାଧ୍ୟମରେ ସାହାଯ୍ୟ ଯୋଗାଇ ଦିଆଯାଉଛି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ଆରଟିଆଇ ତଥ୍ୟ ଅନୁଯାୟୀ, ଲକ୍ଷଭେଦୀ ଯୋଜନା ଜିଲାକୁ ୨୦୦୮ ଅକ୍ଟୋବର ୧ ଠାରୁ ୨୦୧୨ ମାର୍ଚ୍ଚ ୩୧ ମଧ୍ୟରେ ୮ଲକ୍ଷ ୬୫ ହଜାର ୪୩୯ ଟଙ୍କା ଯୋଗାଇ ଦିଆଯାଇଥିଲା। ସେହିପରି ୨୭ା୪ା୨୦୧୨ରେ ୧୦,୩୯,୫୫୯ ଟଙ୍କା, ୧୦ା୬ା୨୦୧୩ରେ ୧୭,୪୩,୩୦୧ ଟଙ୍କା, ୧୭ା୭ା୨୦୧୪ରେ ୨୮,୦୧,୨୫୯ ଟଙ୍କା, ୯ା୧୦ା୨୦୧୫ରେ ୧୭,୫୯,୭୦୦ ଟଙ୍କା, ୨୮ା୭ା୨୦୧୬ରେ ୧୮,୬୫,୨୦୦ ଟଙ୍କା, ୨୬ା୯ା୨୦୧୭ରେ ୭,୦୫,୩୫୮ ଟଙ୍କା, ୨୨ା୯ା୨୦୧୮ରେ ୯,୩୨,୭୨୮ ଟଙ୍କା ଓ ୩ା୧୧ା୨୦୨୦ରେ ୧୦,୦୦,୮୫୦ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। କିନ୍ତୁ ୨୦୨୧ ଏବଂ ୨୦୨୨ରେ ଏ ବାବଦକୁ କେତେ ଟଙ୍କାର ଅନୁଦାନ ମିଳିଛି ତାହା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁିଁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓଏସ୍‌ଏସିଏସ୍‌)ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ଜିଲାରେ ୭ ଶହ ମହିଳା ଏବଂ ତୃତୀୟଲିଙ୍ଗୀ ଯୌନକର୍ମୀ ଅଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ପତ୍ରସଂଖ୍ୟା ୧୬୦୧/୬ା୧ା୨୦୨୨ ଅନୁଯାୟୀ ଜିଲାରେ ୧୬୦୧ ମହିଳା ଓ ତୃତୀୟଲିଙ୍ଗୀ ଯୌନକର୍ମୀ ଥିବା ଆର୍‌ଟିଆଇ ତଥ୍ୟରେ ଉଲ୍ଲେଖ ଅଛି। କିନ୍ତୁ ଜିଲା ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଏକ ତଥ୍ୟରେ (ପତ୍ରସଂଖ୍ୟା ୧୩୪୩/୨୨ା୨ା୨୦୨୨) ଜିଲାରେ ଯୌନକର୍ମୀଙ୍କ ସଂଖ୍ୟା ୧୦୭୨ ଜଣ ବୋଲି ଦର୍ଶାଯାଇଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟରେ ତାଳମେଳ ରହୁ ନ ଥିବା ସ୍ପଷ୍ଟ ହେଉଛି।
ଅନ୍ୟପକ୍ଷରେ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣି ନ ଥିଲେ ମଧ୍ୟ ତାଙ୍କୁ ଯୌନକର୍ମୀ ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ହେଉଛି। ସ୍ବାସ୍ଥ୍ୟବିଭାଗର ତାଲିକା ଅନୁଯାୟୀ ଜିଲାର ୧୧ ଅଞ୍ଚଳରେ ୯୩୨ଜଣ ମହିଳା, ୨ ସ୍ଥାନରେ ୫୯ ଜଣ ପୁରୁଷ ଓ ୮୧ଜଣ ତୃତୀୟଲିଙ୍ଗୀ ଯୌନକର୍ମୀ ଅଛନ୍ତି। ମୁଖ୍ୟତଃ ମାନପୁର, ସୁଆଁଲୋ, ସିଙ୍ଗାଡିଆ, ସୋଲେଇ, ବିନାୟକବିହାର, ଲକ୍ଷ୍ମୀନଗର, ସାପଗଡ଼ିଆ, ହଟିଙ୍ଗ, ସାରଙ୍ଗପୁର, ପାଣିକୋଇଲି, ଷଠିପୁର, ବାବାଜୀ ସାହି, ହାଟପଡ଼ିଆ, ନଡିଆଭଙ୍ଗା, ଚଣ୍ଡିଖୋଲ, ଗହିରାପାଟୁଳି, ଡୁବୁରି, ବାରଗଡ଼ିଆ, ସିଟିକ୍ୟାମ୍ପ, କଲରଙ୍ଗି, କୁସୁମୁଟିଆ, ହନୁମାନ ହଟିଙ୍ଗ, କେପି ନଗର, ରଙ୍ଗମାଟିଆ, ଟିସ୍କୋ କାଳିଆପାଣି, କାଳିଆପାଣି ଟାଉନଶିପ, କୋଲିପୋଷୀ, ପୁରୁଣାପାଣି, ହାତିହୁଡି, କଂସ ଓ ସାରୁଆବିଲ ଅଞ୍ଚଳରେ ଏହି ସମସ୍ତ ଯୌନକର୍ମୀ ଅଛନ୍ତି ବୋଲି ଜିଲା ସ୍ବାସ୍ଥ୍ୟବିଭାଗ ତାଲିକାରୁ ଜଣାପଡ଼ିଛି। ତେବେ ଜିଲାରେ ଏତେ ପରିମାଣରେ ଯୌନକର୍ମୀ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସରକାରୀ ଭାବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଥିବା ଦର୍ଶାଯାଉଥିବା ବେଳେ ଏସମ୍ପର୍କିତ କୌଣସି ଫଟୋ ଚିତ୍ର ଜିଲା ସ୍ବାସ୍ଥ୍ୟବିଭାଗ ନିକଟରେ ଉପଲବ୍ଧ ନାହିଁ। ଏଦିଗରେ ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ଏହି ଯୋଜନା ପାଇଁ ଆସିଥିବା ବିପୁଳ ଟଙ୍କାର ଅନୁଦାନ କିପରି ହରିଲୁଟ୍‌ କରାଯାଇଛି ତାହା ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଏନଜିଓ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମତାମତ ନେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକଙ୍କୁ ସୋମବାର ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri