ଶ୍ରୀମନ୍ଦିରରେ ମାରା ହେଲା ଭୋଗ

ପୁରୀ ଅଫିସ, ୩୧।୮: ଦୀର୍ଘଦିନ ପରେ ଶ୍ରୀମନ୍ଦିରରେ ଭୋଗ ମାରା ହୋଇଛି। ଜଣେ ସେବାୟତଙ୍କ ପାଇଁ ଶନିବାର ରାତିରେ ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା। ଫଳରେ ଠାକୁରଙ୍କ ରାତ୍ରପହୁଡ଼ ହୋଇପାରି ନ ଥିଲା। ସେହିପରି ଭୋଗ ମାରା ହେବାରୁ ଅମୁଣିଆ ମହାପ୍ରସାଦକୁ ପୋତି ଦିଆଯାଇଛି। ମହାସ୍ନାନ ପୂଜା ପରେ ପୁଣି ଥରେ ସନ୍ଧ୍ୟାଧୂପ ପୂଜା ବସିବା ସହ ଅନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି। ତେବେ କେଉଁ ପରିସ୍ଥିତିରେ ଏବଂ କାହିିଁକି ଏପରି ହେଲା ସେ ନେଇ କମାଣ୍ଡରଙ୍କୁ ନୀତି ପ୍ରଶାସକ ରିପୋର୍ଟ ମାଗିଛନ୍ତି।
ଶନିବାର ଶ୍ରୀମନ୍ଦିରରେ ଏକାଧିକ ସ୍ବତନ୍ତ୍ର ନୀତି ଅର୍ଥାତ୍‌ ସୁନିଆ, ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ରହିଥିଲା। ତେଣୁ ସକାଳୁ କିପରି ଠାକୁରଙ୍କ ନୀତିକାନ୍ତି ନିର୍ଘଣ୍ଟ ସମୟରେ ଚାଲିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ମଧ୍ୟ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନ ଥିବାରୁ କେବଳ ଠାକୁରଙ୍କ ନୀତିକାନ୍ତି ଚାଲିଛି। ରାତି ପ୍ରାୟ ୧୦ଟା ୫୦ରେ ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ବ୍ୟତିକ୍ରମ ଘଟିଲା। ଭିତର ପୋଖରିଆରେ ସନ୍ଧ୍ୟାଧୂପ ପୂଜା ପାଇଁ ଟେରା ପଡ଼ିବା ସହ କଳାହାଟ ଦ୍ୱାର ବନ୍ଦ କରାଯାଇଥିଲା। ଏହା ପରେ କୌଣସି ଅମୁଣିଆ ମହାପ୍ରସାଦ ଆଉ ଭିତରକୁ ଯିବା କଥା ନୁହେଁ। ମାତ୍ର ଜଣେ ସୁଆର ସେବକ ଦ୍ୱାର ଖୋଲି ଛେକ (ତାଙ୍କ ଅମୁଣିଆ ପ୍ରସାଦ) ରଖିଥିଲେ। ଫଳରେ ଭୋଗ ମାରା ହୋଇଯାଇଥିଲା। ଏହାପରେ ସେହିଠାରେ ହିିଁ ସନ୍ଧ୍ୟାଧୂପ ପୂଜା ବନ୍ଦ କରାଯାଇଥିଲା। ପ୍ରାୟ ୩୦ ହାଣ୍ଡିରୁ ଊର୍ଦ୍ଧ୍ୱ ଅମୁଣିଆ ମହାପ୍ରସାଦ ମାରା ହୋଇଯିବାରୁ ନିର୍ମାଲ୍ୟ ଖଳାରେ ପୋତାଯାଇଥିଲା। ଏହାପରେ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଥରେ ସନ୍ଧ୍ୟାଧୂପ ପୂଜା ବସିଥିଲା। ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ତେବେ ଏହି ବିଳମ୍ବ ଯୋଗୁ ମହାପ୍ରଭୁ ରାତିରେ ଶୋଇ ନ ଥିଲେ। ଅର୍ଥାତ୍‌ ଶ୍ରୀମନ୍ଦିରରେ ଶନିବାର ରାତ୍ର ପହୁଡ଼ ହୋଇ ନ ଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ଭୋଗ ମାରା ହେବାରୁ ଅମୁଣିଆ ମହାପ୍ରସାଦ ପୋତାଯାଇଛି। ତେବେ ଏଥିପାଇଁ କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri