Posted inଜାତୀୟ

ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର

ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଦିନ ରାଜ୍ୟ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗଲେସ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଶିକ୍ଷା ବିଭାଗ ଅନୁଯାୟୀ, ଏହି ‘ବ୍ୟାଗଲେସ ଡେ’ ଅର୍ଥାତ୍‌ ଶନିବାର ପିଲାମାନେ ବିନା ବ୍ୟାଗରେ ସ୍କୁଲକୁ ଯିବେ। ସ୍କୁଲ ଶିକ୍ଷା ବିଭାଗ ଗୁରୁବାର ଏହି ଘୋଷଣା କରିଛି। ଏହି ପଦକ୍ଷେପ ଅନୁଯାୟୀ ଶନିବାର ବିଦ୍ୟାଳୟରେ ଯୋଗ, ବ୍ୟାୟାମ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକଳାପ ଇତ୍ୟାଦି ଆୟୋଜିତ ହେବ ବୋଲି ଗୁରୁବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହାଦ୍ୱାରା ବର୍ତ୍ତମାନ ସ୍କୁଲ ପିଲାମାନେ ପ୍ରତ୍ୟେକ ଶନିବାର ଖେଳରେ ଖେଳରେ ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ, ବ୍ୟବହାରିକ ତଥା ପିଲାମାନଙ୍କୁ ସେମାନଙ୍କ ଆଖପାଖ ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏହି ପଦକ୍ଷେପ ଆପଣାଇଛନ୍ତି। ଏହି ନୂତନ ପଦକ୍ଷେପ ଦ୍ୱାରା ପିଲାମାନେ ବିଦ୍ୟାଳୟକୁ ଆସିବେ ଏବଂ ସେମାନଙ୍କର ଅନ୍ୟ ରୁଚି ପ୍ରତି ଆଗ୍ରହ ସୃଷ୍ଟି ହେବ। ଏଥିସହ ପିଲାମାନେ ବିଦ୍ୟାଳୟ ଶିକ୍ଷା ଜ୍ଞାନବୋଧକ ଏବଂ ମନୋରଞ୍ଜନ ମଧ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆରଜେଡି ନେତା ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ...

ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍‌ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…

ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ...

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି...

‘ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା ’

ନୂଆଦିଲ୍ଲୀ,୨୪।୨: କଂଗ୍ରେସରୁ ଇସ୍ତଫା ଦେବା ଲାଗି ବିଧାୟକଙ୍କୁ ବାଧ୍ୟ କରାଯାଇଥିଲା। ମୋ ପାଖରେ ଏହାର ପ୍ରମାଣ ଅଛି ବୋଲି ବୁଧବାର ଏକ ସାକ୍ଷାତ୍‌କାରରେ କହିଛନ୍ତି ପୁଡୁଚେରୀର...

ସୁସ୍ଥ ହେଲେ ସିଦ୍ଧରମେୟା

ବେଙ୍ଗାଲୁରୁ,୧୫।୧୨: ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଏବେ ସୁସ୍ଥ ଥିବା ଜଣାପଡିଛି। ରବିବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି। ଗତ...

ଶୁକ୍ରବାର ୟୁପି ଗସ୍ତ କରିବେ ମୋଦି

ଲକ୍ଷ୍ନୌ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୩ ଅର୍ଥାତ୍‌ ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମୋଦି ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ...

ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହେଲେ ଦୁଇ ଏମପି

ନୂଆଦିଲ୍ଲୀ, ୨୯।୫: ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଜିତି ସଂସଦ ଆସିଥିବା ଦୁଇ ମହିଳା ଏମ୍‌ପି ଏବେ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ଅଭିନେତ୍ରୀ...

ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୫: ଭାଜପାକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ନେଇ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ...

Advertisement
Archives

Model This Week