ଦାୟୀଙ୍କଠାରୁ ଆଦାୟ

ଅକ୍ଟୋବର ୧୩ରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରରେ ରାସ୍ତାରେ ଖାଲଖମା କିମ୍ବା ନର୍ଦ୍ଦମା ଗର୍ତ୍ତରେ ପଡ଼ି ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୫୦ ହଜାରରୁ ଅଢ଼େଇ ଲକ୍ଷ ଟଙ୍କା ପଯର୍ର୍‌ୟନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ୨୦୧୩ ମସିହା ଏକ ମାମଲାର ବିଚାର କରି ହାଇକୋର୍ଟ ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ସୁରକ୍ଷିତ ରାସ୍ତା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ମଣିଷ ଜୀବନର ମୌଳିକ ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ। ବର୍ଷାଋତୁରେ ଏଭଳି ଅଧିକ ଘଟଣା ଦେଖାଦେଉଛି। ସେ ସଂକ୍ରାନ୍ତରେ ରିପୋର୍ଟ ହୋଇଥିଲେ ତାହା ୪୮ ଘଣ୍ଟା ମଧ୍ୟରେ ମରାମତି କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେଣୁ ଏଥିପାଇଁ ସରକାରୀ ଅଧିକାରୀ, ଇଞ୍ଜିନିୟର ଓ ସମ୍ପୃକ୍ତ ଠିକାଦାରଙ୍କୁ ଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କ୍ଷତିପୂରଣ ପ୍ରଦାନ ରାଶି ଦାୟୀ ବ୍ୟକ୍ତି ଯଥା ଅଧିକାରୀ, ଇଞ୍ଜିନିୟର କିମ୍ବା ଠିକାଦାରଙ୍କଠାରୁ ଆଦାୟ କରାଯାଇପାରିବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ରାସ୍ତାରେ ଗାଡ଼, ଖାଲଖମା ସଂକ୍ରାନ୍ତୀୟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନିଶ୍ଚିତ ଭାବେ ସିଭିକ୍‌ ଆକାଉଣ୍ଟାବିଲିଟି ବା ନାଗରୀୟ ଉତ୍ତରଦାୟିତ୍ୱକୁ ବଢ଼ାଇବାରେ ସହାୟକ ହେବ।
ସଡ଼କ ଭିତ୍ତିଭୂମି ସୁଦୃଢ଼ ଥିଲେ ଜନସାଧାରଣଙ୍କ ଯାତାୟାତଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ସୁଗମ ହୋଇଥାଏ। ହେଲେ ଦେଖାଯାଉଛି ଅନେକ ସ୍ଥାନରେ ଠିକାଦାର, ଇଞ୍ଜିନିୟର ଓ ସରକାରୀ ଅଧିକାରୀଙ୍କ ଜାଣତରେ ଓ ସେମାନଙ୍କ ସକ୍ରିୟ ସହଯୋଗରେ ରାସ୍ତା କାମ ଅଧାପନ୍ତରିଆ ରହୁଥିବା ବେଳେ ସେଗୁଡ଼ିକ ଖାଲଖମାରେ ଭର୍ତ୍ତି ହୋଇଯାଉଛି। କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଯାଇ ନ ଥାଏ। ଫଳରେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଲୋକେ ପଡ଼ି ଖଣ୍ଡିଆଖାବରା ହୋଇଥାଆନ୍ତି। ବର୍ଷାଦିନେ ସ୍ଥିତି ଅସମ୍ଭାଳ ହୋଇପଡ଼େ। ଖାଲ କିମ୍ବା ଗର୍ତ୍ତଗୁଡ଼ିକ ପାଣି ଦ୍ୱାରା ଭରି ହୋଇଯାଇଥିବାରୁ ଅନେକେ ଜାଣି ନ ପାରି ତା’ ଉପରେ ଚାଲିଯିବା ଯୋଗୁ ସ୍ଥଳବିଶେଷରେ ବହୁ ଜୀବନ ଯିବାର ନଜିର ରହିଛି। ଭୁବନେଶ୍ୱର ଭଳି ସ୍ଥାନରେ ଗତ ୫ ବର୍ଷ ମଧ୍ୟରେ ପିଲାଙ୍କ ସମେତ ୫ରୁ ଅଧିକ ଲୋକଙ୍କ ଏହି କାରଣରୁ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଲୋକେ ନର୍ଦ୍ଦମା ଭିତରେ ପଡ଼ି ବୁଡ଼ିଯାଇ ଭାସିଯିବାର ଦୃଷ୍ଟାନ୍ତ ରହିଛି। ନିକଟ ଅତୀତକୁ ଦେଖିଲେ ଗତ ୨୮ ମେ’ରେ ରାଉରକେଲାରେ ଡ୍ରେନ୍‌ରେ ପଡ଼ି ୭ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ୨୦୨୪ ଜୁନ୍‌ ୧୮ରେ ଭୁବନେଶ୍ୱର ୟୁନିଟ୍‌ ୩ ନିକଟରେ ୧୦ ବର୍ଷର ନାବାଳକ ମଧ୍ୟ ସମାନ କାରଣ ଯୋଗୁ ପ୍ରାଣ ହରାଇଥିଲେ। ୨୦୨୩ ସେପ୍ଟେମ୍ବର ୨୪ରେ ଭୁବନେଶ୍ୱରର ବମିଖାଲ ନିକଟ ଖାଲରେ ଜଣେ ଡାକ୍ତରଙ୍କ କାର୍‌ ପଡ଼ିଯିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ ସେପ୍ଟେମ୍ବର ୧୯ରେ ବରମୁଣ୍ଡା ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନ୍‌ରେ ଭାସିଯିବାରୁ ତାଙ୍କ ଜୀବନ ଯାଇଥିଲା। ଏସବୁର ତାଲିକା କଲେ ଲମ୍ବି ଚାଲିବ। ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ କ୍ଷଣକ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥାଏ। ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଥାଏ ମୁକୁଲା ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ିବ ଓ କୌଣସିଠାରେ ଯେଭଳି କିଛି ଅସ୍ବାଭାବିକତା ଦେଖା ନ ଯିବ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ହେଲେ ପରବର୍ତ୍ତୀ ସମୟରେ ଯେଉଁ କଥାକୁ ସେହି କଥା ଦେଖିବାକୁ ମିଳେ।
ଏବର ବ୍ୟବସ୍ଥାକୁ ଦେଖିଲେ କୌଣସି ଅଘଟଣ ପାଇଁ ସଙ୍ଗେ ସଙ୍ଗେ ଦାୟୀ ବ୍ୟକ୍ତିଙ୍କୁ ଧରି ହୋଇ ନ ଥାଏ। ଯଦି କାହାକୁ ଧରାଯାଏ, ସେ ଅନ୍ୟ ଉପରେ ଦୋଷ ଲଦି ଦେଇଥାଆନ୍ତି। ଏହା ମୋର କାମ ନୁହେଁ, ସେ କରିଥାନ୍ତେ କିମ୍ବା ତାଙ୍କ କାମ ସରିବା ପରେ ମୋର ଆରମ୍ଭ ହୋଇଥାଆନ୍ତା ଆଦି ବାହାନା ଦର୍ଶାଇବାର ଅଭାବ ପଡ଼ି ନ ଥାଏ। ଆଉ କିଛି କ୍ଷେତ୍ରରେ ଠିକାଦାରମାନେ ଅଭିଯୋଗ କରିଥାଆନ୍ତି ଯେ, ବିଲ୍‌ ପାସ୍‌ ହୋଇ ନ ଥିବାରୁ କାମ ଅଧାପନ୍ତରିଆ ପଡ଼ିରହିଛି। ତେବେ ସଦ୍ୟସମାପ୍ତ ରାସ୍ତା ଉଦ୍‌ଘାଟନ ହୋଇଯିବାର କିଛି ମାସ ପରେ କାହିଁକି ସେଠାରେ ଖାଲ ବା ବଡ଼ ଗର୍ତ୍ତ ସୃଷ୍ଟି ହୋଇଥାଏ ପ୍ରଶ୍ନ ହେଲେ ତାହାର ଉତ୍ତର ଦେବାକୁ କେହି ନ ଥାଆନ୍ତି। ଏଭଳି ସ୍ଥଳେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସବୁଆଡ଼େ ଅନୁପାଳନ କରାଯିବା ଦରକାର। ମୃତବ୍ୟକ୍ତିଙ୍କ ପରିବାରକୁ କିମ୍ବା ଆହତ ବ୍ୟକ୍ତିଙ୍କୁ ସରକାରୀ କ୍ଷତିପୂରଣ ଦିଆଯିବା ପରେ ସମ୍ପୃକ୍ତ ଅର୍ଥ ରାଶି ଦାୟୀ ସରକାରୀ ଅଧିକାରୀ, ଇଞ୍ଜିନିୟର କିମ୍ବା ଠିକାଦାରଙ୍କଠାରୁ ଆଦାୟ ହେବା ହେବା ଉଚିତ। ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହେବା କଥା ଏବଂ ଯେଉଁ ସରକାରୀ କର୍ମଚାରୀ ଅଘଟଣ ଘଟିବାର ବର୍ଷକ ମଧ୍ୟରେ ଅବସର ନେଇଥିବେ ତାଙ୍କ ପେନସନରୁ ମଧ୍ୟ କ୍ଷତିପୂରଣ ରାଶି ଭରଣା ହେବା ଦରକାର। ତାହା ହେଲେ ଯାଇ ସ୍ଥିତିରେ ହୁଏତ କିଛି ପରିବର୍ତ୍ତନ ଆସିପାରନ୍ତା।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୮।୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?