Posted inଖେଳ

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍‌ର ଶୀର୍ଷ ଦୁଇ ଟିମ୍‌ରେ ସ୍ଥାନ ପକ୍କା କରିପାରିବ। ଗୋଟିଏ ପଟେ ସିଏସ୍‌କେ ଲଗାତାର ଚାରୋଟି ମ୍ୟାଚ୍‌ ଜିତିଥିବା ଯୋଗୁ ଚାପ ମୁକ୍ତ ରହିବ ବୋଲି କୁହାଯାଉଥିବା ବେଳେ ରାଜସ୍ଥାନ ଟିମ୍‌ ଚାପରେ ରହିବ।

ଚଳିତ ସିଜିନରେ ରାଜସ୍ଥାନ ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଦଳକୁ ଦିଲ୍ଲୀ ଟିମ୍‌ ୩୩ରନ୍‌, ସନରାଇଜର୍ସ ଏବଂ ଆର୍‌ସିବି ୭ଉଇକେଟରେ ପରାସ୍ତ କରିଥିଲେ। ଚେନ୍ନାଇ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଭାବି ବ୍ୟାଟିଂ କରିଥିବାରୁ ଦଳ ତାହାର ଫାଇଦା ଉଠାଇପାରେ। ରାଜସ୍ଥାନ ଟିମ୍‌ ପାଇଁ ଅଧିନାୟକ ସଞ୍ଜୁ ସାମସନ ଏବଂ ଯଶସ୍ବୀ ଜୈସବାଲଙ୍କୁ ଛାଡ଼ି ଅନ୍ୟ କେହି ଭଲ ବ୍ୟାଟିଂ କରିନାହାନ୍ତି।

ଚେନ୍ନାଇ ବର୍ତ୍ତମାନ ୧୧ ମ୍ୟାଚ୍‌ରେ ୧୮ ଅଙ୍କ ଥିବା ବେଳେ ଦିଲ୍ଲୀ ୧୬, ବାଙ୍ଗାଲୋର ୧୪, କୋଲକାତା ୧୦ ଅଙ୍କରେ ରହିଛି। ରାଜସ୍ଥାନ ଟିମ୍‌ ୧୧ ମ୍ୟାଚ୍‌ ଖେଳିଥିବା ବେଳେ ୮ ଅଙ୍କରେ ରହିଛି। ଆଠଟି ଟିମ୍‌ ମଧ୍ୟରେ ଦଳ ୭ମ ସ୍ଥାନରେ ରହିଛି। ଏଥିପାଇଁ ଏହା ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌ ସାବ୍ୟସ୍ତ ହୋଇପାରେ। କାରଣ ଏହାକୁ ହାରିଲେ ସେ ନକ୍‌ଆଉଟ୍‌ରେ ପ୍ରବେଶ କରିବାର ବାକି ଆଶା ଶେଷ ହୋଇଯିବ। ବାକି ଥିବା ୩ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହଜ ମଧ୍ୟ ନୁହେଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌: ତାରିଖ ଘୋଷଣା କଲା ଆଇସିସି

ଦୁବାଇ,୨୯।୬: କୋଭିଡ୍‌ ମହାମାରୀ ଯୋଗୁ ଭାରତରୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇଥିବା ଚଳିତ ବର୍ଷର ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ...

ମାଲିଙ୍ଗାଙ୍କ ସ୍ଥାନରେ ପ୍ୟାଟିନସନ

ଆବୁ ଧାବି, ୩।୯(ପି.ଟି.)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ବଦଳ ଖେଳାଳିଭାବେ ଗତଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ସ୍ପିଡ୍‌ଷ୍ଟର ଜେମ୍ସ ପ୍ୟାଟିନସନ।...

୩୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌; ହେଲିକପ୍ଟର ଶଟ୍‌ ଖେଳି ଦଳକୁ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରସିଦ ଖାନ୍‌ ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୯ ବଲ୍‌ରେ ଅପରାଜିତ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଜାନୁୟାରୀ ୧୪ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ କାରିବିୟାନ ଦେଶ(ଓ୍ବେଷ୍ଟଇଣ୍ଡିଜ)ରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଏଥିଲାଗି ରବିବାର...

ଶୁବମନ ଗିଲଙ୍କୁ ରାତିରେ ଶୁଆଇ ଦେଉନାହାନ୍ତି ଏହି କ୍ରିକେଟର୍‌

ହାଇଦ୍ରାବାଦ୍‌,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ବିଜୟରେ ଯୁବ ଓପନର୍‌ ଶୁବମାନ ଗିଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୮ ରନ ରେକର୍ଡ...

ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.)...

ଶତକରୁ ବଞ୍ଚିତ ଧାଓ୍ବନ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୬ ରନ୍‌ର ଇନିଂସ ଖେଳି...

Advertisement
Archives

Model This Week