ବଡଦିନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ ଅଫିସ/ରାଇକିଆ(ଡି.ଏନ.ଏ.)୨୪ା୧୨: ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସେମାନଙ୍କ ପ୍ରମୁଖ ପର୍ବ ବଡଦିନ ପାଳନ କରିବେ। ଏଥିଲାଗି ଜିଲାର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ହୋଇଉଠିଛି। ବଡ଼ଦିନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲଙ୍କ ସୂଚନା ଅନୁସାରେ ଜିଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବଦେନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଜଲେଶପଟା ଓ ଚକାପାଦ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ନାକା କରି ଗାଡିମୋଟର ଯାଞ୍ଚ କରାଯାଇଛି । ଜିଲାରେ ସମୁଦାୟ ୨୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଅତି ସମ୍ବେଦନଶୀଳ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି ଓ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯିବା ସହ ସମସ୍ତ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଚାଲଛି। ମାଓବାଦୀ ପ୍ରବଣ ଅଞ୍ଚଳଗୁଡିକରେ ମଧ୍ୟ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ରାଇକିଆ ପୋଲିସ ତରଫରୁ ଫ୍ଲାଗମାର୍ଚ କରାଯାଇଛି। ରାଇକିଆ ଥାନାଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ୱରେ ଥାନା ପରିସରରୁ ଫ୍ଲାଗମାର୍ଚ୍ଚରେ ସୁରକ୍ଷା କର୍ମୀମାନେ ବାହାରି ପରିକ୍ରମା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଦେଖି ଫେରୁଥିବାବେଳେ ଜୀବନ ଗଲା

ଫୁଲବାଣୀ ଅଫିସ, ଫିରିଙ୍ଗିଆ,୮ା୬- ଫିରିଙ୍ଗିଆରେ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପଦିଙ୍ଗିଆ ପଞ୍ଚାୟତର ପ୍ରସନ୍ନ କହଁର।...

ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ,...

ବାଜପେୟୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଶିଖରରେ ପହଞ୍ଚାଇଥିଲା

ମାଲକାନଗିରି/ଜୟପୁର,୨୬ା୧୨(ଡି.ଏନ୍‌.ଏ./ନି.ପ୍ର.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲା ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ତଥା ସୁଶାସନ...

ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି...

ଏନ୍‌ଟିପିସି ରେଳ ଲାଇନ୍‌ରୁ ମୃତଦେହ ଉଦ୍ଧାର: କୋଇଲା ପରିବହନ ବନ୍ଦ

ତାଳଚେର,୧୪।୧୨(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ନିକଟ ଏନ୍‌ଟିପିସି ରେଳ ଲାଇନ୍‌ରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ମହିଳା ଜଣକ...

ପୌରାଧ୍ୟକ୍ଷା ପ୍ରାର୍ଥନୀଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ,୧୮।୩(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।...

ନିଯୁକ୍ତି ପାଇଁ ବିଧାନସଭା ଘେରିବେ ଛାତ୍ରୀଛାତ୍ର

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାର ରଗଡିସ୍ଥିତ ଏକମାତ୍ର ସରକାରୀ ପଲିଟେକନିକ (ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ)ର ଛାତ୍ରୀଛାତ୍ରମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ...

ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ

ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି।...

Advertisement
Archives

Model This Week