ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି  । ଏହି ଶବ୍ଦ ପ୍ରୟୋଗକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ‘ଅତ୍ୟନ୍ତ ଅପମାନଜନକ’ ଏବଂ ‘ଅନୁଚିତ’ ବୋଲି କହିଛି। ଏଭଳି ମନ୍ତବ୍ୟ ଆମେରିକାରେ ଭାରତୀୟ ପେସାଦାରଙ୍କ ଅବଦାନକୁ ଅଣଦେଖା କରୁଥିବା ସହ ଔପନିବେଶିକ ଯୁଗର ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଉଛି ବୋଲି ମନ୍ତ୍ରଣାଳୟ କହିଛି।

୯ ଅକ୍ଟୋବର ୨୦୨୬ରେ ଜାରି ବିବୃତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକାରେ କାର୍ଯ୍ୟରତ ଭାରତୀୟ ପେସାଦାରମାନେ ଉଚ୍ଚଶିକ୍ଷିତ ଏବଂ ଦକ୍ଷ । ଆମେରିକାର ଅର୍ଥନୀତି ଓ ନବସୃଜନ କ୍ଷେତ୍ରର ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆମେରିକାର ଇତିହାସ ମଧ୍ୟ ବିଭିନ୍ନ ପିଢ଼ିର ପ୍ରବାସୀଙ୍କ ଶ୍ରମ, ଉଦ୍ୟୋଗ ଓ ନବସୃଜନ ଦ୍ୱାରା ଗଢ଼ିଉଠିଛି । ତେଣୁ ଔପନିବେଶିକ ଇତିହାସ ସହ ଜଡ଼ିତ ଏବଂ ଯନ୍ତ୍ରଣାଦାୟକ ଅର୍ଥ ବହନ କରୁଥିବା ଶବ୍ଦର ବ୍ୟବହାର ଅତ୍ୟନ୍ତ ଅପମାନଜନକ।

ଆମେରିକାର ଶ୍ରମ ବିଭାଗ ପକ୍ଷରୁ ଅନେକ କମ୍ପାନୀକୁ PERM କାର୍ଯ୍ୟକ୍ରମରୁ ନିଲମ୍ବନ କରାଯିବା ପରେ ଏହି ବିବାଦ ତୀବ୍ର ହୋଇଛି । ନିଲମ୍ବିତ କମ୍ପାନୀଗୁଡ଼ିକ ମଧ୍ୟରେ ଇନ୍‌ଫୋସିସ୍‌, TCS, ୱିପ୍ରୋ ଓ HCL ଭଳି ଭାରତୀୟ IT କମ୍ପାନୀ ସହ ମାଇକ୍ରୋସଫ୍ଟ ଓ ଆଡୋବ୍‌ ଭଳି ଆମେରିକୀୟ କମ୍ପାନୀ ମଧ୍ୟ ରହିଥିବା ରିପୋର୍ଟରେ ଦାବି କରାଯାଇଛି। PERM ବା Permanent Labor Certification ଆମେରିକାରେ ନିଯୁକ୍ତିଦାତାଙ୍କ ଦ୍ୱାରା ବିଦେଶୀ କର୍ମଚାରୀଙ୍କ ପାଇଁ ଗ୍ରୀନ୍‌ କାର୍ଡ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଏହି ନିଷ୍ପତ୍ତିକୁ ସମର୍ଥନ କରି ଜେଡି ଭାନ୍ସ ଅଭିଯୋଗ କରିଥିଲେ ଯେ, କମ୍ପାନୀଗୁଡ଼ିକ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରି ବିଦେଶୀ କର୍ମଚାରୀଙ୍କୁ କମ୍‌ ଦରମାରେ ନିଯୁକ୍ତି ଦେଇପାରିବେ ନାହିଁ । ଏହି ପ୍ରସଙ୍ଗରେ ସେ ମାଇକ୍ରୋସଫ୍ଟର ଉଦାହରଣ ମଧ୍ୟ ଦେଇଥିଲେ।

PERM କାର୍ଯ୍ୟକ୍ରମରୁ କମ୍ପାନୀଗୁଡ଼ିକୁ ନିଲମ୍ବନ କରାଯିବା ନେଇ ମଧ୍ୟ ଭାରତ ନିଜର ଚିନ୍ତା ପ୍ରକାଶ କରିଛି । ଏହି ପଦକ୍ଷେପ ଭାରତ ଓ ଆମେରିକାର ମିଳିତ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏହି ସମସ୍ୟାର ସମାଧାନ ପାଇଁ ଭାରତ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି । ଏଥିରେ ଭାରତୀୟ ପେସାଦାରଙ୍କ ଯାତାୟାତ ଓ ଭାରତୀୟ IT କମ୍ପାନୀଗୁଡ଼ିକର କାର୍ଯ୍ୟ ପରିଚାଳନା ସମ୍ପର୍କିତ ଚିନ୍ତାକୁ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। H-1B ଭିସା ଜରିଆରେ ବହୁ ସଂଖ୍ୟକ ଭାରତୀୟ IT ପେସାଦାର ଆମେରିକାରେ କାମ କରୁଛନ୍ତି। ସେମାନେ ଆମେରିକୀୟ କମ୍ପାନୀଗୁଡ଼ିକର ଉତ୍ପାଦକତା ବଢ଼ାଇବା ସହ ଗବେଷଣା, ବୈଷୟିକ ଜ୍ଞାନ ଓ ନବସୃଜନ କ୍ଷେତ୍ରରେ ମଧ୍ୟ ଯୋଗଦାନ କରୁଛନ୍ତି।

ଭାରତର ମତରେ, ଦକ୍ଷ ମାନବ ସମ୍ବଳର ଆନ୍ତର୍ଜାତୀୟ ଯାତାୟାତ ଉଭୟ ଦେଶର ଅର୍ଥନୀତି ପାଇଁ ଲାଭଦାୟକ । ତେଣୁ ଭାରତୀୟ ପେସାଦାରଙ୍କ ଅବଦାନକୁ ଉପଯୁକ୍ତ ସମ୍ମାନ ଦେବା ସହ ଗ୍ରୀନ୍‌ କାର୍ଡ ପ୍ରକ୍ରିୟା ଓ ନିଯୁକ୍ତି ସମ୍ପର୍କିତ ଚିନ୍ତାର ସମାଧାନ କରିବା ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ବିବାଦ ଭାରତ-ଆମେରିକା ସମ୍ପର୍କରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଉଭା ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?