ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫ ବର୍ଷ ଧରି ଏକ ଛୋଟ ଚା’-ଜଳଖିଆ ଦୋକାନ କରିଛନ୍ତି।

ଜିତେଶଙ୍କ ପିତା କୁହନ୍ତି, ଜିତେଶ ଯେତେବେଳେ ଛୋଟ ଥିଲେ ସେ ତାଙ୍କୁ ପିଆଜ କାଟିବା କାମ ଦେଉଥିଲେ। ପିଆଜ କାଟିବା ଜିତେଶଙ୍କର ୧୭ ବର୍ଷ ହୋଇଗଲାଣି। ତାଙ୍କର ଏପରି ପିଆଜ କାଟିବା ଶୈଳୀ ଆଜି ପୂରା ଦୁନିଆରେ ଚର୍ଚ୍ଚାରେ ରହିଛି। ମାତ୍ର ୫ ସେକେଣ୍ଡରେ ଜିତେଶ ପିଆଜ କାଟି ଦେଇଥାନ୍ତି।

ଜିତେଶ କୁହନ୍ତି, ସେ ଛୋଟବେଳେ ଦୁଇଥର ଆଘାତ ପାଇଛନ୍ତି। ମାତ୍ର ପିଆଜ କାଟିବା ବନ୍ଦ କରିନାହାନ୍ତି। ସେ ପିଆଜକଟାରେ ଏତେ ଅଭ୍ୟସ୍ତ ହୋଇଗଲେ ଯେ, ଛୁରି ତାଙ୍କର ସାଥୀ ପାଲଟିଗଲା। ପିଆଜ କାଟିଲେ ଆଖିରୁ ଲୁହ ବାହାରେ ବୋଲି ଜିତେଶ ପ୍ରଥମେ ପଟି ବାନ୍ଧି ଥିଲେ। ଏହା ଏବେ ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଯାହା ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନେ ଜିତେଶଙ୍କର ଏପରି କାମ ଦେଖି ଖୁବ୍‌ ପ୍ରଶଂସା କରନ୍ତି। ଦୋକାନରେ ପ୍ରତିଦିନ ୮ କେଜି ପିଆଜ କଟାଯାଏ। ଯାହାକୁ ୧ଘଣ୍ଟାରେ କାଟିଦିଅନ୍ତି ଜିତେଶ। ତାଙ୍କର ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣ୍ଢ ହଲାଇଲେ ବି ପାରୁନି ହାତୀ, ବଞ୍ଚିବା ପାଇଁ ଦୌଡ଼ୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ...

ଲକ୍‌ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ...

କରୋନା ମାଡ଼ଠୁ ବଳିଗଲା ବର୍ଷା ଦୁଃଖ: ମାଟିରେ ପୋତି ହୋଇଗଲା ଗାଡ଼ି

ଜୟପୁର, ୨୦।୮: ଭାରତର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ଜଳ ଜମି ହୋଇ ରହିଛି।...

ସାମ୍ବାଦିକ ରବୀଶ କୁମାର ମାଗସେସେ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ, ୨।୮: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମନ ମାଗସେସେ ପୁରସ୍କାର ୨୦୧୯ ପାଇଁ ଭାରତୀୟ ସାମ୍ବାଦିକ ରବୀଶ କୁମାରଙ୍କ ସମେତ ଏସିଆର ୫ଜଣ ମନୋନୀତ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା

ନୂଆଦିଲ୍ଲୀ,୬।୧: ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍‌ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ...

ଭଗବାନ ଶିବଙ୍କ ବେଶରେ ଦରଦାମ୍‌ ବୃଦ୍ଧିକୁ ବିରୋଧ କରୁଥିବା ଯୁବକ ଗିରଫ

ଗୁଆହାଟୀ,୧୦।୭: ଫିଲ୍ମ କାଳୀ ପୋଷ୍ଟରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ମଧ୍ୟରେ ଆସାମର ନାଗାଓଁରେ ପଥପ୍ରାନ୍ତ ନାଟକକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ପଥପ୍ରାନ୍ତ...

Advertisement
Archives

Model This Week