Posted inଜାତୀୟ

ଆଜି ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ

ନୂଆଦିଲ୍ଲୀ,୩୦ା୪: ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉଦ୍‌ଘାଟନ କରିବେ। ଏଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଉପସ୍ଥିତ ରହିବେ। ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ଡାକିଥିବାରୁ ସେ ଏଥିରେ ଯୋଗଦେବା ଲାଗି ଆସିଥିବା କହିଛନ୍ତି। ୬ ବର୍ଷ ବ୍ୟବଧାନ ପରେ ଏଭଳି ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସମ୍ପର୍କରେ ଉକ୍ତ ସମ୍ମିଳନୀରେ ଆଲୋଚନା କରାଯିବ। କୋର୍ଟଗୁଡ଼ିକରେ ଭିତ୍ତିଭୂମିର ବିକାଶ ଲାଗି ସିଜେଆଇ ଦେଇଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବ। ଏହା ବ୍ୟତୀତ କୋର୍ଟଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦ, ବିଚାର ଅପେକ୍ଷାରେ ପଡ଼ିରହିଥିବା ମାମଲା ସଂଖ୍ୟା ହ୍ରାସ କରିବା, ନ୍ୟାୟିକ ସହାୟତା ସେବା, ଭବିଷ୍ୟତ କାର୍ଯ୍ୟଯୋଜନା ଏବଂ ଇ-କୋର୍ଟ ତୃତୀୟ ପର୍ଯ୍ୟାୟ ପରିକଳ୍ପନା ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଦିବସବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ସିଜେଆଇ ଏବଂ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ଉଦ୍‌ବୋଧନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ...

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌...

କରୋନା ଭାଇରସ୍‌: ମେଡିକାଲ ଷ୍ଟାଫ୍‌ ଓ ସଫେଇ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀରେ କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା ମେଡିକାଲ ଷ୍ଟାଫ୍‌ଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନଙ୍କ ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା...

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି।...

ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌: ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ…

ନୋଏଡା,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ନୋଏଡ଼ାରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌ ଲାଗିଛି। ଶ୍ମଶାନରେ...

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର...

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ...

ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସମେତ ୫ ଖଲାସ…

ଚେନ୍ନାଇ,୧୨।୧୧ : ଶନିବାର ସନ୍ଧ୍ୟାରେ ତାମିଲନାଡୁର ଜେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏବଂ ଅନ୍ୟ ଚାରିଜଣ...

Advertisement
Archives

Model This Week