
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ପିଲା ରାସ୍ତାରେ କୁକୁଡ଼ାକୁ ମାରିକି ଆସୁଥିବା ବେଳେ କୁକୁଡ଼ାଟି ପଛରୁ ଆସି ତାଙ୍କୁ ଖୁମ୍ପି, ଠେଲି ଦେଉଛି। ପରେ ପିଲାଟି ଡରି ଯାଇ ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
You create your own fate by your actions pic.twitter.com/uOiQlYU7LL
— Susanta Nanda IFS (@susantananda3) December 19, 2020