Posted inଜାତୀୟ

‘ତୁମ ଗୟେ ତୋ ରୁଠ୍‌ ଗୟେ ଦିନ ବାହାର କେ’, ଜଷ୍ଟିସ କୌଲଙ୍କ ଫେରଓ୍ବେଲରେ ଫେଜ ଅହମ୍ମଦଙ୍କ ଶାୟରୀ କହିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୬।୧୨:ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କିଶାନ କୌଲ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳରେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଭାବପ୍ରବଣ ହୋଇଯାଇଥିବା ନଜର ଆସିଛନ୍ତି। ଜଷ୍ଟିସ କୌଲଙ୍କ ସହ ତାଙ୍କର ସମ୍ପର୍କ ୪୭ବର୍ଷର। ତେଣୁ ସେ କିଛି ଖାସ୍‌ ଅନ୍ଦାଜରେ ନିଜ ବନ୍ଧୁ ଓ ସହଯୋଗୀଙ୍କୁ ବିଦାୟ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ କୌଲଙ୍କ ପାଇଁ ଶାୟର ଫେଜ ଅହମଦ ଫେଜଙ୍କ କିଛି ପକ୍ତି କହୁଥିବା ନଜର ଆସିଛନ୍ତି। ସେ କୌଲଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ‘Veeran hai maqaida, khum-o-sagar udas hai. Tum gaye toh rooth gaye din bahar ke’।

ଜଷ୍ଟିସ ଚନ୍ଦ୍ରଚୁଡ ଅତୀତର କିଛି ପୁରୁଣା ସ୍ମୃତିକୁ ମନ ପକାଇ କହିଛନ୍ତି, ଜଷ୍ଟିସ କୌଲଙ୍କ ସହ ମୋର ପ୍ରଥମ ସାକ୍ଷାତ ସେଣ୍ଟ ଷ୍ଟେଫେନ କଲେଜରେ ହୋଇଥିଲା। ଏମରଜେନ୍ସି ଲାଗୁ ହେବା ପରେ ଆମେ କଲେଜର ପ୍ରଥମ ବ୍ୟାଚ ଥିଲୁ। କଲେଜ କ୍ୟାଣ୍ଟିନରେ ଦୁହେଁ ଗୁଡାଏ ଜିନିଷ ନେଇ ଚର୍ଚ୍ଚା କରୁଥିଲୁ। ଦୁହେଁ ଫିଲ୍ମ ଦେଖିବାକୁ ଏତେ ଭଲ ପାଉଥିଲୁ କି ଯାହା ପରବର୍ତ୍ତୀ ସମୟରେ ଭଲ ବନ୍ଧୁ ହୋଇଯାଇଥିଲୁ। କଲେଜ ଦିନରେ କୌଲ ଛାତ୍ର ନିର୍ବାଚନରେ ଛିଡା ହେଉଥିଲେ। ଆଉ ମୋତେ ତାଙ୍କ ଘୋଷଣାପତ୍ର ଲେଖିବାର ସୁଯୋଗ ମିଳୁଥିଲା।

ଚନ୍ଦ୍ରଚୂଡ ଆହୁରି କହିଛନ୍ତି, ସେଣ୍ଟ ଷ୍ଟେଫେନରେ ଗ୍ରାଜୁଏଟ ହେବା ପରେ ଦୁହିଁଙ୍କ ଭେଟ ଦିଲ୍ଲୀ ୟୁନିଭରସିଟିରେ ହୋଇଥିଲା। କୌଲଙ୍କୁ ଲ’ପଢିବା ପସନ୍ଦ ନ ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟ ବିଚାରପତି ବିଏନ କୃପାଳଙ୍କ ପରାମର୍ଶ ହେତୁ ସେ ଲ ପଢିଥିଲେ। ୟୁନଭରିସିଟି ଆମେ ଦୁହେଁ ବ୍ୟାଚମେଟ୍‌ ଥିଲୁ। ଏବଂ ସେହିଠାରୁ ହିଁ ଏକାଠି ଆଇନ ଡିଗ୍ରୀ ହାସଲ କରିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?