ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି

ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍‌ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା ସେପ୍ଟୁନରିୟମ ଏଜ୍ଜି ଉମା ମହେଶଙ୍କର ବୋଲି ଏବେ କୁହାଯାଉଛି । ଗତ ଶୁକ୍ରବାର ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ନିଜର ମୃତ୍ୟୁ ପୂର୍ବରୁ ସେ ତାଙ୍କର ଶୋକ ବାର୍ତ୍ତା ଲେଖି ଦେଇଥିଲେ । ଯାହା ଗଣମାଧ୍ୟମରେ ପ୍ରକାଶିତ ମଧ୍ୟ ହୋଇଛି । ଏବେ ଏହି ବାର୍ତ୍ତାକୁ ବହୁଳ ଭାବେ ସୋସିଆଲ ମିଡିଆରେ ଶେୟାର କରାଯାଉଛି । ଲୋକେ ଏହାକୁ ପଢି କାନ୍ଦୁଥିବା ବେଳେ ଫେସ୍‌ବୁକ ପାଇଁ ମଧ୍ୟ ସେ ତାଙ୍କର ଅଲଗା ଶୋକ ବାର୍ତ୍ତା ଲେଖିଥିବା ଜଣାପଡିଛି । ଯିଏ ଏଜ୍ଜିଙ୍କୁ ଜାଣିଛନ୍ତି ଅବା ନ ଜାଣିଛନ୍ତି ସମସ୍ତେ ତାଙ୍କ ଶୋକ ବର୍ତ୍ତାକୁ ଶେୟାର କରିବା ସହ ଜୀବନ ପ୍ରତି ଥିବା ତାଙ୍କର ଦୃଷ୍ଟିକୋଣର ପ୍ରଶଂସା କରିଛନ୍ତି । ତାଙ୍କ ଶୋକ ବାର୍ତ୍ତାରେ ସେ ତାଙ୍କର ପ୍ରିୟଜନ ଓ ଶତ୍ରୁଙ୍କୁ ମଧ୍ୟ ସାମିଲ କରିଛନ୍ତି । ଏମାନଙ୍କ ସହ ଜୀବନ କାଟିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସବୁବେଳେ କହୁଥିଲେ ମୋ ପାର୍ଟି ଶେଷ ହୋଇଗଲାଣି ଆଉ ଯେଉଁମାନଙ୍କୁ ମୁଁ ପଛରେ ଛାଡି ଯାଉଛି ସେମାନଙ୍କ ପାଇଁ କିଛି ହ୍ୟାଙ୍ଗ ଓବର ନାହିଁ । ସମୟ ସମସ୍ତଙ୍କ ପାଇଁ ଭଲ ଆସିବ । ନିଜ ଜୀବନର ଆନନ୍ଦ ନିଅନ୍ତୁ ଓ ପାର୍ଟି ଜାରି ରଖନ୍ତୁ । ଯେମିତି ଲେନନ କହିଛନ୍ତି, ଜୀବନ ଆପଣଙ୍କ ସଙ୍ଗେ ଥିବ, ଯେତେବେଳେ ଆପଣ ଅନ୍ୟ ଯୋଜନା ତିଆରି କରୁଥିବେ । ଏଜ୍ଜି ଜଣେ ପୂର୍ବତନ କାର୍ ରାଲି ଡ୍ରାଇଭର ଥିଲେ । ସେ ତାଙ୍କ ଫେସବୁକରେ କାର ଓ ରେସିଂ ପ୍ରତି ଥିବା ତାଙ୍କର ଆଜୀବନ ଭଲପାଇବାକୁ ବ୍ୟକ୍ତ କରିଛନ୍ତି । ଶୋକ ବାର୍ତ୍ତାରେ ସେ ତାଙ୍କ ଅଙ୍ଗଦାନ ଓ ଶରୀର ଦାନ କରିବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri