ବିହାର ନିର୍ବାଚନ: ଏକ ଦୃଷ୍ଟିପାତ

ଦେଶର ଚତୁର୍ଥ ସର୍ବାଧିକ ବିଧାନସଭା ଆସନବିଶିଷ୍ଟ ବିହାରରେ ଏବେ ଶୁଭୁଛି ନିର୍ବାଚନୀ ଦୁନ୍ଦୁଭି ା ଏହାର ବିଧାନସଭା ଆସନ ସଂଖ୍ୟା ୨୪୩ ା ଏଥର ନିର୍ବାଚନ ପୂର୍ବ ନିର୍ବାଚନଗୁଡ଼ିକଠାରୁ ଭିନ୍ନ ହେବ ବୋଲି ମନେହେଉଛି। କାରଣ ଚଳିତ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ପ୍ରତିଷ୍ଠିତ ନୂଆ ଜନ ସୁରାଜ ଦଳର ଆବିର୍ଭାବ ଘଟିଛି ା ପ୍ରଶାନ୍ତ କିଶୋର ଜଣେ ନିର୍ବାଚନ ଗଣକ ଭାବେ ଦେଶରେ ପରିଚିତ ା କିଶୋର ଏଥିରୁ ଦୂରେଇ ଯାଇ ନିଜର ଏକ ଦଳ ପ୍ରତିଷ୍ଠା କରି ପ୍ରତ୍ୟକ୍ଷ ନିର୍ବାଚନୀ ମଇଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଅତୀତରେ ମଧ୍ୟ ସେ ଜନତା (ୟୁ)ର ଉପ-ସଭାପତି ପଦରେ ଥିଲେ। ଏଣୁ ରାଜ୍ୟର ନିର୍ବାଚନୀ ଅଙ୍କ ସେ ଭଲ ଭାବେ କଷିଥିବା ଜଣାଯାଏ ା
୨୦୨୦ ମସିହା ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସର୍ବାଧିକ ୨୨.୧୪% ଭୋଟ ପାଇ ସର୍ବାଧିକ ୭୫ଟି ଆସନ ଦଖଲ କରିଥିଲା ା ଏହା ପରକୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୦.୫୨% ଭୋଟ ପାଇ ୭୪ଟି ଆସନରେ ବିଜୟୀ ହୋଇଥିଲା ା ଜେଡି(ୟୁ) ୧୮.୫୨% ଭୋଟ ପାଇ ୪୩ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ଦଳର ଫଳାଫଳ ନୈରାଶ୍ୟଜନକ ଥିଲା ା ଦଳ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୯ଟି ଆସନରେ ବିଜୟୀ ହୋଇଥିଲା ା ଦଳର ଭୋଟ ହାର ୯.୨୦% ରହିଲା। ଜେଡି(ୟୁ) ଆସନ ସଂଖ୍ୟାରେ ତୃତୀୟରେ ଥାଇ ମଧ୍ୟ ଦଳର ନେତା ନିତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ଭାଜପା ସମର୍ଥନ ଦେଇଥିଲା ା ଫଳରେ ରାଜ୍ୟରେ ଗଠନ ହୋଇଥିଲା ଏନ୍‌ଡିଏ ସରକାର।
ଚଳିତ ନିର୍ବାଚନରେ ଜେଡି(ୟୁ)- ଭାଜପା ମେଣ୍ଟ ପୂର୍ବପରି ରହିଥିବାବେଳେ ଏଥିରେ ଉପେନ୍ଦ୍ର ଖୁସ୍‌ୱାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା, ଚିରାଗ ପାଶ୍ୱାନ୍‌ଙ୍କ ଏଲ୍‌ଜେପି, ଜୀତନ ରାମ ମାନ୍‌ଝୀଙ୍କ ହିନ୍ଦୁସ୍ଥାନ ଆୱମ ମୋର୍ଚ୍ଚା ସାମିଲ ରହିଛି ା ତେଣେ ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାଗଠବନ୍ଧନ ମେଣ୍ଟରେ ବିକାଶଶୀଳ ଇନ୍‌ଶାନ ପାର୍ଟି, ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌), ରାମବିଳାଶ ପାଶ୍ୱାନଙ୍କ ଭାଇ ପଶୁପତି କୁମାର ପାରସ୍‌ଙ୍କ ନେତୃତ୍ୱାଧୀନ ଏଲ୍‌ଜେପି ଓ ଜେଏମ୍‌ଏମ୍‌ ସାମିଲ ହୋଇଛନ୍ତି।
