
ଭୁବନେଶ୍ୱର,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ୱ ରହିଛି। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ, ଭାଇଚାରା, ସଦ୍ଭାବ ଓ ଏକତାର ପ୍ରତୀକ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।