ଛତିଶଗଡ଼ କହୁଛି ଗେଟ୍‌ ଖୋଲ: ବଢ଼ିଲା ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୦ ଗେଟ୍‌ ଖୋଲାଯାଇଥିଲା। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟ ବନ୍ୟା ଆଶଙ୍କା କରି ଆହୁରି ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଥିବା ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଶନିବାର ସକାଳେ କହିଛନ୍ତି। ସନ୍ଧ୍ୟା ସୁଦ୍ଧା ୪ ପର୍ଯ୍ୟାୟରେ ଆଉ ୧୪ଟି ଗେଟ୍‌ ଖୋଲାଯାଇଛି। ସାଧାରଣତଃ ୨୮ଟି ଗେଟ୍‌ ଖୋଲିଲେ ମହାନଦୀରେ ବନ୍ୟା ଆସିଥାଏ। ରାତି ୮ଟା ସୁଦ୍ଧା ୩୪ଟି ଗେଟ୍‌ ଖୋଲାଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ବଢ଼ିଛି।

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁ ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଏଭଳିସ୍ଥଳେ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୩୪ ଗେଟ୍‌ ଖୋଲାଯାଇଛି। କିନ୍ତୁ ଛତିଶଗଡ଼ରେ ଆସନ୍ତା ଦୁଇଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହୁଛି। ତେଣୁ ହୀରାକୁଦ ଜଳଭଣ୍ଡାରର ଅଧିକ ଗେଟ୍‌ ଖୋଲାଯାଇପାରେ। ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା କରାଯାଉଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବିଜୟ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ କୁହାଯାଇଛି।
ଇଆଇସି କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ ବର୍ଷା ହୁଏ ତେବେ ମଧ୍ୟମ ଧରଣର ବନ୍ୟା ଆସିପାରେ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି। ହୀରାକୁଦରେ ଅଧିକ ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି। ୧୫ ତାରିଖ ସକାଳ ୮ଟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ। ଏହି ସମୟରେ ସେଠାରେ ପ୍ରତି ସେକେଣ୍ଡରେ ୭ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇପାରେ। ୨୮ଟିରୁ ଅଧିକ ଗେଟ୍‌ ଖୋଲାହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନଙ୍କୁ କୁହାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଯାଉଛି।
ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବୈତରଣୀର ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ରହିଥିବା ବେଳେ ଏହା ୧୮.୧୪ ମିଟରରେ ପ୍ରବାହିତ ହେଉଛି। ସେଠାରେ ବନ୍ୟା ପାଣି ବଢ଼ିବାରେ ଲାଗିଛି। ସେହିପରି ଜଳକା ନଦୀର ମଥାନୀଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଏହା ୬.୩୧ ମିଟରରେ ପ୍ରବାହିତ ହେଉଛି। ମହାନଦୀର ନରାଜଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବନ୍ୟା ଜଳ ୨୪.୪୭ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ଆଳିପିଙ୍ଗଳରେ ମହାନଦୀର ବିପଦ ସଙ୍କେତ ୧୧.୭୬ ମିଟର ଥିବାବେଳେ ବର୍ତ୍ତମାନ ଏହା ୬.୭ ମିଟରରେ ପ୍ରବାହିତ ହେଉଛ। ସୁନ୍ଦରଗଡ଼ ଇବ୍‌ନଦୀରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଉଛି। ସେହି ନଦୀର ବିପଦ ସଙ୍କେତ ସ୍ତର ୨୨୨ ମିଟର ଥିବା ବେଳେ ବନ୍ୟାଜଳ ୨୧୮.୧୮ ମିଟରରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ ଓ ରାଜଘାଟଠାରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ବନ୍ୟା ପାଣି ଫୁଲିବାରେ ଲାଗିଛି। ବଂଶଧାରାର କାଶୀନଗରଠାରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଇ ଚାଲିଛି। ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ହୀରାକୁଦର ୩୪ ଗେଟ୍‌ରେ ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରୁ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ୩୪ ଗୋଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗେଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରରେ ଜଳସ୍ତର ୬୧୭.୦୬ ଫୁଟ୍‌ ରହିଛି। ପ୍ରତି ସେକେଣ୍ଟରେ ଜଳଭଣ୍ଡାରକୁ ୪ଲକ୍ଷ ୬୮ ହଜାର ୧୭ କ୍ୟୁସେକ ଜଳ ପ୍ରବେଶ କରୁଛି। ସ୍ପିଲ୍‌ୱେ, ପାୱାର ଚାନେଲ, କୃଷି, ଶିଳ୍ପ ଆଦି କ୍ଷେତ୍ରକୁ ୪ଲକ୍ଷ ୯୯ ହଜାର ୭୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡ ବେଲଗାଁରେ ୨୫ ହଜାର କ୍ୟୁସେକ, ପର୍ଥଲାରେ ୭୯ହଜାର ୫୫୩, ଖଇରମାଲରେ ୫ଲକ୍ଷ ୪୧ହଜାର, ବରମୁଲାରେ ୫ଲକ୍ଷ ୨ହଜାର ୫ଶହ, ମୁଣ୍ଡଳୀରେ ୩ଲକ୍ଷ ୪୨ହଜାର ୩୦୯ କ୍ୟୁସେକ ଜଳ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ,୧୨ା୧୦ ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ…

ଦୁର୍ଗାପୂଜାରେ ହେବକି ବାତ୍ୟା? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୧୦(ବନ୍ଦନା ସେଠୀ): ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଓ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ…

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?