ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର, ୧୨।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆଉ କିଛି ଅଞଳରୁ ଅପସରି ଯାଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବା ସହ ଦକ୍ଷିଣ ଉପଦ୍ୱୀପୀୟ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ୫ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡା ଓ ମାଲକାନଗିରିରେ ସର୍ବାଧିକ ୩୪.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ୩୪.୨ ଡିଗ୍ରୀ ଏବଂ ତାଳଚେର ଓ ଛତ୍ରପୁରରେ ୩୪ ଡିଗ୍ରୀ ତାପାମାତ୍ରା ରହିଥିଲା। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନାହିଁି। ସେହିପରି ରାଜ୍ୟର କିଛି କିଛି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ହଲଚଲ: ୨ ଅଭିଜ୍ଞ ଖେଳାଳି ଦଳରୁ ବିଦା, କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ସିଡନୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଦଳରୁ ଦୁଇ ଅଭିଜ୍ଞ ଖେଳାଳି ନାଥନ ଲାୟନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?