Posted inଜାତୀୟ

୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ ବର୍ଷ ଏନଆଇଏ ଆତଙ୍କବାଦ ସହ ଜଡିତ ସର୍ବାଧିକ ମାମଲା ଅନୁସନ୍ଧାନ କରିଛି। ୨୦୨୨ମସିହାରେ ୩୬୫ ଦିନ ମଧ୍ୟରେ, ଏନଆଇଏ ୭୩ ଟି ମାମଲା ରୁଜୁ କରିଛି। ପୂର୍ବ ବର୍ଷଗୁଡିକରେ ଏହି ସଂଖ୍ୟା ୬୧ ରୁ କମ ଥିଲା। ବିଶେଷ କଥା ହେଉଛି ଏଥର ପଞ୍ଜୀକୃତ ହୋଇଥିବା ୭୩ ଟି ମାମଲା ଅନୁଯାୟୀ, ଜିହାଦି ଆତଙ୍କ ସହ ଜଡିତ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ନିଜର ସାହସିକତା ପ୍ରଦର୍ଶନ କରିଛି। ଚଳିତ ବର୍ଷ ବିଭିନ୍ନ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ୫୯ ଟି ଚାର୍ଜଶିଟ ଦାଖଲ କରାଯାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ ରହିଛି।

ଜାତୀୟ ଅନୁସନ୍ଧାନ ଏଜେନ୍ସି ୨୦୨୧ ବର୍ଷରେ ୬୧ ଟି ମାମଲା ରୁଜୁ କରିଥିଲା। ୨୦୨୨ ବର୍ଷ ପଞ୍ଜୀକରଣ ମାମଲାରେ ୧୯.୬୭ ପ୍ରତିଶତ ବୃଦ୍ଧି ଘଟିଛି। ଏନଆଇଏ ଦ୍ୱାରା ପଞ୍ଜୀକୃତ ୭୩ ଟି ମାମଲା ମଧ୍ୟରୁ ଜିହାଦି ଆତଙ୍କ ସମ୍ବନ୍ଧରେ ୩୫ ଟି ମାମଲା ରୁଜୁ ହୋଇଛି। ଯେଉଁ ରାଜ୍ୟରେ ଜିହାଦି ଆତଙ୍କବାଦୀ ମାମଲା ରୁଜୁ ହୋଇଛି ସେଥି ମଧ୍ୟରେ ଜମ୍ମୁ-କଶ୍ମୀର, ଆସାମ, ବିହାର, ଦିଲ୍ଲୀ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ।

ଜମ୍ମୁ-କଶ୍ମୀରରେ ୧୧ ଟି ମାମଲା ରୁଜୁ ହୋଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୦ ଟି ମାମଲା, ଉତ୍ତର ପୂର୍ବରେ ୫ ଟି ମାମଲା, ପିଏଫଆଇ ସମ୍ବନ୍ଧୀୟ ୭ ଟି ମାମଲା ପଞ୍ଜିକୃତ ହୋଇଥିଲା। ପଞ୍ଜାବରେ ଚାରୋଟି ମାମଲା ପଞ୍ଜୀକୃତ ହୋଇଥିଲା। ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର, ଆତଙ୍କବାଦୀ ଏବଂ ଚୋରା ଚାଲାଣକାରୀଙ୍କ ସମ୍ପର୍କରେ ତିନୋଟି ମାମଲା ରୁଜୁ କରାଯାଇଥିଲା। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ଗୋଟିଏ ମାମଲା ଏବଂ ନକଲି ଭାରତୀୟ ମୁଦ୍ରା ନୋଟ ଏଫଆଇସିଏନର ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା।

୨୦୨୨ ବର୍ଷରେ ଏନଆଇଏ ୪୫୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିମଧ୍ୟରେ ୧୯ ଜଣ ପଳାତକ ଅନ୍ତର୍ଭୁକ୍ତ। ଦୁଇ ଅଭିଯୁକ୍ତଙ୍କୁ ଦେଶରୁ ବିତାଡିତ କରାଯାଇଛି। ଜଣେ ଅଭିଯୁକ୍ତଙ୍କୁ ପ୍ରତ୍ୟର୍ପଣ କରାଯାଇଛି। ଚଳିତ ବର୍ଷ ୩୮ ଟି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୦୯ ଜଣଙ୍କୁ କଠୋର ଦଣ୍ଡ ଦିଆଯାଇଛି। ସେମାନଙ୍କୁ ମଧ୍ୟ ଜରିମାନା କରାଯାଇଛି। ୬ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୟୁଏପିଏ ଅଧୀନରେ ଆଠ ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri