Posted inଖେଳ

ଶେଫ୍‌ଙ୍କ ଅନଧିକାର ପ୍ରବେଶ: ଫିଫାର ସମୀକ୍ଷା

ଜୁରିଚ୍‌, ୨୪।୧୨(ଏପି): କାତାର ବିଶ୍ୱକପ୍‌ ବେଳେ ଜଣେ ଶେଫ୍‌ (ରୋଷେୟା)ଙ୍କ ‘ଅନଧିକାର ପ୍ରବେଶ’କୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)। ଶେଫ୍‌ ଜଣକ ସଲ୍‌ଟ ବେ’ ନାମରେ ପରିଚିତ। ଜଣେ ସେଲିବ୍ରିଟି ଭଳି ସେ ସମସ୍ତ ସୁବିଧା ସୁଯୋଗ ପାଉଥିଲେ। ପଡ଼ିଆରେ ସେ ସ୍ବର୍ଣ୍ଣ ଟ୍ରଫିକୁ ଧରିଥିଲେ। ତାଙ୍କୁ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କ ସହ ବହୁ ସମୟ ଦେଖିବାକୁ ମିଳୁଥିଲା। ଆର୍ଜେଣ୍ଟିନା ଖେଳାଳିଙ୍କ ସହ ମିଶୁଥିଲେ। ରବିବାର ଫ୍ରାନ୍ସ ବିପକ୍ଷ ଫାଇନାଲରେ ବିଜୟ ପରେ ସେ ଖେଳାଳିମାନଙ୍କ ସହିତ ଫଟୋ ଉଠାଇଥିଲେ। ଫିଫା କହିଛି ବିଶ୍ୱକପ୍‌ ଟ୍ରଫି ଦୁର୍ମୂଲ୍ୟ ଆଇକନ୍‌, ଯାହାକୁ ଖୁବ୍‌ ସୀମିତ ଲୋକ ସ୍ପର୍ଶ କରିପାରିବେ। ସେମାନଙ୍କ ମଧ୍ୟରେ ପୂର୍ବତନ ଫିଫା ବିଶ୍ୱକପ୍‌ ବିଜେତା ଏବଂ ରାଷ୍ଟ୍ରମୁଖ୍ୟ ଅନ୍ୟତମ। ଏକ ସମୀକ୍ଷା ପରେ ଡିସେମ୍ବର ୧୮ରେ ଲୁସେଲ ଷ୍ଟାଡିୟମରେ ଉଦ୍‌ଯାପନୀ ଉତ୍ସବ ଚାଲିଥିବା ବେଳେ ଏହି ଶେଫ ଜଣକ କିପରି ପଡ଼ିଆ ଭିତରେ ପ୍ରବେଶ କରିପାରିଲେ ତାହା ସନ୍ଧାନ ନିଆଯାଉଛି। ଏନେଇ ଆଭ୍ୟନ୍ତରୀଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫିଫା କହିଛି। ଶେଫ୍‌ ଜଣଙ୍କର ଦୋହାରେ ଏକ ରେସ୍ତୋରଁା ରହିଛି। ଏହାର ସୁଯୋଗରେ ସେ ବିଶ୍ୱକପ୍‌ ବେଳେ ଫିଫାର ଅତିଥି ଓ ଭିଆଇପିମାନଙ୍କ ସଂସ୍ପର୍ଶରେ ଆସି ପାରିଥିଲେ। ସେମାନଙ୍କ ସହ ଉଠାଇଥିବା ଫଟୋ ଏବଂ ଭିଡିଓ କ୍ଲିପ୍‌ଗୁଡ଼ିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଫାଇନାଲ ମ୍ୟାଚ ୩-୩ରେ ରୋମାଞ୍ଚକ ଡ୍ର’ ପରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟଆଉଟରେ ବିଜୟ ଲାଭ କରିବା ପରେ ଶେଫ୍‌ ଜଣକ ପଡ଼ିଆରେ ଲିଓନେଲ ମେସିଙ୍କ ହାତକୁ ଟାଣି ଧରି ଭିଡିଓ ଶୁଟ୍‌କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଜେଣ୍ଟିନା ଫୁଟ୍‌ବଲ ତାରକା ଏଥିରେ ପ୍ରଥମେ ବିରକ୍ତି ପ୍ରକାଶ କରିଥିଲେ କିନ୍ତୁ ପରେ ତାଙ୍କ ସହିତ ଫଟୋ ଉତ୍ତୋଳନ କରିଥିଲେ। ଏହି ଫିଲ୍ମ କ୍ଲିପ୍‌କୁ ଶେଫ୍‌ ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?