ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଅଭିଯୁକ୍ତ ରଞ୍ଜୁ, ଦ୍ୱିତୀୟ ସ୍ବାମୀ କାହ୍ନା ଗିରଫ

ଭୁବନେଶ୍ୱର, ୧୫।୯ (ବ୍ୟୁରୋ) : ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟା ମାମଲାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତା ରଞ୍ଜୁ ନାୟକ (୨୯) ଓ ତାଙ୍କ ଦ୍ୱିତୀୟ ସ୍ବାମୀ କାହ୍ନା ନାୟକ(୨୮)ଙ୍କୁ ଗଞ୍ଜାମରୁ ପୋଲିସ ଗିରଫ କରିଛି। ବୁଧବାର ଅଭିଯୁକ୍ତଦ୍ୱୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ରଞ୍ଜୁଙ୍କ ନାଁରେ ସ୍ଥାନୀୟ ଥାନାରେ ନିଶା କାରବାର ସମେତ ୨ଟି ମାମଲା ରହିଛି। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏଥିସହ ତଦନ୍ତବେଳେ ପୋଲିସ ବହୁ ତଥ୍ୟ ହାସଲ କରିଛି।

ରଞ୍ଜୁଙ୍କ ଭଉଣୀଙ୍କୁ ମାଡ଼ ମାରିଥିଲେ ଚନ୍ଦୁ
ରଞ୍ଜୁଙ୍କ ଘର ଗଞ୍ଜାମ ଜିଲା ତାରାସିଂ ଥାନା ଲିମ୍ଭେଇ ଗ୍ରାମରେ। ସେ ଦୀର୍ଘଦିନ ହେବ ତାଙ୍କ ଗ୍ରାମର କାହ୍ନାଙ୍କୁ ଦ୍ୱିତୀୟ ବିବାହ କରି ଭୁବନେଶ୍ୱରରେ ରହିବା ସହ ନିଶା କାରବାର କରୁଥିଲେ। ଏଥିପାଇଁ ପୂର୍ବରୁ ରଞ୍ଜୁ ବାରମ୍ବାର ଗିରଫ ହୋଇଥିଲେ ମଧ୍ୟ ବଦଳୁ ନ ଥିଲେ। ବସ୍ତିରେ କାହ୍ନାଙ୍କ ସହଯୋଗରେ ସେ ବ୍ରାଉନସୁଗାର, ମଦ ଆଦି ବ୍ୟବସାୟ କରୁଥିଲେ। ଏପଟେ ବସ୍ତିରେ ବଳପୂର୍ବକ ଟଙ୍କା ମାଗୁଥିବା ଚନ୍ଦୁ ସେପ୍ଟେମ୍ବର ୬ ସକାଳେ ରଞ୍ଜୁଙ୍କ ଘରକୁ ଯାଇଥିଲେ। ହେଲେ ରଞ୍ଜୁ ଓ କାହ୍ନା ଗାଁକୁ ଯାଇଥିବାବେଳେ ବୁଲି ଆସିଥିବା ଭଉଣୀ ଝୁନୁ ହିଁ କେବଳ ଘରେ ଥିଲେ। ଚନ୍ଦୁ ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ଏହାକୁ ବାରଣ କରିବାରୁ ଝୁନୁଙ୍କୁ ସେ ମାଡ଼ ମାରି ଘରୁ କିଛି ଟଙ୍କା ନେଇ ପଳାଇଥିଲେ। ଗାଁରୁ ରଞ୍ଜୁ ଓ କାହ୍ନା ଫେରି ଏହି ଘଟଣା ବିଷୟରେ ଜାଣିବା ପରେ ଚନ୍ଦୁଙ୍କ ଉପରେ ରାଗି ଯାଇଥିଲେ।

ଛୁରାମାଡ଼ କରିବାରୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ
ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଚନ୍ଦୁ ପୁଣିଥରେ ରଞ୍ଜୁଙ୍କ ଘରକୁ ଯାଇ ବଳପୂର୍ବକ ଟଙ୍କା ମାଗିଥିଲେ। ହେଲେ ଝୁନୁଙ୍କୁ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ରଞ୍ଜୁ ଓ କାହ୍ନା ତାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ପୁଣିଥରେ ରଞ୍ଜୁଙ୍କ ଭଉଣୀ ଝୁନୁଙ୍କୁ ଚନ୍ଦୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ଝୁନୁଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିଲା। ସେହି ସମୟରେ ରଞ୍ଜୁ ଓ କାହ୍ନା ମିଳିତ ଭାବେ ଚନ୍ଦୁଙ୍କୁ ପ୍ରତିରୋଧ କରିଥିଲେ। କାହ୍ନା ଏକ କାଠଫାଳିଆରେ ଚନ୍ଦୁଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ। ପାଟିଶୁଣି ଚନ୍ଦୁଙ୍କ ୨ ସହଯୋଗୀ ସେଠାରେ ପହଞ୍ଚତ୍ୟିବାରୁ ରଞ୍ଜୁ ଓ କାହ୍ନା ମଧ୍ୟ ସେମାନଙ୍କୁ କାଠଫାଳିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ଚନ୍ଦୁ ଓ ସହଯୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୩୦୨,୩୪ରେ ଏକ ମାମଲା (ନଂ.୫୦୪/୨୦୨୨) ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର, ୧୨।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?