ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ହେଲେ କଟକ JMFC କୋର୍ଟ ଭୀମସେନଙ୍କୁ ଆଜିଠୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅନୁମତି ପାଇବା ପରେ ପୋଲିସ ଭୀମସେନଙ୍କୁ ଜେଳରୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି।
ଅନ୍ୟପକ୍ଷେ ଚନ୍ଦ୍ରିକାଙ୍କ ମୃତ୍ୟୁ ପଛର ରହସ୍ୟ ଜାଣିବା ନେଇ ପୋଲିସ ବୟଫ୍ରେଣ୍ଡ ଭୀମସେନଙ୍କୁ ପୋଲିସ ଘାଣ୍ଟିବ ବୋଲି ସୂଚନା ମିଳିଛି। ଏପରିକି ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ନା ଆଉ ଅନ୍ୟ କିଛି ରହିଛି ତାକୁ ନେଇ ପୋଲିସ ପଚରାଚରା କରିବ।
ଏପରିକି କଟକ ଡିସିପି ଚନ୍ଦ୍ରିକା ମୃତ୍ୟୁ ମାମଲରେ ବିଭିନ୍ନ ଦିଗକୁ ତଦନ୍ତ କରାଯାଉଥିବା କହିିଥିବା ବେଳେ ଖୁବଶୀଘ୍ର ଭୀମସେନଙ୍କ ଦ୍ବିତୀୟ ପ୍ରେମିକାକୁ ଜେରା କରାଯିବ ବୋଲି କହିଛନ୍ତି। ଏଭଳିସ୍ଥିତିରେ ଚନ୍ଦ୍ରିକାଙ୍କ ମା’ କହିଥିଲେ, ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କ ସହ ଭୀମସେନଙ୍କ ତଥାକଥିତ ବାନ୍ଧବୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଚନ୍ଦ୍ରିକାଙ୍କୁ ଅନ୍ଧାରରେ ରଖିବା ପାଇଁ ବାନ୍ଧବୀଙ୍କ ନାଁଙ୍କୁ ଲୁଚାରାମ ନାଁରେ ସେଭ କରିଥିଲେ ଭୀମସେନ। ତେଣୁ କଲ୍ ରେକର୍ଡ ଏବଂ ଡାଏରୀ ସହ ଲ୍ୟାପ୍ଟପ୍ ହଁ ସବୁ ରହସ୍ୟ ଖୋଲିବ ବୋଲି ଗଣମାଧ୍ୟମକୁ ପୂର୍ବରୁ ଚନ୍ଦ୍ରିକାଙ୍କ ମା’ହୀରାମଣି ଏବଂ ଭାଇ ପ୍ରକାଶ କରିଥିଲେ।

