Posted inଜାତୀୟ

ଚନ୍ଦ୍ରୟାନ-୩ ମିଶନ ବିଫଳ ହୋଇପାରେ

ନୂଆଦିଲ୍ଲୀ,୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରୟାନ ମିଶନ ଶନିବାର ଚନ୍ଦ୍ରର ପ୍ରଭାବ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବ। ଗତ ୧ ତାରିଖରେ ଏହା ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଅଗ୍ରସର ହୋଇଥିଲା। ତେବେ ଏହି ମିଶନର ସଫଳତା ଏକ କଠିନ ପର୍ଯ୍ୟାୟ- ଚନ୍ଦ୍ର କକ୍ଷରେ ପ୍ରବେଶ ଉପରେ ନିର୍ଭର କରୁଛି। ଏଥିପାଇଁ ଚନ୍ଦ୍ରୟାନର ବେଗ କମାଇବାକୁ ଅତ୍ୟନ୍ତ ସତର୍କତାର ସହିତ ଯୋଜନାବଦ୍ଧ ଭାବେ ମାନେଭର କରିବାକୁ ପଡ଼ିବ, ଯେପରି ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ର ଏହାକୁ ସ୍ଥାୟୀ ଚନ୍ଦ୍ରକକ୍ଷ ମଧ୍ୟକୁ ଟାଣିପାରିବ। ଯଦି ଏହା ଚନ୍ଦ୍ରର ମାଧ୍ୟାକର୍ଷଣକୁ ଧରିବାରେ ବିଫଳ ହୁଏ ତେବେ ଉଲ୍ଲେଖନୀୟ ପରିଣାମ ଘଟିପାରେ। ମହାକାଶ ଯାନ ହୁଏତ ଚନ୍ଦ୍ରରେ ଧକ୍କା ଲାଗିପାରେ କିମ୍ବା ପୃଥିବୀର ମାଧ୍ୟାକର୍ଷଣ ଯୋଗୁ ଏହା ଚନ୍ଦ୍ରଠାରୁ ଦୂରେଇଯାଇପାରେ ବୋଲି କୁହାଯାଇଛି। ସେହିପରି ଚନ୍ଦ୍ରୟାନ ପୃଥିବୀକୁ ଫେରନ୍ତା ଯାତ୍ରା କଲାବେଳେ ଏହା ଉପରେ ଉଭୟ ପୃଥିବୀ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ରହିବ। ଯଦି ମହାକାଶ ଯାନର ଅର୍ବିଟ ଚନ୍ଦ୍ର ପୃଷ୍ଠଠାରୁ ଅତି ନିକଟତର ହୁଏ, ତେବେ ଚନ୍ଦ୍ର ଏହାକୁ ଟାଣିନେଇ ଦୁର୍ଘଟଣା ଘଟାଇପାରେ। ଯଦି ଏହା ଚନ୍ଦ୍ରଠାରୁ ଅଧିକ ଦୂରରେ ରହେ, ତେବେ ପୃଥିବୀର ମାଧ୍ୟାକର୍ଷଣ ଏହାକୁ ଚନ୍ଦ୍ରