Posted inଜାତୀୟ

ରମଣ ସିଂଙ୍କ ପ୍ରଶ୍ନର ଉତ୍ତର ଦେଲେ ବଘେଲ

ରାୟପୁର,୨ ।୧୦: ଛତିଶଗଡ଼ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସେ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମଣ ସିଙ୍କ ବୟାନ ପରେ ବଘେଲ ଏମିତି କହିଛନ୍ତି । ବଘେଲ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ତେବେ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଘେଲ କହିଛନ୍ତି ସେମାନେ ତାଙ୍କ ନିଜ କାମରେ ଦିଲ୍ଲୀ ଯାଇଛନ୍ତି । ସେମାନେ କେଉଁଠିକି ବି ଯିବାକୁ ସେମାନଙ୍କର ସ୍ୱାଧିନତା ରହିଛି । ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବୋଲି ବଘେଲ କହିଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ବିବାଦ ତୁଟି ନ ଥିବା ବେଳେ ଏବେ ଛତିଶଗଡ଼ ପୁଣି ଅଡୁଆ ଭିତକୁ ପଶି ଆସୁଥିବା ଭଳି ମନେ ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ମଧ୍ୟସ୍ଥତାକୁ ଭାରତର ନା

ନୂଆଦିଲ୍ଲୀ,୧୭ା୨: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। କଶ୍ମୀର...

ଆମ ସୀମାରେ ଯାହା ଘଟୁଛି, ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି: ରାହୁଲ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ...

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା...

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି।...

ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି

ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ...

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ...

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ପୁଲଓ୍ବାମା,୨।୫: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

Advertisement
Archives

Model This Week