Posted inଖେଳ

ପୂରା ଚାମ୍ପିୟନ ଭଳି ଖେଳୁଛି ସିଏସ୍‌କେ

ନୂଆଦିଲ୍ଲୀ,୨୮।୪ : ଆଇପିଏଲର ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳୁଛି। ଅରୁଣ ଜେଟଲି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଅତି ସହଜରେ ୭ ଉଇକେଟରେ ହରାଇ ଦେଇଛି ସିଏସ୍‌କେ। ଚଳିତ ସିଜନରେ ଏହା ଦଳର କ୍ରମାଗତ ୫ମ ବିଜୟ। ଏହା ସହିତ ଦଳ ପୁଣି ଥରେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ୬ ମ୍ୟାଚ୍‌ରେ ହାଇଦ୍ରାବାଦର ଏହା ୫ମ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପାଇଁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର (୫୭ ରନ୍‌, ୩ ଚୌକା ଓ ୨ ଛକା) ଓ ମନୀଷ ପାଣ୍ଡେ (୬୧ ରନ୍‌, ୫ ଚୌକା ଓ ୧ ଛକା) ଖେଳିଥିଲେ ଅର୍ଦ୍ଧଶତକୀୟ ପାଳି। ହେଲେ ଦୁହିଁଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ ସିଏସ୍‌କେ ବୋଲର ଓ ଫିଲ୍ଡରମାନେ। ମାତ୍ର ଶେଷ ଆଡ଼କୁ କେନ ଓ୍ବିଲିୟମସନ ଖେଳିଥିଲେ ଛୋଟ ହେଲେ ବିସ୍ଫୋରକ ୨୬ ରନ୍‌ର ଇନିଂସ। ତାଙ୍କୁ ସହଯୋଗ କରିଥିଲେ କେଦାର ଯାଦବ (୧୨)। ଫଳରେ ହାଇଦ୍ରାବାଦ୍‌ ୩ ଉଇକେଟ ହରାଇ ୧୭୧ ରନ୍‌ କରିପାରିଥିଲା।

କିନ୍ତୁ ଏହାକୁ ଅତ୍ୟନ୍ତ ସାଧାରଣ ଟାର୍ଗେଟରେ ପରିଣତ କରି ଦେଇଥିଲେ ଫାଫ ଡୁ’ ପ୍ଲେସି ଓ ରୁତୁରାଜ ଗାଏକ୍ୱାଡଙ୍କ ଓପନିଂ ଯୋଡ଼ି। ଦୁହେଁ ୧୩ ଓଭରରେ ଯୋଡ଼ି ଥିଲେ ୧୨୯ ରନ୍‌। ପରେ ଦଳ କ୍ରମାଗତ ବ୍ୟବଧାନରେ ହରାଇଥିଲା ୩ ଉଇକେଟ। ହେଲେ ସେତେବେଳକୁ ମ୍ୟାଚ୍‌ରେ ଆଉ କିଛି ନ ଥିଲା। ସିଏସ୍‌କେ ୧୮.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା ବିଜୟ ଲକ୍ଷ୍ୟ। ଦଳ ପାଇଁ ଗାଏକ୍ୱାଡ ୭୫ (୧୨ ଚୌକା) ଓ ଡୁ’ ପ୍ଲେସି ୫୬ (୬ ଚୌକା ଓ ଗୋଟିଏ ଛକା) ରନ୍‌ କରିଥିଲେ। ହାଇଦ୍ରାବାଦ୍‌ ପାଇଁ ରଶିଦ ଖାନ ହାତେଇଥିଲେ ୩ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?