ଆଭିମୁଖ୍ୟ ବଦଳାଉଛନ୍ତି ‘ନିରପେକ୍ଷ’

ଲଣ୍ଡନ/ଓ୍ବାଶିଂଟନ୍‌, ୧୭ା୫: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ସାରା ବିଶ୍ୱରେ ଭୂରାଜନୈତିକ ଦୃଶ୍ୟପଟ ଦ୍ରୁତଗତିରେ ବଦଳିବାରେ ଲାଗିଛି। ରୁଷିଆକୁ ବଳହୀନ କରିବାକୁ ନାଟୋ ଏହାର ସୀମା ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି। ୟୁରୋପ-ଆଟଲାଣ୍ଟିକ୍‌ ନିରାପତ୍ତା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ପାଇଁ ଗ୍ଲୋବାଲ ନାଟୋ ଗଠନ ଜରୁରୀ ବୋଲି ବ୍ରିଟେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆରମ୍ଭ ହୋଇଥିବା ଶୀତaଳ ଯୁଦ୍ଧରେ ଶକ୍ତିଶାଳୀ ଆମେରିକା ଓ ସୋଭିଏଟ୍‌ ୟୁନିୟନ ମଧ୍ୟରେ ଭୂରାଜନୈତିକ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏବେ ତାହାର ପୁନରାବୃତ୍ତି ଘଟିବାକୁ ଯାଉଥିବା ବିଶେଷଜ୍ଞ ଆଶଙ୍କା କରିଛନ୍ତି। ସମ୍ପ୍ରତି ଆମେରିକା ପାଇଁ କେବଳ ରୁଷିଆ ନୁହେଁ ବରଂ ଚାଇନା ମଧ୍ୟ ବଡ଼ ଆହ୍ବାନ ହୋଇ ଉଭା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା, ତାଇଓ୍ବାନକୁ ଚାଇନା ଆକ୍ରମଣରୁ ସୁରକ୍ଷା ଦେବା ସହ ବେଜିଂର ପ୍ରଭାବ ହ୍ରାସ ଆଦି ପ୍ରମୁଖ ପ୍ରସଙ୍ଗକୁ ଦେଖିଲେ ବିଶ୍ୱବ୍ୟାପୀ ନାଟୋର ଉପସ୍ଥିତିକୁ ଆମେରିକା ଅନୁଭବ କରିଛି। ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ସମେତ ସୁଇଡେନ୍‌ ନାଟୋ ସଦସ୍ୟ ହେବାକୁ ଯାଉଥିବାବେଳେ ଏହି ଦୁଇ ଦେଶ ବ୍ୟତୀତଏ ପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ରଖିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କଥା ଚିନ୍ତା କରିବାର ସମ୍ଭାବନା ବଢ଼ିଛି।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଧମକ ସତ୍ତ୍ୱେ ନାଟୋ ମୁହାଁ ହୋଇଛନ୍ତି ୟୁରୋପୀୟ ରାଷ୍ଟ୍ର ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନ୍‌ବର୍ଗ ଏହି ଦୁଇ ଦେଶକୁ ମେଣ୍ଟର ଫାଷ୍ଟ-ଟ୍ରାକ୍‌ ମେମ୍ବରଶିପ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି। ଫିନ୍‌ଲାଣ୍ଡ ନାଟୋରେ ସାମିଲ ହେଲେ ରୁଷିଆର ୧୩୦୦ କି.ମି. ସୀମା ପାଇଁ ବିପଦ ସୃଷ୍ଟି ହେବ। ସୀମାରେ ନାଟୋ ସୈନ୍ୟଙ୍କ ଉପସ୍ଥିତି ପୁଟିନ୍‌ଙ୍କ ଉପରେ ଚାପ ପକାଇବ। ଷ୍ଟୋଲେନ୍‌ବର୍ଗ କହିଛନ୍ତି, ରୁଷିଆ ଚାହୁଁଛି ୟୁକ୍ରେନ୍‌ର ପରାଜୟ ହେଉ। ନାଟୋର ଦକ୍ଷତା ଉପରେ ପ୍ରଶ୍ନବାଚୀ ଲାଗୁ। ୟୁରୋପ ଓ ଆମେରିକା ମଧ୍ୟରେ ଫାଟ ସୃଷ୍ଟି ହେଉ। କିନ୍ତୁ ତାହା କେବଳ ପୁଟିନ୍‌ଙ୍କ ଇଚ୍ଛା ହୋଇ ରହିଯିବ। ପୂର୍ବାପେକ୍ଷା ନାଟୋ ଅଧିକ ମଜଭୁତ ହୋଇଛି ଏବଂ ଆମେରିକା ଓ ୟୁରୋପ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ସୁଇଜରଲାଣ୍ଡ, ଅଷ୍ଟ୍ରିଆ, ଆୟର୍ଲାଣ୍ଡ, ମାଲ୍‌ଟା, ସାଇପ୍ରସ୍‌ ଆଦି ଦେଶ ସାମରିକ ଭାବେ ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛନ୍ତି। କିନ୍ତୁ ସଦ୍ୟ ବୈଶ୍ୱିକ ସ୍ଥିତିରେ ଏହି ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଅପରପକ୍ଷେ ଏସୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଗ୍ଲୋବାଲ ନାଟୋ ସପକ୍ଷରେ ଆଣିବାକୁ ଆମେରିକା ସମେତ ୟୁରୋପୀୟ ଦେଶ ଗୋଟି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?