Posted inଖେଳ

ଚେନ୍ନାଇ ଆଶା ମଉଳିଲା, ମୁମ୍ବାଇ ଶୀର୍ଷରେ

ଶାରଜା, ୨୪।୧୦- ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଘାତକ ବୋଲିଂ ଏବଂ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ୧୧ ମ୍ୟାଚରୁ ୮ମ ପରାଜୟ ବରଣ କରିଥିବାରୁ ଚେନ୍ନାଇ ସୁପରକିଙ୍ଗ୍ସର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ମୁମ୍ବାଇ ୧୨.୨ ଓଭରରେ କୌଣସି ଉଇକେଟ ନ ହରାଇ ୧୧୬ ରନ ସଂଗ୍ରହ କରି ନେଇଥିଲା। ଫଳରେ ଲୋ ସ୍କୋରିଂ ମ୍ୟାଚରେ ମୁମ୍ବାଇ ୧୦ ଉଇକେଟରେ ବିଜୟ ହାସଲ କରିଛି। ଦୁଇ ଓପନର ଇଶାନ କିଶନ ୩୭ ବଲ୍‌ରୁ ୬୮(୬ ଚୌକା, ୫ ଛକା) ଓ କ୍ୱିଣ୍ଟନ ଡି’କକ୍‌ ୩୭ ବଲ୍‌ରୁ ୪୬(୫ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଏଣିକି ଚେନ୍ନାଇ ଏହାର ଅବଶିଷ୍ଟ ୩ ମ୍ୟାଚ ଜିତିଲେ ମଧ୍ୟ ସିଧା ପ୍ଲେ-ଅଫ୍‌କୁ ଯାଇ ପାରିବ ନାହିଁ। ଅନ୍ୟ ମ୍ୟାଚ ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ।
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସର କାମଚଳା ଅଧିନାୟକ କିରନ ପୋଲାର୍ଡ। ତାଙ୍କ ନିଷ୍ପତ୍ତି ଉଚିତ ସାବ୍ୟସ୍ତ ହୋଇଥିଲା। ମୁମ୍ବାଇର ଦୁଇ ମୁଖ୍ୟ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଘାତକ ବୋଲିଂ କରି ଚେନ୍ନାଇକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଚେନ୍ନାଇ ୩ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। କେଦାର ଯାଦବ, ପୀୟୂଷ ଚାଓ୍ବଲା ଓ ଶେନ ଓ୍ବାଟସନଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ, ଏନ. ଜଗଦୀଶନ ଓ ଇମ୍ରାନ ତାହିରଙ୍କୁ ଖେଳାଇଥିଲା। ବୋଲ୍ଟ ନିଜ ପ୍ରଥମ ଓଭରର ୫ମ ବଲ୍‌ରେ ଗାଏକ୍ୱାଡ(୦)ଙ୍କୁ ଆଉଟ କରିଥିବାବେଳେ ବୁମ୍‌ରା ନିଜ ପ୍ରଥମ ଓଭରର ୪ର୍ଥ ଓ ୫ମ ବଲ୍‌ରେ ଯଥାକ୍ରମେ ଅମ୍ବାତି ରାୟୁଡ଼ୁ(୨) ଓ ଜଗଦୀଶନ(୦)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। କେବଳ ସେତିକି ନୁହେଁ ବୋଲ୍ଟ ନିଜ ଦ୍ୱିତୀୟ ଓଭରରେ ଫାଫ୍‌ ଡୁ’ପ୍ଲେସି(୧) ଓ ତୃତୀୟ ଓଭରରେ ରବୀନ୍ଦ୍ର ଜାଡେଜା(୭)ଙ୍କୁ ଆଉଟ କରି ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସତର୍କତାର ସହ ଖେଳିଥିଲେ ହେଁ ୧୬ ବଲ୍‌ରୁ ୧୬(୨ ଚୌକା, ୧ ଛକା) ରନ କରିଥିବାବେଳେ ରାହୁଲ ଚହରଙ୍କ ଶିକାର ହୋଇଥିଲେ। ଟେଲ୍‌ ଏଣ୍ଡର ଦୀପକ ଚହର(୦) ଓ ଶାର୍ଦ୍ଦୁଳ ଠାକୁର(୧୧) ମଧ୍ୟ ମୁମ୍ବାଇ ବୋଲରଙ୍କୁ ଖେଳିବାରେ ବିଫଳ ହୋଇଥିଲେ। ୪୩ ରନରେ ଚେନ୍ନାଇ ୭ ଉଇକେଟ ହରାଇଥିଲା। ତେବେ ୭ ନମ୍ବର ସ୍ଥାନରେ ଆସିଥିବା ସାମ୍‌ କୁରାନ ସାହସର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଦଳ ପକ୍ଷରୁ ସର୍ବାଧିକ ୫୨(୪୭ ବଲ, ୪ ଚୌକା, ୨ ଛକା) ରନ କରିବାରୁ ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରି ପାରିଥିଲା। ଇମ୍ରାନ ତାହିର ୧୩(୧୦ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ। ସାମ୍‌ ଓ ତାହିର ୯ମ ଉଇକେଟରେ ୪୩ ରନ ଯୋଗ କରିଥିଲେ। ଆଇପିଏଲରେ ୯ମ ଉଇକେଟ ଯୋଡ଼ିରେ ଏହା ରେକର୍ଡ ପାର୍ଟନରଶିପ୍‌। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୋଲ୍ଟ ୪ଟି, ବୁମ୍‌ରା ଓ ରାହୁଲ ଚହର ୨ଟି ଲେଖାଏ ଏବଂ ନାଥାନ କୁଲ୍ଟର-ନିଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୧୪/୯ (ସାମ୍‌ କୁରାନ-୫୨, ବୋଲ୍ଟ-୪/୧୮, ବୁମ୍‌ରା-୨/୨୫, ରାହୁଲ ଚହର-୨/୨୨, କୁଲ୍ଟର ନିଲ୍‌-୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୨.୨ ଓଭରରେ ୧୧୬/୦(କିଶନ-୬୮*, ଡି’କକ୍‌-୪୬*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri