Posted inଖେଳ

ସିସାବା ଚେନ୍ନାଇନ୍‌ ଏଫ୍‌ସି ମୁଖ୍ୟ କୋଚ୍‌

ଚେନ୍ନାଇ, ୩୧ା୮ (ପି.ଟି.)-ଦୁଇଥର ଆଇଏସ୍‌ଏଲ ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ୨୦୨୦-୨୧ ସିଜନ ପାଇଁ ଅଭିଜ୍ଞ ସିସାବା ଲାସ୍‌ଜ୍ଲୋଙ୍କୁ ରବିବାର ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏସିଆର କୌଣସି ଫୁଟ୍‌ବଲ କ୍ଲବର କୋଚ୍‌ ଭାବେ ନିଯୁକ୍ତି ପାଇବା ୫୬ ବର୍ଷୀୟ ଲାସ୍‌ଜ୍ଲୋଙ୍କ ପାଇଁ ଏହା ପ୍ରଥମ। କ୍ଲବ ଓ ଅନ୍ତର୍ଜାତୀୟ ସ୍ତରରେ ହଙ୍ଗେରିଆନ ଲାସ୍‌ଜ୍ଲୋଙ୍କର ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଅଭିଜ୍ଞତା ରହିଛି। ରୋମାନିଆରେ ଜନ୍ମିତ ଲାସ୍‌ଜ୍ଲୋଙ୍କର ୮ଟି ଦେଶରେ କୋଚିଂ ଅଭିଜ୍ଞତା ରହିଛି। ଉଗାଣ୍ଡା ଓ ଲିଥୁଆନିଆ ଜାତୀୟ ଦଳର କୋଚ୍‌ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଚେନ୍ନାଇନ ଏଫ୍‌ସିରେ ତାଙ୍କୁ ଓଏନ କଏଲ୍‌ଙ୍କ ସ୍ଥାନରେ ନଯୁକ୍ତି ମିଳିଛି। କଏଲ ୨୦୧୯-୨୦ ଆଇଏସ୍‌ଏଲ ସିଜନରେ ଦଳକୁ ଫାଇନାଲରେ ପ୍ରବେଶ କରାଇ ପାରିଥିଲେ। ନିକଟରେ ସେ ଜାମସେଦପୁର ଏଫ୍‌ସି ଦଳରେ ମୁଖ୍ୟ କୋଚ ଭାବେ ଯୋଗ ଦେଇଛନ୍ତି। ଲାସ୍‌ଜ୍ଲୋଙ୍କ ତତ୍ତ୍ୱାବଧାନରେ ଆମ ଦଳ ଅନେକ ସଫଳତା ହାସଲ କରିବ ବୋଲି ଚେନ୍ନାଇନ ଏଫ୍‌ସିର ସହ ମାଲିକ ଭିଟା ଡାନି ଆଶା ପ୍ରକାଶ କରିଛନ୍ତି। ଗତ ଆଇଏସଏଲ ସିଜନର ୧୧ଜଣ ଭାରତୀୟ ଖେଳାଳି ଚେନ୍ନାଇନ ଏଫ୍‌ସିରେ ସେମାନଙ୍କ ସ୍ଥାନୀୟ ବଜାୟ ରଖିଛନ୍ତି। ବ୍ରାଜିଲର ଦୁଇ ଖେଳାଳି ଡିଫେଣ୍ଡର ଏଲି ସାବିଏ ଏବଂ ମିଡ୍‌ଫିଲ୍ଡର ରାଫାଲ କ୍ରିଭେଲାରୋଙ୍କୁ ମଧ୍ୟ ଦଳରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୩ ବର୍ଷରୁ କମ୍‌ ଏସିଆନ ଭଲିବଲ୍‌: ଭାରତ ରନର୍ସଅପ୍‌

ନେ ପାଇ ତାଓ (ମ୍ୟାନମାର୍‌), ୧୨ା୮ (ପି.ଟି.)-ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୁରୁଷ ଏସିଆନ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତ ରନର୍ସ ଅପ୍‌ ହୋଇଛି। ମ୍ୟାଚ...

ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ...

ନୂଆ ସିଜନ୍‌, ଏଣୁ ନୂଆ ଲୁକ୍‌

ନୂଆଦିଲ୍ଲୀ,୨୬।୩: ଆଉ ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକ ନିଜ...

ମହିଳା ହକି ତାରକା ସୁନୀତାଙ୍କ ଅବସର

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ବର୍ଷ ଆରମ୍ଭରୁ ଓଡ଼ିଶା ହକି ପାଇଁ ଆସିଛି ଏକ ଖରାପ ଖବର। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର...

ଟି୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ସିରିଜ୍‌ରୁ ମିଳିପାରନ୍ତି ଖେଳାଳି: ଡ୍ରାଭିଡ୍‌

ମୁମ୍ବାଇ,୨୭।୬: ଟି୨୦ ବିଶ୍ୱକପ୍‌ ଲାଗି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ଭାରତୀୟ ଦଳକୁ ଗୋଟିଏ କିମ୍ବା ଦୁଇଟି ଖେଳାଳି ମିଳିପାରନ୍ତି। ଏହା କହିଛନ୍ତି ଶ୍ରୀଲଙ୍କା ବିପକ୍ଷ ଟି୨୦...

ଆଇପିଏଲ୍‌: କୋଲକାତାର ପ୍ରଥମ ବିଜୟ

ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଓଭର ବାକି...

କଳିଙ୍ଗ କର୍ନର ଗ୍ୟାଲେରିରେ ହରେନ୍ଦ୍ର

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରବିବାର ଭାରତ-ନେଦରଲାଣ୍ଡ୍ସ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ ଗ୍ୟାଲେରିରେ ବସି...

ବଡ ଭାଇ ପରେ ସାନ ଭାଇଙ୍କ ଜଲଓ୍ବା, ୪ ଓଭରରେ ୫ ରନ ଦେଇ ନେଲେ ୩ଟି ଉଇକେଟ୍‌

ସୁରତ,୨୬।୧୧: କିଛି ଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଟି-୨୦ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଦୀପକ ଚହର। ଦୀପକଙ୍କ ପରେ ଏବେ ତାଙ୍କ ସାନ...

Advertisement
Archives

Model This Week