ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି, ହେଲେ ମିଲର୍ସମାନେ ନିୟମିତ ଆସୁ ନାହାନ୍ତି। ଫଳରେ ମଣ୍ଡିରେ ସଂଗୃହୀତ ଧାନ ଅନୁପାତରେ ତାହା ବିକ୍ରି ଓ ଉଠାଣ ହୋଇପାରୁ ନାହିଁ। ଗତ ଖରିଫ ଧାନ, ଚାଉଲରେ ମିଲ୍‌ ଗୁଡ଼ିକର ଗୋଦାମ ଗୃହ ଭର୍ତ୍ତି ରହିଥିବା ମିଲର୍ସ କହୁଛନ୍ତି। ଅପରପକ୍ଷେ ଶନିବାର ଜିଲାର ଭଟଲି ଅଞ୍ଚଳର ଏକ ରାଇସ୍‌ ମିଲକୁ ଛତିଶଗଡ଼ ଧାନ ବୋଝେଇ ଟ୍ରକ(ନଂ-ସିଜି୧୩ଏପି ୪୯୦୦) ପଶିବା ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ସେହି ଧାନ ବୋଝେଇ ଟ୍ରକକୁ ସେଠାରୁ ଉଠାଇ ନେଇ ଥାନାରେ ଅଟକ ରଖିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

ଯୋଗାଣ ବିଭାଗର ଟିମ୍‌ ମଧ୍ୟ ଥାନାକୁ ପହଞ୍ଚି ସେନେଇ ତଦନ୍ତ ଆରମ୍ଭ କରିଛନ୍ତି। ଖବର ଲେଖାହେବା ସୁଦ୍ଧା(ରାତି ୯ଟା ପର୍ଯ୍ୟନ୍ତ) ସେହି ଧାନ ବୋଝେଇ ଟ୍ରକର କୌଣସି ଦାବିଦାର୍‌ ବାହାରି ନାହାନ୍ତି। ଏଥିରୁ ତାହା ଛତିଶଗଡ଼ ଧାନ ହୋଇଥିବା ନେଇ ସନ୍ଦେହ ଦୃଢ଼ିଭୂତ ହେବାରେ ଲାଗିଛି। ତେବେ ଏ ସମ୍ପର୍କରେ ସଦର ଏସିଏସଓ ବ୍ୟୋମକେଶ ମାଝୀଙ୍କୁ ପଚାରିବାରୁ ପୋଲିସ ସେହି ଧାନ ବୋଝେଇ ଟ୍ରକକୁ ଥାନାକୁ ଆଣିଛି। ଖବର ପାଇ ଯୋଗାଣ ବିଭାଗର ଟିମ୍‌ ଥାନାକୁ ପହଞ୍ଚି ଥିଲେ। ମାତ୍ର କୌଣସି ଦାବିଦାର ନ ଆସିବାରୁ ସେହି ଟ୍ରକରେ କେତେ ଧାନ ରହିଛି ଏବଂ ତାହା କେଉଁଠାରୁ ଆସିଥିବା ଜଣାପଡ଼ି ନାହିଁ। ଏ ନେଇ ଅଧିକ ତଦନ୍ତ ଚାଲିଥିବା ଏସିଏସଓ ମାଝୀ କହିଥିଲେ।

ସୂଚନା ଅନୁଯାୟୀ, ଉକ୍ତ ଧାନ ବୋଝେଇ ଟ୍ରକ ସମ୍ପୃକ୍ତ ରାଇସ୍‌ ମିଲକୁ ପ୍ରବେଶ କରିବା ପରେ ପୋଲିସ୍‌କୁ କେହି ସୂଚନା ଦେଇଥିଲେ। ସେହି ସୂଚନାକୁ ଆଧାର କରି ଭଟଲି ଥାନା ପୋଲିସ ରାଇସ୍‌ ମିଲକୁ ପହଞ୍ଚି ଥିଲା ଏବଂ ସେଠାରୁ ସମ୍ପୃକ୍ତ ଧାନ ବୋଝେଇ ଟ୍ରକକୁ ଥାନାକୁ ଉଠାଇ ଆଣିଥିଲା। ପୋଲିସଠାରୁ ଖବର ପାଇଁ ସଦର ଏସିଏସଓ ୍ଯଯୋମକେଶ ମାଝୀ, ଅମ୍ବାଭୋନା ଯୋଗାଣ ନିରୀକ୍ଷକ ପ୍ରଭାତ ପ୍ରଦୀପ୍ତ ଥାନାକୁ ପହଞ୍ଚିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ସେହି ଧାନ ବୋଝେଇ ଟ୍ରକର କେହି ଦାବିଦାର ନ ଆସିବାରୁ ତଦନ୍ତରେ ଅଗ୍ରଗତି ହୋଇ ପାରି ନଥିବା ଜଣାପଡ଼ିଛି। ଗୋଟିଏ ପଟେ କାର୍ଯ୍ୟାନୁଷ୍ଠାନ ଭୟରେ ଦାବିଦାର ଆସୁ ନଥିବାବେଳେ ଏହି ଘଟଣାରେ ପ୍ୟାଚଅପ୍‌ ମାରିବା ପାଇଁ ଉଦ୍ୟମ କରୁଥିବା ଏବଂ ଜାଣିଶୁଣି ଦାବିଦାର ଆସିବାରେ ବିଳମ୍ବ କରାଯାଉଥିବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?