ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ ଉପରେ ଉକ୍ତ ରିଫଣ୍ଡ ମିଳିବ ବୋଲି ଜଣାପଡିଛି। ଏଥିଲାଗି ଆୟକର ବିଭାଗ ପକ୍ଷରୁ ରବିବାର ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ଏବଂ କ୍ୟାଶ୍‌ଲେସ୍‌ ଅର୍ଥ ବ୍ୟବସ୍ଥା ଆଡ଼କୁ ଦେଶକୁ ବଢାଇବା ଦିଗରେ ସରକାର ଫାଇନାନ୍ସ ଆଇନ ୨୦୧୯ର ଧାରା ୨୬୯ଏସ୍‌ୟୁରେ ଏଭଳି ଏକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି। ଏହି ପ୍ଲାଟ୍‌ଫର୍ମଗୁଡିକରେ ଆଗାମୀ ଦିନରେ ହେଉଥିବା ନେଣଦେଣ ଉପରେ କୌଣସି ଚାର୍ଜ ନ ଲାଗୁ କରିବା ଲାଗି ବ୍ୟାଙ୍କଗୁଡିକୁ ଏଥିରେ ପରାମର୍ଶ ଦିଆଯାଇଛି। କୌଣସି ବାଣିଜି୍ୟକ ସଂସ୍ଥା ବା ବ୍ୟକ୍ତିବିଶେଷ ବାର୍ଷିକ ୫୦ କୋଟି ଟଙ୍କାର କାରବାର, ବିକ୍ରି କିମ୍ବା ଅର୍ଥ ଗ୍ରହଣ କରୁଥିଲେ ତାଙ୍କୁ ତୁରନ୍ତ ଭିତ୍ତିରେ ଏହି ପ୍ଲାଟ୍‌ଫର୍ମଗୁଡିକରେ ନେଣଦେଣ ସୁବିଧା ପ୍ରଦାନ କରିବାକୁ କୁହାଯାଇଛି। ଏହା ମଧ୍ୟରେ ଭୀମ୍‌ ୟୁପିଆଇ, ରୁପେ ଏବଂ ୟୁପିଆଇ କ୍ୟୁଆର୍‌ କୋଡ୍‌ ସାମିଲ ରହିଛି। ଚଳିତ ବର୍ଷ ଜାନୁୟାରୀ ପହିଲାଠାରୁ ଉକ୍ତ ବର୍ଗରେ ହୋଇଥିବା ନେଣଦେଣ ଉପରେ ଲାଗୁ ଚାର୍ଜର ରିଫଣ୍ଡ ତୁରନ୍ତ ଭିତ୍ତିରେ କରିବାକୁ କୁହାଯାଇଛି। କେତେକ ନିର୍ଦ୍ଦିଷ୍ଟ ପ୍ଲାଟ୍‌ଫର୍ମରେ ଇ-ନେଣଦେଣ ଲାଗି ଜାନୁୟାରୀ ପହିଲାରୁ କୌଣସି ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ନ ଲାଗୁ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି। ମାତ୍ର କିଛି ବ୍ୟାଙ୍କ ୟୁପିଆଇରେ ହେଉଥିବା ନେଣଦେଣ ଉପରେ ଚାର୍ଜ ଲଗାଉଥିବା ସରକାରଙ୍କ ନଜରକୁ ଆସିଛି। କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଥର ନେଣଦେଣ ସୀମା ପରେ ଚାର୍ଜ ଲାଗୁ ହେଉଥିବା ଦେଖାଯାଉଛି। ବ୍ୟାଙ୍କଗୁଡିକର ଏଭଳି କାର୍ଯ୍ୟକଳାପ ସରକାରଙ୍କ ଆଇନକୁ ଅବମାନନା କରୁଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୮% ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ...

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି...

ଏସିସି ଇକୋମ୍ୟାକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୧: ଦେଶର ୩ଟି ରାଜ୍ୟରେ ଆଦାନୀ ଗ୍ରୁପ୍‌ ତା’ର ‘ଏସିସି ଇକୋମ୍ୟାକ୍ସ’ ସିମେଣ୍ଟକୁ ଶୁଭାରମ୍ଭ କରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର।...

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ...

ଅଭିବୃଦ୍ଧି ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ: ନିର୍ମଳା

ନୂଆଦିଲ୍ଲୀ,୬-୮: ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ଲାଗି ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ। ଏହାକୁ ଧ୍ୟାନରେ ରଖି ଦେଶର ବାଣିଜ୍ୟ ଲିଡରଙ୍କଠାରୁ ମତାମତ ଗ୍ରହଣ...

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

ଖସିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୬: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍‌ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍‌ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪...

Advertisement
Archives

Model This Week