Posted inଖେଳ

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍‌ର ଶୀର୍ଷ ଦୁଇ ଟିମ୍‌ରେ ସ୍ଥାନ ପକ୍କା କରିପାରିବ। ଗୋଟିଏ ପଟେ ସିଏସ୍‌କେ ଲଗାତାର ଚାରୋଟି ମ୍ୟାଚ୍‌ ଜିତିଥିବା ଯୋଗୁ ଚାପ ମୁକ୍ତ ରହିବ ବୋଲି କୁହାଯାଉଥିବା ବେଳେ ରାଜସ୍ଥାନ ଟିମ୍‌ ଚାପରେ ରହିବ।

ଚଳିତ ସିଜିନରେ ରାଜସ୍ଥାନ ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଦଳକୁ ଦିଲ୍ଲୀ ଟିମ୍‌ ୩୩ରନ୍‌, ସନରାଇଜର୍ସ ଏବଂ ଆର୍‌ସିବି ୭ଉଇକେଟରେ ପରାସ୍ତ କରିଥିଲେ। ଚେନ୍ନାଇ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଭାବି ବ୍ୟାଟିଂ କରିଥିବାରୁ ଦଳ ତାହାର ଫାଇଦା ଉଠାଇପାରେ। ରାଜସ୍ଥାନ ଟିମ୍‌ ପାଇଁ ଅଧିନାୟକ ସଞ୍ଜୁ ସାମସନ ଏବଂ ଯଶସ୍ବୀ ଜୈସବାଲଙ୍କୁ ଛାଡ଼ି ଅନ୍ୟ କେହି ଭଲ ବ୍ୟାଟିଂ କରିନାହାନ୍ତି।

ଚେନ୍ନାଇ ବର୍ତ୍ତମାନ ୧୧ ମ୍ୟାଚ୍‌ରେ ୧୮ ଅଙ୍କ ଥିବା ବେଳେ ଦିଲ୍ଲୀ ୧୬, ବାଙ୍ଗାଲୋର ୧୪, କୋଲକାତା ୧୦ ଅଙ୍କରେ ରହିଛି। ରାଜସ୍ଥାନ ଟିମ୍‌ ୧୧ ମ୍ୟାଚ୍‌ ଖେଳିଥିବା ବେଳେ ୮ ଅଙ୍କରେ ରହିଛି। ଆଠଟି ଟିମ୍‌ ମଧ୍ୟରେ ଦଳ ୭ମ ସ୍ଥାନରେ ରହିଛି। ଏଥିପାଇଁ ଏହା ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌ ସାବ୍ୟସ୍ତ ହୋଇପାରେ। କାରଣ ଏହାକୁ ହାରିଲେ ସେ ନକ୍‌ଆଉଟ୍‌ରେ ପ୍ରବେଶ କରିବାର ବାକି ଆଶା ଶେଷ ହୋଇଯିବ। ବାକି ଥିବା ୩ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହଜ ମଧ୍ୟ ନୁହେଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?