ଚଢ଼ାଉବେଳେ ପୋଲିସକୁ ଆକ୍ରମଣ

ବାଲିପାଟଣା,୧୭ା୫(ଡି.ଏନ୍‌.ଏ.):ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ ବେଳେ ପୋଲିସଙ୍କୁ ଆକ୍ରମଣ ହୋଇଛି। ଏଥିସହ ମଦ ବେପାର କରୁଥିବା ଦୋକାନୀଙ୍କ ପରିବାର ଓ ସମର୍ଥକମାନେ ରାସ୍ତାରୋକୋ କରିଥିଲେ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ସୋମବାର ପୋଲିସ ୬ଜଣଙ୍କୁ ଗରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତୁରିନ୍ତିରା ପଞ୍ଚାୟତର ସମିତିସଭ୍ୟ ସନାତନ ସେଠୀ, ନରଦା ଅଞ୍ଚଳର ବିନୟ ମହାରଣା, ପୁଷ୍ପଲତା ସାହୁ, ଯୋଗେନ୍ଦ୍ର ସାହୁ, ପୀର ସେଠୀ ଓ ସୁରେନ୍ଦ୍ର ସେଠୀ। ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି।
ସୂଚନା ମୁତାବକ, ନରଦା ବଜାରରେ ଦୀର୍ଘଦିନ ହେବ ଚୋରା ମଦ କାରବାର ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ଙ୍କ ନେତୃତ୍ୱରେ ରବିବାର ରାତିରେ ଏକ ଟିମ୍‌ ନରଦା ବଜାରରେ ଥିବା ବଳରାମ ସାହୁ ଓରଫ ଗାଣ୍ଡୁଙ୍କ ଦୋକାନରେ ଚଢ଼ାଉ କରିବା ସହ ମଦ ଜବତ କରିଥିଲା। ଏହାକୁ ବିରୋଧ କରି ଦୋକାନୀଙ୍କ ପରିବାର ଓ ସମର୍ଥକମାନେ ପୋଲିସଙ୍କୁ ଆକ୍ରମଣ କରିବା ସହ ଗାଳିଗୁଲଜ କରି ମଦ ଛଡ଼ାଇ ନେଇଥିଲେ। ଏହା ପରେ ପୋଲିସ ଟିମ୍‌ ଫେରି ଆସିଥିଲା। ତେବେ ମଦ ଜବତ ବେଳେ ପୋଲିସ ଓ ମଦ ବେପାରୀ ମୁହଁାମୁହିଁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ସୋମବାର ସକାଳେ ଚୋରା ମଦ ଦୋକାନୀ ଓ ସେମାନଙ୍କ ପରିବାର, ସମର୍ଥକମାନେ ନରଦା ଛକରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଖବରପାଇ ପୋଲିସ ପହଞ୍ଚି ୬ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପୋଲିସଙ୍କୁ ଆକ୍ରମଣ ଘଟଣାରେ ଏକ ମାମଲା (ନଂ.୧୨୭/୨୨)ରଜୁ ହୋଇଥିବା ବେଳେ ରାସ୍ତାରୋକୋ ଘଟଣାରେ ଆଉ ଏକ ମାମଲା (ନଂ.୧୨୮/୨୨)ରୁଜୁ ହୋଇଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବରାଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri