ବଦଳିଲେ ବିବାଦୀୟ ଶିକ୍ଷୟିତ୍ରୀ

ମ.ରାମପୁର,୨୭ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମଦନପୁର ରାମପୁର ସହର ମଧ୍ୟରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ଅନୁମୋଦନ କ୍ରମେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେତୁ ଗୋଷ୍ଠୀ ଶିକ୍ଷାଧିକାରୀ, ମ.ରାମପୁର ନିର୍ଦ୍ଦେଶିତ ପତ୍ର ସଂଖ୍ୟା ୧୦୦୩, ତା ୨୭ା୭ା୨୦୨୨ ଅନୁଯାୟୀ, ଉକ୍ତ ବିଦ୍ୟାଳୟଠାରୁ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି।
ଯଶୋବନ୍ତୀଙ୍କ ଦ୍ୱାରା ମଧ୍ୟାହ୍ନଭୋଜନ ଅନୁଦାନ ପାଣ୍ଠି ହେରଫେର, ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଅର୍ଥ ହେରଫେର, କ୍ରୀଡ଼ା ସାମଗ୍ରୀ ନ ଆଣି ଅଗ୍ରୀମ ଟଙ୍କା ପଇଠ, ଶ୍ରେଣୀ କୋଠରି ଅଭାବ ସତ୍ତ୍ୱେ ପ୍ରଧାନଶିକ୍ଷୟିତ୍ରୀ କକ୍ଷଠାରୁ ସହଶିକ୍ଷୟିତ୍ରୀମାନଙ୍କୁ ଅନ୍ୟତ୍ର କକ୍ଷଦେଇ ସେଠାରେ ଶ୍ରେଣୀ ପରିଚାଳନା କରିବା, ସହଶିକ୍ଷୟିତ୍ରୀମାନଙ୍କୁ ଚକ୍‌ ଡଷ୍ଟର ପ୍ରଦାନ ନ କରିବା, ବିଦ୍ୟାଳୟ ହତା ମଧ୍ୟରୁ ବାଲିମାଟି ମୋରମ୍‌ ନେଇ ଯିବା, କୋଠା ଅଭାବ ସତ୍ତ୍ୱେ ସିଆରସିସି ସ୍ତରୀୟ ପୁସ୍ତକ ଗଚ୍ଛିତ ରଖିବା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟା/ସଦସ୍ୟଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ, ସର୍ବୋପରି ୧୯୯୪ରେ ଅଣସଂରକ୍ଷିତ ବର୍ଗରେ ଚାକିରି ଆରମ୍ଭ କରିଥିବାବେଳେ ୨୦୦୯ରେ ସ୍ବାମୀଙ୍କ ନାମରେ ହରିଜନବର୍ଗ ପ୍ରମାଣପତ୍ର ଦେଇ କ୍ରମାଗତ ପଦୋନ୍ନତି ପାଇଚାଲିଥିବା ବେଳେ ୨୦୨୧ରେ ଆବେଦନ କରିଥିବା ଏସ୍‌ସି ପ୍ରମାଣପତ୍ର ତହସିଲଦାରଙ୍କ ଦ୍ୱାରା ରଦ୍ଦ୍‌ ଆଦି ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗତ ୧୩ ତାରିଖ କର୍ଲାମୁଣ୍ଡା ବ୍ଲକଠାରେ ଅନୁଷ୍ଠିତ ଜିଲାପାଳଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲା। ୨୧ ତାରିଖ ଅପରାହ୍ନରେ ବିଇଓ ଠାକୁର ଚରଣ ସାହୁଙ୍କ ସହିତ ଏବିଇଓ ବେଣୁଧର କୁମାର, ଜୟସେନ ନିଆଲ, ସମ୍ପତି ଛୁରା ପ୍ରମୁଖ ୩ ଜଣ ଏବିଇଓ ତଦନ୍ତ ବେଳେ ପ୍ରମାଣ ପାଇଥିଲେ। ତଦନୁରୂପ ଆଜି ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବ୍ଲକ କଲୋନୀ ବିଦ୍ୟାଳୟକୁ ବଦଳି ହେଇଥିବାବେଳେ ସେଠାରେ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱ ନ ଦେଇ କାର୍ଯ୍ୟ ସମ୍ପାଦନ ପାଇଁ କୁହାଯାଇଛି। ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲେବୁଲ ୩ ପ୍ରଧାନଶିକ୍ଷୟିତ୍ରୀ ଭାବେ କାମ କରୁଥିବାବେଳେ ଏହି ବଦଳିରେ ଲେବଲ ୪ ପ୍ରଧାନଶିକ୍ଷକଙ୍କର ତଳ ପାହ୍ୟାରେ କାମ କରିବା ପାଇଁ କୁହାଯାଇଛି।

ଉକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କର ଜାତିଗତ ପ୍ରମାଣପତ୍ରର ଚଞ୍ଚକତା ଓ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ ଦୁଇଦିନ ଭିତରେ ଆରମ୍ଭ ହେବ ବୋଲି ଆଜି ବ୍ଲକ କର୍ତ୍ତୃପକ୍ଷ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ମୌଖିକ ବୁଝାମଣା ହୋଇଛି।

ସୂଚନାଯୋଗ୍ୟ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ପକ୍ଷରୁ ଉପରୋକ୍ତ ଦାବି ସମେତ ସିଆରସିସି ବିରେନ୍ଦ୍ର ରଥଙ୍କ ଦୁର୍ବ୍ୟବହାର ଯୋଗୁ ୨୯ ତାରିଖ ରାସ୍ତାରୋକୋ ଆନ୍ଦୋଳନ ପାଇଁ ସୂଚିତ କରାଯାଇଥିଲା। ଏହାପରେ ବ୍ଲକ ଓ ଜିଲ୍ଲା ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ସାମୟିକ ତପତ୍ରତା ପରିପ୍ରକାଶ ପୂର୍ବକ ପ୍ରଶାସନିକ ଅବ୍ୟବସ୍ଥାଜନିତ ବଦଳି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?