ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌କୁ ନୋବେଲ ବିଜେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର ପ୍ରଶଂସା କରିଛନ୍ତି। ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି। ଏହି କ୍ରମରେ କ୍ରେମର ପୁରୀ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏଥିରେ ଉପକୃତ ହେଉଥିବା ହିତାଧିକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ କ୍ରେମର ଓ ତାଙ୍କ ଟିମ୍‌ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହାଦ୍ବାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି। ଏହି ଅବସରରେ କ୍ରେମର ଟ୍ୟାପ୍‌ରୁ ପାଣି ମଧ୍ୟ ପିଇଥିଲେ।
ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ କ୍ରେମର ଓ ତାଙ୍କ ଟିମ୍‌ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇସାରିଛି। ସେହିପରି ଗତ ଡିସେମ୍ବର ମାସରେ ଆଉ ୩ଟି ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ କରାଯାଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଞ୍ଚଳରୁ ୮୫ଟିରେ ଶତପ୍ରତିଶତ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରିସାରି ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରାଜ୍ୟ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ନାହିଁ ଗ୍ରୀଷ୍ମ ପ୍ରଭାବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗ୍ରୀଷ୍ମପ୍ରବାହ ନେଇ କୈଣସି ବିପଦ ନାହିଁ। ସ୍କୁଲଗୁଡିକ...

ଏସ୍‌ସିବିର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ପ୍ୟାକେଜ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା...

ଆଦିବାସୀଙ୍କ ନାମରେ ଟଙ୍କା ହଡ଼ପ

ନୀଳଗିରି,  ୧।୭ (ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦିବାସୀଙ୍କ ନାମରେ ଜବକାର୍ଡ଼ ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ବରହମପୁର...

ବାହାରେ ଫସିଥିବା ଶ୍ରମିକଙ୍କ ପରିବାରକୁ ସହାୟତା ଦିଆଯାଉ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ରେଳ ଚଳାଚଳ...

ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌ ଟିମ୍‌କୁ ରାଜ୍ୟପାଳଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ‘ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌-୨୦୨୧’ ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ଚିକିତ୍ସକ ଡା. ମନୋଜ କୁମାର ସାହୁ...

ପୁରୁଣା ଫାଇଲ ଖୋଲିବ ସିବିଆଇ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ(ଭିକେ)ଙ୍କୁ ଦୀର୍ଘ ୨୨ବର୍ଷ ପରେ କମିଶନରେଟ୍‌ ପୋଲିସ ସୋମବାର ଗିରଫ...

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଉପଚ୍ଛାୟାଜନିତ ହେତୁ ପାଳନୀୟ ନୁହେଁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଶୁକ୍ରବାର ରାତିରେ ଦେଖିବାକୁ ମିଳିବ। ଏହି ମହାଜାଗତିକ ଘଟଣା ଓଡିଶା ସମେତ ସମଗ୍ର ଭାରତ ଏବଂ ବିଶ୍ୱର ଅନେକ ରାଷ୍ଟ୍ରରେ...

କରୋନାରେ ବଢ଼ିଛି ସ୍ନାୟୁ ରୋଗ

ଏସ୍‌ସିବି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ମୁଖ୍ୟ ଡା. ଅଶୋକ ମଲ୍ଲିକ ଓଡ଼ିଶାରେ ଜଣେ ଦକ୍ଷ ଓ ଲୋକପ୍ରିୟ ଡାକ୍ତର ଭାବେ...

Advertisement
Archives

Model This Week