ବିହାର ନିର୍ବାଚନରେ ଏନ୍‌ଡିଏ ପୁନର୍ବାର କ୍ଷମତା ଦଖଲ ପାଇଁ ଚେଷ୍ଟିତ ଥିବାବେଳେ ମହାଗଠବନ୍ଧନ ମଧ୍ୟ କ୍ଷମତା ହାତେଇବାକୁ ଉଦ୍ୟମ କରିଛି ା ନିର୍ବାଚନ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକାଧିକ ଥର ବିହାର ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ବା ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅନେକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ରାଜ୍ୟର ବିକାଶ ମିତ୍ରଙ୍କୁ ୨୫ ହଜାର ଲେଖାଁଏ ଟଙ୍କା ପ୍ରଦାନ, ରାଜ୍ୟବାସୀଙ୍କୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ୩୦ ହଜାର ଶିକ୍ଷାସେବକଙ୍କୁ ୧୦ ହଜାର ଲେଖାଁଏ ପ୍ରୋତ୍ସାହନ ରାଶି, ବରିଷ୍ଠ ନାଗରିକଙ୍କ ପେନ୍‌ସନ ରାଶି ବୃଦ୍ଧି, ଶିକ୍ଷିତ ବେକାରଙ୍କ ପାଇଁ ୧୦୦୦ ଟଙ୍କା ଭତ୍ତା, ରାଜ୍ୟର ୧୬ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୫୦୦୦ ଟଙ୍କା ପୋଷାକ ଭତ୍ତା, ପ୍ରାୟ ୭୫ ଲକ୍ଷ ମହିଳାଙ୍କ ପାଇଁ ୧୦,୦୦୦ ଟଙ୍କା ପ୍ରୋତ୍ସାହନ ଭତ୍ତା ଆଦି ଘୋଷଣା କରିଛନ୍ତି ା ଏହାର ଜବାବରେ କଂଗ୍ରେସ ‘ସର୍ବାଧିକ ଅନଗ୍ରସର ନ୍ୟାୟ ଇସ୍ତାହାର’ ଉନ୍ମୋଚନ କରିଛି ା ଏହି ଅବସରରେ ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଏକ ବଡ଼ ପ୍ରସଙ୍ଗରେ ପରିଣତ ହୋଇଛି, ଯାହା ଏନ୍‌ଡିଏ ପାଇଁ ସମସ୍ୟା ସୃଷ୍ଟି କରିଛି ା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ବିରୋଧରେ ଏଥିପାଇଁ ଭୋଟ ଚୋରି ଅଭିଯୋଗ ଆଣି ବିହାରରେ ଭୋଟର ସଚେତନତା ସମାବେଶ ଆୟୋଜନ କଲେ ା କର୍ମୀଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ମଧ୍ୟ ବିହାରରେ ଆୟୋଜନ କରାଯାଇଥିଲା। ତେଣେ ନୀତିଶ କୁମାର ୭୫ ବର୍ଷରେ ପଦାର୍ପଣ କଲେଣି। କ୍ଷମତାରେ ରହିବା ପାଇଁ ସେ ସମସ୍ତ ପ୍ରକାର ଗୋଟି ଚାଳନା କରିପାରିବେ ା ରାଜ୍ୟର ଦୁର୍ନୀତି ଓ ଅନଗ୍ରସରତା ବିରୋଧରେ ପ୍ରଶାନ୍ତ କିଶୋର ନିଆଁରେ ଘିଅ ଢାଳିବା ପରି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରମୁଖ ନେତାଙ୍କ ବିରୋଧରେ ପ୍ରଶାନ୍ତ ଯେଉଁ ଦୁର୍ନୀତି, ସଂପତ୍ତି ଠୁଳ, ଜାଲ୍‌ ସାର୍ଟିଫିକେଟ ଅଭିଯୋଗ ଆଣିଛନ୍ତି, ତାହାର ସନ୍ତୋଷଜନକ ଉତ୍ତର ସଂପୃକ୍ତ ପକ୍ଷ ଦେଇପାରି ନାହାନ୍ତି, ବରଂ ପ୍ରଶାନ୍ତ କିଶୋରଙ୍କ ନାମରେ ମାନହାନି ମକଦ୍ଦମା କରିଛନ୍ତି ା ଏହା ଏନ୍‌ଡିଏ ସରକାରଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି ା ବିହାର ବିଧାନସଭାରେ ଏନ୍‌ଡିଏ ବିଧାୟକ ସଂଖ୍ୟା ରହିଛି ୧୨୫, ଯାହା ହେଉଛି ୩୭.୩୬ ଶତାଂଶ ଭୋଟ ା ଦେଖିବାକୁ ଗଲେ ସଂଖ୍ୟାଗରିଷ୍ଠତାଠାରୁ ମେଣ୍ଟ ମାତ୍ର ୩ଟି ଆସନ ଅଧିକ ପାଇଛି ା ଚଳିତ ଥର ଜନ ସୁରାଜ ଦଳର ପ୍ରବେଶ ଯୋଗୁଁ ଏନ୍‌ଡିଏ ମେଣ୍ଟ ଏହି ସଂଖ୍ୟକ ଆସନ ପାଇବାରେ ସମର୍ଥ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ା ମହାଗଠବନ୍ଧନର କିଛି ଭୋଟ ତ ଜନ ସୁରାଜ ନେବ, କିନ୍ତୁ ଅଧିକ କ୍ଷତିଗ୍ରସ୍ତ କରିବ ଭାଜପା ଓ ଜେଡି଼(ୟୁ)କୁ ା କେନ୍ଦ୍ର ଓ ଉତ୍ତର ବିହାରରେ ପ୍ରଶାନ୍ତଙ୍କ ଜନ ସୁରାଜ ଯାତ୍ରା ପ୍ରତି ଭଲ ସମର୍ଥନ ମିଳିଛି, ଯାହା ଏନ୍‌ଡିଏର ମୁଖ୍ୟ ଭୋଟବ୍ୟାଙ୍କ ଅଞ୍ଚଳ। ତେଣେ ଆର୍‌ଜେଡିର ମୁସ୍‌ଲିମ- ଯାଦବ ଭୋଟ ବ୍ୟାଙ୍କ ପୂର୍ବପରି ଅତୁଟ ରହିଛି ା ଭାଜପାର ବର୍ତ୍ତମାନ ଥିବା ରାଜ୍ୟ ସଭାପତି ପରଲୋକଗତ ଭାଜପା ନେତା ସୁଶୀଲ ମୋଦିଙ୍କ ପରି ଏତେ ଲୋକପ୍ରିୟ ନୁହନ୍ତି ା ବିଭିନ୍ନ ସଭାରେ ସେ ଥଟ୍ଟା ପରିହାସର ପାତ୍ର ହେଉଥିବା ଦେଖାଯାଉଛି ା ଏହା ଭାଜପା ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଦଳ ବରିଷ୍ଠ ନେତାମାନଙ୍କୁ ତାରକା ପ୍ରଚାରକ ଭାବେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ କରାଇଛି ା ଦଳର ଆଇଟି ସେଲ ମଧ୍ୟ ଅତି ସକ୍ରିୟ ମୋଡ଼ରେ ରହିଛି।
ବିହାରର ଜାତିଗତ ବ୍ୟବସ୍ଥା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିଥାଏ। ଜାତି ଜନଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଉଚ୍ଚବର୍ଗ ଜାତିଙ୍କ ସଂଖ୍ୟା ୧୫%, ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ଜାତି ସଂଖ୍ୟା ୨୭%, ଆର୍ଥିକ ଅନଗ୍ରସର ବର୍ଗଙ୍କ ସଂଖ୍ୟା ୩୬%, ଅନୁସୂଚିତ ଜାତିଙ୍କ ସଂଖ୍ୟା ୨୦% ଓ ଜନଜାତିଙ୍କ ସଂଖ୍ୟା ୨% ରହିଛି ା ରାଜ୍ୟରେ ମୁସଲିମ ଜନସଂଖ୍ୟା ୧୫% ରହିଛି।
କହିବାକୁ ଗଲେ ବିହାରରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ପ୍ରଚାର ପ୍ରାୟତଃ ଅଧା ସରିଯାଇଛି। ଏବେ ଆକ୍ଷେପ ଓ ପ୍ରତି ଆକ୍ଷେପରେ ଚାଲିବ ପ୍ରଚାର। ନିର୍ବାଚନରେ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ା ପ୍ରଶାନ୍ତ କୁମାରଙ୍କ ଯାତ୍ରାରେ ଆଶାଜନକ ଜନସମାବେଶ ହେଉଥିବାରୁ ସେ କିଛି ଭୋଟ ପାଇପାରନ୍ତି ା କିନ୍ତୁ ତାଙ୍କ ଭୋଟ ଅଂଶ କେତେଦୂର ଆସନରେ ରୂପାନ୍ତରିତ ହେବ ତାହା ଦେଖିବା କଥା ା ତେବେ ପ୍ରଶାନ୍ତଙ୍କ ଭୋଟ ଅଂଶ ଶାସକ ଦଳକୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି। ମତଦାନର ଏକ ସପ୍ତାହ ପୂର୍ବ ସମୟ ଏକ ନିର୍ବାଚନରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟଟି ଅନେକ ନିର୍ବାଚନୀ ଅଙ୍କକୁ ଗୋଳମାଳ କରି ଦେଇଥାଏ ା ପ୍ରାୟ ୩% ଭୋଟର ଏହି ସମୟରେ ନିଜର ପ୍ରାର୍ଥୀ ଓ ଦଳ ପସନ୍ଦ କରିଥାନ୍ତି, ଯାହା ପୂର୍ବରୁ ଆକଳନ କରିବା ସମ୍ଭବ ହୋଇନଥାଏ। ଏହି ଭୋଟକୁ ସାଧାରଣତଃ ଅଣଆକଳିତ ବା ସ୍ବିଙ୍ଗ ଭୋଟ ଭାବେ ବିବେଚନା କରାଯାଇଥାଏ ା ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପୂର୍ବରୁ ଭୋଟରଙ୍କ ସଂଖ୍ୟା ଥିଲା ୭ କୋଟି ୮୯ ଲକ୍ଷ ା ସଂଶୋଧନ ସମୟରେ ପ୍ରାୟ ୬୫ ଲକ୍ଷ ଭୋଟରଙ୍କୁ ବାଦ୍‌ ଦିଆଯିବା ଯୋଗୁ ଏହି ସଂଖ୍ୟା ୭ କୋଟି ୨୪ ଲକ୍ଷକୁ ହ୍ରାସ ପାଇଛି। ନିର୍ବାଚନୀ ଗଣନା ଅନୁଯାୟୀ ଏଥିରୁ ପ୍ରାୟ ୨୧ ଲକ୍ଷ ସ୍ବିଙ୍ଗ ଭୋଟ ଭାବେ ବିବେଚିତ ହେବା ରାଜ୍ୟରେ ଭୋଟର ସଂଖ୍ୟା ହ୍ରାସ, ସତ୍ତା ବିରୋଧୀ ମନୋଭାବ ଓ ନୂଆ ରାଜନୈତିକ ଦଳର ଆବିର୍ଭାବ ମଧ୍ୟରେ ନିର୍ବାଚନ ହେଉଥିବାରୁ ଏହାର ଫଳାଫଳ ରୋଚକ ହେବ ବୋଲି ଆଶା କରାଯାଉଛି।
ମୋ: ୯୪୩୭୨୨୯୨୩୩

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?