ବଦଳିଲେ ବିବାଦୀୟ ଶିକ୍ଷୟିତ୍ରୀ

ମ.ରାମପୁର,୨୭ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମଦନପୁର ରାମପୁର ସହର ମଧ୍ୟରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ଅନୁମୋଦନ କ୍ରମେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେତୁ ଗୋଷ୍ଠୀ ଶିକ୍ଷାଧିକାରୀ, ମ.ରାମପୁର ନିର୍ଦ୍ଦେଶିତ ପତ୍ର ସଂଖ୍ୟା ୧୦୦୩, ତା ୨୭ା୭ା୨୦୨୨ ଅନୁଯାୟୀ, ଉକ୍ତ ବିଦ୍ୟାଳୟଠାରୁ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି।
ଯଶୋବନ୍ତୀଙ୍କ ଦ୍ୱାରା ମଧ୍ୟାହ୍ନଭୋଜନ ଅନୁଦାନ ପାଣ୍ଠି ହେରଫେର, ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଅର୍ଥ ହେରଫେର, କ୍ରୀଡ଼ା ସାମଗ୍ରୀ ନ ଆଣି ଅଗ୍ରୀମ ଟଙ୍କା ପଇଠ, ଶ୍ରେଣୀ କୋଠରି ଅଭାବ ସତ୍ତ୍ୱେ ପ୍ରଧାନଶିକ୍ଷୟିତ୍ରୀ କକ୍ଷଠାରୁ ସହଶିକ୍ଷୟିତ୍ରୀମାନଙ୍କୁ ଅନ୍ୟତ୍ର କକ୍ଷଦେଇ ସେଠାରେ ଶ୍ରେଣୀ ପରିଚାଳନା କରିବା, ସହଶିକ୍ଷୟିତ୍ରୀମାନଙ୍କୁ ଚକ୍‌ ଡଷ୍ଟର ପ୍ରଦାନ ନ କରିବା, ବିଦ୍ୟାଳୟ ହତା ମଧ୍ୟରୁ ବାଲିମାଟି ମୋରମ୍‌ ନେଇ ଯିବା, କୋଠା ଅଭାବ ସତ୍ତ୍ୱେ ସିଆରସିସି ସ୍ତରୀୟ ପୁସ୍ତକ ଗଚ୍ଛିତ ରଖିବା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟା/ସଦସ୍ୟଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ, ସର୍ବୋପରି ୧୯୯୪ରେ ଅଣସଂରକ୍ଷିତ ବର୍ଗରେ ଚାକିରି ଆରମ୍ଭ କରିଥିବାବେଳେ ୨୦୦୯ରେ ସ୍ବାମୀଙ୍କ ନାମରେ ହରିଜନବର୍ଗ ପ୍ରମାଣପତ୍ର ଦେଇ କ୍ରମାଗତ ପଦୋନ୍ନତି ପାଇଚାଲିଥିବା ବେଳେ ୨୦୨୧ରେ ଆବେଦନ କରିଥିବା ଏସ୍‌ସି ପ୍ରମାଣପତ୍ର ତହସିଲଦାରଙ୍କ ଦ୍ୱାରା ରଦ୍ଦ୍‌ ଆଦି ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗତ ୧୩ ତାରିଖ କର୍ଲାମୁଣ୍ଡା ବ୍ଲକଠାରେ ଅନୁଷ୍ଠିତ ଜିଲାପାଳଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲା। ୨୧ ତାରିଖ ଅପରାହ୍ନରେ ବିଇଓ ଠାକୁର ଚରଣ ସାହୁଙ୍କ ସହିତ ଏବିଇଓ ବେଣୁଧର କୁମାର, ଜୟସେନ ନିଆଲ, ସମ୍ପତି ଛୁରା ପ୍ରମୁଖ ୩ ଜଣ ଏବିଇଓ ତଦନ୍ତ ବେଳେ ପ୍ରମାଣ ପାଇଥିଲେ। ତଦନୁରୂପ ଆଜି ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବ୍ଲକ କଲୋନୀ ବିଦ୍ୟାଳୟକୁ ବଦଳି ହେଇଥିବାବେଳେ ସେଠାରେ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱ ନ ଦେଇ କାର୍ଯ୍ୟ ସମ୍ପାଦନ ପାଇଁ କୁହାଯାଇଛି। ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲେବୁଲ ୩ ପ୍ରଧାନଶିକ୍ଷୟିତ୍ରୀ ଭାବେ କାମ କରୁଥିବାବେଳେ ଏହି ବଦଳିରେ ଲେବଲ ୪ ପ୍ରଧାନଶିକ୍ଷକଙ୍କର ତଳ ପାହ୍ୟାରେ କାମ କରିବା ପାଇଁ କୁହାଯାଇଛି।

ଉକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କର ଜାତିଗତ ପ୍ରମାଣପତ୍ରର ଚଞ୍ଚକତା ଓ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ ଦୁଇଦିନ ଭିତରେ ଆରମ୍ଭ ହେବ ବୋଲି ଆଜି ବ୍ଲକ କର୍ତ୍ତୃପକ୍ଷ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ମୌଖିକ ବୁଝାମଣା ହୋଇଛି।

ସୂଚନାଯୋଗ୍ୟ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ପକ୍ଷରୁ ଉପରୋକ୍ତ ଦାବି ସମେତ ସିଆରସିସି ବିରେନ୍ଦ୍ର ରଥଙ୍କ ଦୁର୍ବ୍ୟବହାର ଯୋଗୁ ୨୯ ତାରିଖ ରାସ୍ତାରୋକୋ ଆନ୍ଦୋଳନ ପାଇଁ ସୂଚିତ କରାଯାଇଥିଲା। ଏହାପରେ ବ୍ଲକ ଓ ଜିଲ୍ଲା ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ସାମୟିକ ତପତ୍ରତା ପରିପ୍ରକାଶ ପୂର୍ବକ ପ୍ରଶାସନିକ ଅବ୍ୟବସ୍ଥାଜନିତ ବଦଳି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଙ୍ଗର ୪ ସରକାରୀ ଅଫିସକୁ ନାହିଁ ରାସ୍ତା

ନରାଜ,୨୫।୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁରର ଇଟାଖାଲ ଭିତରେ ରହିଛି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଚାରୋଟି କାର୍ଯ୍ୟାଳୟ। ସେଗୁଡ଼ିିକ ହେଲା ଅଗ୍ନିଶମ କେନ୍ଦ୍ର, କୃଷି...

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ରାଧାଗୋବିନ୍ଦ ନଗରସ୍ଥିତ ଅଧ୍ୟାପକ ଜି. ନାଗେଶ୍ୱରଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ...

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ...

ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨୧।୫: ରାଜ୍ୟରେ ଗୁରୁବାର ସକାଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୮୫ ବର୍ଷୀୟ ହୋଇଥିବା ବେଳେ ସେ ସୁରଟ ଫେରନ୍ତା...

ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର: ଟିକା ପହଞ୍ଚିଲେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଏହାକୁ ରୋକିବାକୁ ହେଲେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ହେବ। ତେବେ ଆଗାମୀ ଦିନରେ ୧୮ରୁ ୪୪ ବର୍ଷୀୟ...

ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା...

ନୟାଗଡ଼ର ଭାପୁରରେ କରୋନା ସନ୍ଦିଗ୍ଧ: ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ ଅଫିସ/ଭାପୁର,୧୩।୩(ଡି.ଏନ୍‌.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ...

Advertisement
Archives

Model This Week