Posted inଖେଳ

ମାଳଦ୍ୱୀପରେ ଖେଳିବ ଚେନ୍ନାଇ ସିଟି

ନୂଆଦିଲ୍ଲୀ, ୨୨|୭ (ପି.ଟି.): ଆଇ-ଲିଗ୍‌ ୨୦୧୮-୧୯ ଚାମ୍ପିୟନ ଚେନ୍ନାଇ ସିଟି ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଏହାର ଅବଶିଷ୍ଟ ମ୍ୟାଚ୍‌ ମାଳଦ୍ୱୀପରେ ଖେଳିବ। ବହୁ ଦେଶରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ଏହି ନିଷ୍ପତ୍ତି ନେଇଛି। ମ୍ୟାଚଗୁଡ଼ିକ ଗୋଟିଏ ଭେନ୍ୟୁରେ ଅନୁଷ୍ଠିତ ହେବ ବୋଲି ମାଳଦ୍ୱୀପ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ମାହଲୁଫ୍‌ ପ୍ରକାଶ କରିଛନ୍ତି। ମାଳଦ୍ୱୀପ ଫୁଟ୍‌ବଲ ଆସୋସିଏଶନ (ଏଫ୍‌ଏଏମ୍‌) ଏକ ମାତ୍ର ଜାତୀୟ ମହାସଂଘ ଭାବେ ଗ୍ରୁପ୍‌ ‘ଇ’ ମ୍ୟାଚ୍‌ ଗୁଡ଼ିକର ଆୟୋଜନ ପାଇଁ ଆଗ୍ରହ ଦେଖାଇଥିଲା। ଏହି ଗ୍ରୁପ୍‌ରେ ସ୍ଥାନୀୟ ଦଳ ମାଜିୟା, ଟିସି ସ୍ପୋଟର୍‌ସ ଏବଂ ବାଂଲାଦେଶର ବସୁନ୍ଧରା କିଙ୍ଗ୍ସ ରହିଛନ୍ତି। ଚେନ୍ନାଇ ସିଟି ଏହାର ଗତ ମ୍ୟାଚ ମାର୍ଚ୍ଚ ୧୪ରେ ଖେଳିଥିଲା। ଅକ୍ଟୋବର ୨୩ରେ ଟିସି ସ୍ପୋଟର୍‌ସ ବିପକ୍ଷରେ ଦଳ ପୁଣି ଏହାର ଅଭିଯାନ ଆରମ୍ଭ କରିବ। ମ୍ୟାଚଗୁଡ଼ିକ ମାଲେସ୍ଥିତ ରାମ୍‌ସି ଧାଣ୍ଡୁ ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଚେନ୍ନାଇ ସିଟି ମାଜିୟା ବିପକ୍ଷ ଏହାର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ ୨-୨ରେ ଡ୍ର ରଖିଥିଲା। ଦଳର ଆହୁରି ୫ଟି ମ୍ୟାଚ୍‌ ବାକି ରହିଛି। କରୋନା ଭାଇରସ୍‌ ଯୋଗୁ ଏଏଫ୍‌ସିର ମହାଦେଶୀୟ ପ୍ରତିଯୋଗିତାଗୁଡ଼ିକ ମାର୍ଚ୍ଚରେ ସ୍ଥଗିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

ଆୟର୍ଲାଣ୍ଡ, ଇଂଲଣ୍ଡ ଟୁରରୁ ସିରାଜଙ୍କୁ ବିଶ୍ରାମ, କାହିଁକି ଜାଣନ୍ତୁ…

ମୁମ୍ବାଇ, ୯ା୬: ଭାରତୀୟ ପେସର ମହମ୍ମଦ ସିରାଜଙ୍କୁ ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟର ଅଂଶ ଭାବେ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁରରୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ପ୍ରସିଦ୍ଧ…

ଆଫଗାନିସ୍ତାନ ସିରିଜ୍‌ ଖେଳିବେ ରୋହିତ, ହାର୍ଦ୍ଦିକ

ନୂଆ ଚଣ୍ଡିଗଡ଼,୯ା୬- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭେଟେରାନ ଷ୍ଟାର ଓପନର ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌…

ଭାରତ-ଇଂଲଣ୍ଡ ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଖେଳାଯିବ, କାହିଁକି ଜାଣନ୍ତୁ…

ଲଣ୍ଡନ,୮ା୬: ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତ ବିପକ୍ଷରେ ଖେଳାଯିବାକୁଥିବା ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଅର୍ଥାତ ଭାରତୀୟ ସମୟ ରାତି ୧୦ଟାରୁ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

ମାହିରା ଶର୍ମାଙ୍କୁ ଡେଟ କରୁଛନ୍ତି ଅଭିଷେକ ଶର୍ମା? ଏକ ‘ସିକ୍ରେଟ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ତୀବ୍ର ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ…

ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ…

ହଠାତ୍‌ ଭାରତୀୟ ଦଳରୁ ୭ ଖେଳାଳି ପଡ଼ିଲେ ବାଦ୍‌: BCCI ବଦଳାଇଦେଲା ସ୍କ୍ବାଡ୍‌

ନୂଆଦିଲ୍ଲୀ,୯।୬:ସାଧାରଣତଃ ଏକ ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ମୁଲାନପୁର ଟେଷ୍ଟରେ ଭାରତ ତୃତୀୟ ଦିନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri