ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ

ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ ପାଇକ ସର୍ଦ୍ଦାର ହନୁ ମଲ୍ଲ, ଯିଏ ନିଜର ବୀରତ୍ୱ ପାଇଁ ମରହଟ୍ଟା ଅମଳରେ ପାଇଥିଲେ ସେନାପତି ପଦବୀ। କୁଶ ମଲ୍ଲ (ସେନାପତି) ଥିଲେ ହନୁ ମଲ୍ଲଙ୍କ ନାତି ଏବଂ ଫକୀରମୋହନଙ୍କ ଜେଜେବାପା। ଅର୍ଥାତ୍‌ ଫକୀରମୋହନ ହେଉଛନ୍ତି ହନୁ ମଲ୍ଲଙ୍କ ପଞ୍ଚମ ପିଢ଼ିର ଦାୟାଦ। ଆଜନ୍ମ ରୋଗାକ୍ରାନ୍ତ ଫକୀରମୋହନ ପୂର୍ବଜଙ୍କ ପରି ରଣରଙ୍କା ଯୋଦ୍ଧା ନ ହେଲେ ମଧ୍ୟ ସେ ଥିଲେ ପରାଧୀନ ଦେଶର ଏକ ପରିଚୟହୀନ ଭୂଖଣ୍ଡର କର୍ମଯୋଗୀ ଚିନ୍ତାନାୟକ। ତାଙ୍କ ସମୟରେ କଲିକତାରେ ରହି ଇଂରେଜମାନେ ଓଡ଼ିଶାକୁ ଶାସନ କରୁଥିଲେ ଏବଂ କଲିକତାରୁ ନିଯୁକ୍ତି ପାଇ ଓଡ଼ିଶା ଆସୁଥିଲେ ହାକିମ, ପେସ୍କାର,କିରାଣିମାନେ। ପ୍ରତ୍ୟେକ ସ୍କୁଲର ଅଧିକାଂଶ ଶିକ୍ଷକ ଥିଲେ ବଙ୍ଗାଳୀ। ସାହେବମାନଙ୍କ ହୁକୁମ ଓ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧାପଡ଼ିଥିଲା ସ୍ବାଭିମାନୀ ଓଡ଼ିଆ ଜାତିର ଭାଗ୍ୟ। ଏହାର ସୁଯୋଗ ନେଇ ବିଦ୍ୟାଳୟରୁ ଓଡ଼ିଆ ଭାଷାକୁ ଉଚ୍ଛେଦକରି ବଙ୍ଗଳା ଭାଷାର ପ୍ରଚଳନ ପାଇଁ ଏଠାରେ ରହୁଥିବା କତିପୟ ବଙ୍ଗାଳୀ ଶିକ୍ଷକ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଆରମ୍ଭହେଲା ଚକ୍ରାନ୍ତ। ତାକୁ ପ୍ରତିହତ କରିବାକୁ ଯାଇ ଓଡ଼ିଆ ଜାତି ଯେଉଁ ବୌଦ୍ଧିକ ଲଢ଼େଇ ଲଢ଼ିଥିଲା ତା’ର ରିଂ ଲିଡର ଥିଲେ ସେନାପତି ଫକୀରମୋହନ। ଆନୁଷ୍ଠାନିକ ଶିକ୍ଷା ସ୍ବଳ୍ପ ହେଲେ ହେଁ ଅସାଧାରଣ ଥିଲା ତାଙ୍କ ପାଣ୍ଡିତ୍ୟ ଓ ପ୍ରତ୍ୟୁତ୍ପନ୍ନମତିତା। ତାଙ୍କର ଅକାଟ୍ୟ ଯୁକ୍ତି ବିଚାରବନ୍ତ ସାହେବମାନଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ ପଣ୍ଡ ପରିଶ୍ରମରେ ପରିଣତ ହୋଇଥିଲା ବଙ୍ଗାଳୀମାନଙ୍କ ଷଡ଼ଯନ୍ତ୍ର। ଏଥିପାଇଁ କିନ୍ତୁ କମ୍‌ ଲଢ଼େଇ କରିନାହାନ୍ତି ସେନାପତି ଫକୀରମୋହନ। ନିଜ ଆତ୍ମଜୀବନୀରେ ସେ ଲେଖିଛନ୍ତି- ”ସଭାସମିତିରେ ବକ୍ତୃତା,ଖବରକାଗଜରେ ଲେଖାଲେଖି ଏବଂ ପ୍ରକାଶ୍ୟରେ ତର୍କବିତର୍କ କରିବା ଫଳରେ ମୁଁ ବଙ୍ଗାଳୀ ସମାଜର ପରମ ଶତ୍ରୁ ହୋଇ ପଡ଼ିଲି। ବଙ୍ଗାଳୀବାବୁମାନେ ଅତ୍ୟନ୍ତ ଘୃଣା ଯୋଗୁ ମୋ ନାମ ଧରନ୍ତି ନାହିଁ। କୁହନ୍ତି , ଶାଲା ରିଂ ଲିଡର।“ ଓଡ଼ିଆରେ ମୁଦ୍ରିତ ପାଠ୍ୟପୁସ୍ତକ ନାହିଁ- ଏହା ହିଁ ଥିଲା ଓଡ଼ିଆ ଭାଷାର ବିଲୋପ ନିମନ୍ତେ ଯୁକ୍ତି କରୁଥିବା ବଙ୍ଗୀୟ କର୍ମଚାରୀଙ୍କ ପ୍ରଥମ ଅଭିଯୋଗ, ଯାହାକୁ ଏକ ଆହ୍ବାନ ଭାବରେ ଗ୍ରହଣ କରିଥିଲେ ସେନାପତି ଫକୀରମୋହନ। ଲେଖିଲେ ଭାରତ ଇତିହାସ
(ପ୍ରଥମ ଓ ଦ୍ବିତୀୟ ଭାଗ) ବ୍ୟାକରଣ ଓ ଅଙ୍କମାଳା। ପାଠ୍ୟପୁସ୍ତକ ଛାପା ଓ ସାହିତ୍ୟର ବିକାଶ ପାଇଁ ବାଲେଶ୍ବରରେ ସ୍ଥାପନକଲେ ଛାପାଖାନା। ପ୍ରେସ୍‌ ସ୍ଥାପନ ପାଇଁ ସେ ଯେଭଳି ବ୍ୟବସାୟିକ ଶଠତାର ଶିକାରହେବା ସହ ଯେଉଁ ଆର୍ଥିକ ଅନଟନ, ଶାରୀରିକ ଯନ୍ତ୍ରଣା, ଲଜ୍ଜା, ଅପମାନ, ଦୁଃଖ ଓ ଦୁର୍ଦ୍ଦଶା ଭୋଗ କରିଛନ୍ତି, ତାହା ଜାଣିଲେ ଓଦା ହୋଇଯିବ ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆର ଆଖି। ପ୍ରେସ୍‌ ପ୍ରତିଷ୍ଠା ସହ ଜାତୀୟ ଜାଗରଣ ନିମନ୍ତେ ପାକ୍ଷିକ ଖବରକାଗଜ ‘ସମ୍ବାଦବାହିକା’ ଓ ସାହିତ୍ୟ ପତ୍ରିକା ‘ବୋଧଦାୟିନୀ’ ପ୍ରକାଶନ ଥିଲା ମୁମୂର୍ଷୁ ଓଡ଼ିଆ ଭାଷା ଓ ଭଗ୍ନଜାନୁ ଓଡ଼ିଆ ଜାତିର ମର୍ମନ୍ତୁଦ ଇତିହାସର ଏକ ଏକ ସ୍ମରଣୀୟ ଅଧ୍ୟାୟ।
ପୁରାତନ ଚାହାଳି ପାଠ ପରେ ପାର୍ସି ସ୍କୁଲରେ ଉର୍ଦ୍ଦୁ ବିଦ୍ୟା ଓ ସାମାନ୍ୟ କିଛି ଆଧୁନିକ ଶିକ୍ଷା- ଏତିକି ଯୋଗ୍ୟତା ନେଇ ଆରମ୍ଭକଲେ ଶିକ୍ଷକତା । ମାତ୍ର କଠିନ ଅଧ୍ୟବସାୟ ତାଙ୍କୁ ଆଣିଦେଲା ବାଲେଶ୍ବର ମିଶନ ସ୍କୁଲର ଜଣେ ପ୍ରଭାବଶାଳୀ ପ୍ରଧାନ ଶିକ୍ଷକ ତଥା ଗଣିତ,ଭୂଗୋଳ ଓ ଇତିହାସ ଆଦି ପାଠ୍ୟ ପୁସ୍ତକ ରଚୟିତାର ପରିଚୟ ଓ ପ୍ରତିଷ୍ଠା। ସବୁଠାରୁ ସଂଘର୍ଷମୟ ଥିଲା ତାଙ୍କ ପ୍ରଶାସନିକ ଜୀବନ। ୧୮୭୧ ରୁ ୧୮୮୬ ପର୍ଯ୍ୟନ୍ତ ସେ ନୀଳଗିରି, ଡମପଡ଼ା, ଢେଙ୍କାନାଳ, ପାଲଲହଡ଼ା ଓ କେନ୍ଦୁଝର ଆଦି ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଦାୟିତ୍ୱରେ ରହିଛନ୍ତି ଏବଂ ବିଶେଷକରି କେନ୍ଦୁଝରର ପ୍ରଜାମେଳିକୁ ସାମ୍ନା କରିବାକୁ ଯାଇ ଯେଉଁ ସେନାପତିତ୍ୱର ପରିଚୟ ଦେଇଛନ୍ତି ତାହା ଏକ ସନନ୍ଦ ହୋଇ ରହିଛି କେନ୍ଦୁଝର ପ୍ରଜାମେଳି ଇତିହାସରେ। କେନ୍ଦୁଝର ରାଜ୍ୟର ଦେୱାନ ଭାବରେ ସେ ଆନନ୍ଦପୁର ଇଲାକାରେ କାର୍ଯ୍ୟରତ ଥିବା ସମୟରେ ମାଛକାନ୍ଦଣା ଜୋର ଖୋଳାକୁ କେନ୍ଦ୍ରକରି କେନ୍ଦୁଝରରେ ଦାନା ବାନ୍ଧିଲା ପ୍ରଜା ଆନ୍ଦୋଳନ। ଭୂୟାଁ ସର୍ଦ୍ଦାର ଧରଣୀଧରଙ୍କ ନେତୃତ୍ୱରେ ବିଦ୍ରୋହ ଏତେ ଉଗ୍ରରୂପ ଧାରଣକଲା ଯେ ନିଜ ଗଡ଼ ଛାଡ଼ି ଆନନ୍ଦପୁରରେ ଆଶ୍ରୟ ନେଲେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ। ରାଜବାଟୀ ଭିତରେ ଅସହାୟ ଅବସ୍ଥାରେ ରହିଗଲେ ରାଣୀ ଓ ପରିବାରବର୍ଗ। ରାଜପରିବାର ସୁରକ୍ଷା ତଥା ରାଜବାଟି ଦଖଲ କରିବାକୁ ସଜ ହେଉଥିବା ବିଦ୍ରୋହୀମାନଙ୍କ ଆହ୍ବାନ ଆଗରେ ଗର୍ଜନ ଛାଡ଼ିଲା ଫକୀରମୋହନଙ୍କ ସେନାପତିପଣିଆ। ଯୁଦ୍ଧବିଦ୍ୟା ବିସ୍ମୃତ କିଛି ପାଇକଙ୍କୁ ସାଙ୍ଗରେ ଧରି ବିଦ୍ରୋହ ଦମନ ପାଇଁ ବାହାରି ପଡ଼ିଲେ ନିଜଗଡ଼ ଅଭିମୁଖେ। ମାତ୍ର ଘାଟି ଅତିକ୍ରମ କରିବା ସମୟରେ ବିଦ୍ରୋହୀଙ୍କ ହାତରେ ଧରାପଡ଼ିଲେ ଏବଂ ବନ୍ଦୀ ହୋଇ ରହିଲେ ରାଇସୁଆଁ ଆମ୍ବତୋଟାରେ। ହଣା ଖାଇବା ଥିଲା ନିଧାର୍ଯ୍ୟ।
କୁହାଯାଏ ଯୋଦ୍ଧାର ଅସଲ ପରୀକ୍ଷା ହୁଏ ସଙ୍କଟ ସମୟରେ। ଫକୀରମୋହନଙ୍କ ପାଖରେ ତାଙ୍କ ପୂର୍ବଜ ହନୁ ମଲ୍ଲଙ୍କ ଭଳି ଶାରୀରିକ ଶକ୍ତି ନ ଥିଲା ତ,ହେଲେ ଦୁର୍ବଳ ଶରୀରର ମସ୍ତିଷ୍କଟା ଥିଲା ପ୍ରଖର ବୁଦ୍ଧିଦୀପ୍ତ। ସେଥିପାଇଁ ବିଧାତା ତାଙ୍କ ହାତରେ ଶତ୍ରୁଜୟୀ ଅସ୍ତ୍ର ପରିବର୍ତ୍ତେ ଧରାଇଥିଲେ କାଳଜୟୀ କଲମ। ସେହି ବୁଦ୍ଧି ଓ କଲମ ବଳରେ ବିଦ୍ରୋହୀଙ୍କ ହାତରୁ ସେ କେମିତି ବଞ୍ଚିଲେ, ସେ ସଂଘର୍ଷପୂର୍ଣ୍ଣ କାହାଣୀ ଗୋଟେ ରହସ୍ୟମୟ ଉପନ୍ୟାସଠାରୁ ଆହୁରି ରୋମାଞ୍ଚକର।
ମେଳି ସର୍ଦ୍ଦାର ଧରଣୀଧରଙ୍କ ଅନୁମତିକ୍ରମେ ବାଲେଶ୍ବରରୁ ପାନଗୁଆ ମଗାଇବା ଛଳରେ ସେ ଲେଖିଥିଲେ ଏକ କୃତାର୍ଥପୂର୍ଣ୍ଣ ଖୋଲା ଚିଠି। ସେଥିରେ ଲେଖାଥିଲା-‘ଭୋଳାନାଥ ଖମାରିଆ (ଖମାର ତତ୍ତ୍ବାବଧାରକ) ଜାଣିବୁ,ମହାରାଣୀ ପୁତ୍ରଙ୍କ (ବିଦ୍ରୋହୀ ନେତା ଧରଣୀଧର)ସକାଶେ ନିତାନ୍ତ ଦରକାର, ଅତିଶୀଘ୍ର ଶହେ ହେଲେ ମଧ୍ୟ ପାନ, ଦୁଇଶହ ଗୁଆ ପଠାଇବୁ। ଉତ୍ତର ପଟୁ ମାହାରା କରି ଆଖୁବାଡ଼ିକୁ ଶୀଘ୍ର ପାଣି ବୁହାଇବୁ। ନୋହିଲେ ଆଖୁବାଡ଼ି ବିନାଶ ଯିବ ବୋଲି ଜାଣିବୁ।ଇତି।“ ପତ୍ରବାହକ ଭାବରେ ୪ଜଣ ପାଇକଙ୍କୁ ଭୋଳାନାଥ ଖମାରିଆଙ୍କ ପାଖକୁ ପଠାଗଲା, ଯେଉଁ ୪ଜଣ ବନ୍ଦୀ ହୋଇଥିଲେ ଫକୀରମୋହନଙ୍କ ସହିତ। ଫକୀରମୋହନଙ୍କ ଇସାରାକ୍ରମେ ସେମାନେ ବାଲେଶ୍ୱର ପରିବର୍ତ୍ତେ ଆନନ୍ଦପୁରରେ ପହଞ୍ଚିଲେ, ଯେଉଁଠି ଅବସ୍ଥାନ କରୁଥିଲେ ରାଜା ଧନଞ୍ଜୟ ଭଞ୍ଜ।
ଚିଠିର ଅସଲ ଅର୍ଥ ବାହାର କରିବା ଉଦ୍ଦେଶ୍ୟରେ ବିଜ୍ଞ ଲୋକଙ୍କ ସାହାଯ୍ୟ ଲୋଡ଼ିଲେ ରାଜା। ଗଭୀର ଅନୁଧ୍ୟାନ ଓ ଅନୁଶୀଳନ ପରେ ସ୍ପଷ୍ଟହେଲା ଯେ ପାନ ଅର୍ଥ ସିପାହି ,ଗୁଆ ଅର୍ଥ ଗୁଳି ଓ ଆଖୁ କିଆରି ହେଉଛି ରାଜବାଟି। ଉତ୍ତରପଟୁ ମାହାରାକରି ପାଣି ବୁହାଇବା ନିମନ୍ତେ ଲେଖିବା ଅନ୍ତରାଳରେ ଥିଲା ସିଂହଭୂମରୁ ସୈନ୍ୟ ଆଣି ବିଦ୍ରୋହୀ ଦଳ ଉପରେ ଆକ୍ରମଣ କରିବାର ଇସାରା। ବାକି ଚିଠି ଉପରେ ତିନିଖଣ୍ଡ ତାର ବାନ୍ଧିବାର ଉଦ୍ଦେଶ୍ୟ ବୁଝିପାରି ଗଭର୍ନର, ସୁପରିଣ୍ଟେଣ୍ଡେଣ୍ଟ ଓ ନନ୍ଦକିଶୋର ବାବୁଙ୍କୁ ତାରବାର୍ତ୍ତା ପଠାଇ ଦିଆଗଲା ତତ୍କାଳ। ଚିଠି ପାଇବା ମାତ୍ରେ ପଦକ୍ଷେପ ନେଲେ ଇଂରେଜ ସରକାର।
ଏକ କ୍ଷୟିଷ୍ଣୁ ଅଭିଜାତ ପରିବାରର ଅସହାୟ ଶିଶୁ ପରବର୍ତ୍ତୀ ସମୟରେ ଶିକ୍ଷକ,ସମ୍ପାଦକ, ସଙ୍ଗଠକ ଓ ପ୍ରଶାସକ ଭାବରେ ଅର୍ଜନ କରିଥିବା ବିପୁଳ ଅଭିଜ୍ଞତାକୁ ପୁଞ୍ଜିକରି ଗଢ଼ିଉଠିଥିଲା ସେନାପତି ସାହିତ୍ୟ। ଦୀର୍ଘ ୨ଶହ ବର୍ଷର ଓଡ଼ିଶାର ସାମାଜିକ,ରାଜନୈତିକ ଓ ସାଂସ୍କୃତିକ ଇତିହାସର ପୃଷ୍ଠଭୂମିରେ ଠିଆହୋଇଥିବା ଏ ସାହିତ୍ୟର ମୌଳିକ ବିଭବ ଥିଲା ଆଖିଦେଖା ମଣିଷ, ଅଙ୍ଗେନିଭା ଅନୁଭୂତି ଓ ପ୍ରାଣଛୁଆଁ ସୁଖଦୁଃଖ। ଓଡ଼ିଆ ଜୀବନ ଚିତ୍ରର ଛିନ୍ନ ଚୌପଦୀ ”ଛ’ମାଣ ଆଠଗୁଣ୍ଠ“। ଓଡ଼ିଆ ଚଷାର ଏକ ବିସ୍ଥାପନ କାହାଣୀ। ଶୋଷଣ କଷଣର ଏକ ଜୀବନ୍ତ ଇତିହାସ। ଛ’ମାଣ ଆଠଗୁଣ୍ଠ କେବଳ ଏକ ଜମି ନୁହେଁ, ଓଡ଼ିଆ ପରିଚୟର ବିସ୍ତୃତ ଭୂମି। ଫକୀରମୋହନ ଥିଲେ ସଂସ୍କାର ପ୍ରୟାସୀ। ତେଣୁ ତାଙ୍କ ରେବତୀ ,ସଭ୍ୟ ଜମିଦାର, ବଗଲାବଗୁଲୀ, ବିରେଇ ବିଶାଳ, ଡାକମୁନ୍‌ସୀ, ଧୂଳିଆବାବା ଓ ପେଟେଣ୍ଟ ମେଡିସିନ ଆଦି ପ୍ରତ୍ୟେକ ଗଳ୍ପରେ ପରିବେଷିତ ବିମଳ-ଚଟୁଳ ହାସ୍ୟରସ ଅନ୍ତରାଳରେ ରହିଛି ସମାଜ ସଂସ୍କାର ନିମନ୍ତେ ଏକ କ୍ରିୟାସ୍ନାତ ଖସଡ଼ା। ‘ଉତ୍କଳ ଭ୍ରମଣ’ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦସ୍ତାବିଜ। ଏକ କାବି୍ୟକ ଇତିହାସ। କଥା ହେଉ କି କବିତା, ତାଙ୍କର ପ୍ରତ୍ୟେକଟି ସର୍ଜନା ମଧ୍ୟରେ ଶୁଣିବାକୁ ମିଳେ ଓଡ଼ିଆ ରକ୍ତର ଅନ୍ତରଙ୍ଗ ସ୍ବର।
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?