Posted inଫୁରସତ

ରାଗି କି ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଇଲା ଗାଈ, ଭିଡିଓ ଦେଖିଲେ…

ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଜରୁରିକାଳୀନ କମର୍ଚାରୀମାନେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ କରିଥାନ୍ତି। ମାତ୍ର ବେଳେବେଳେ ସେମାନେ କିଛି ବିଚିତ୍ର ପରିସ୍ଥିତିର ସାମ୍ନା କରିଥାନ୍ତି। ଯାହା ଦେଖିଲେ ବିଶ୍ୱାସ କରି ହୁଏ ନାହିଁ। ଅଷ୍ଟ୍ରେଲିଆର ନ୍ୟୁ ସାଉ୍‌୍‌ ଓ୍ବେଲ୍ସର ଅଗ୍ନିଶମ କର୍ମଚାରୀ ଏମିତି ଏକ ଘଟଣାର ସମ୍ମୁଖୀନ ହୋିଛନ୍ତି। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ହଠାତ୍‌ ଏକ ଗାଈ ରାଗି କି ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟିକୁ ଅଗ୍ନି ଏବଂ ଉଦ୍ଧାରକାରୀ ଏନ୍‌ଏସ୍‌ଡବ୍ଲ୍ୟୁ ଷ୍ଟେଶନ ୦୮୨ ରିଚମଣ୍ଡ ଏହାକୁ ଫେସ୍‌ବୁକରେ ଶେୟାର କରିଛନ୍ତି। ଅଗ୍ନିଶମ କର୍ମଚାରୀ ହାଇଡ୍ରାଣ୍ଟର ଯାଞ୍ଚ କରୁଥିବା ବେଳେ ଏକ ଗାଈ ତାଙ୍କ ଉପରେ ଆକ୍ରମଣ କରିଥିଲା। ଭିଡିଓକୁ ଫେସ୍‌ବୁକରେ ପୋଷ୍ଟ କରି କ୍ୟାପଶନ ଲେଖାଯାଇଥିଲା ‘ ଫାୟାର ଆଣ୍ଡ୍‌ ରେସ୍‌କ୍ୟୁ ଏନ୍‌ଏସଡବ୍ଲ୍ୟୁରେ ଆମେ ଯାହା ବି କରିବାକୁ ପ୍ରସ୍ତୁତ। କିନ୍ତୁ ରାଗିଥିବା ଗାଈ ପଛରେ ଗୋଡ଼ାଇବା ବ୍ୟତୀତ।
ନଭେମ୍ବର ୨୯ରେ ଏହି ଘଟଣା ଘଟିଥିଲା। ଏହା ଶେୟାର ହେବା ପରଠାରୁ ୬୦୦ରୁ ଅଧିକ ପ୍ରତିକ୍ରିୟା ଏବଂ ପ୍ରାୟ ୫୦୦ କମେଣ୍ଟ ମିଳିଛି। କିଛି ୟୁଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ହାସ୍ୟାସ୍ପଦ କଥା ନୁହେଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହି ଘଟଣାରେ ତାଙ୍କ ସାଙ୍ଗ ଏବଂ ସହକର୍ମଚାରୀମାନେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯାହା ଅତ୍ୟନ୍ତ ଦୁଃଖଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri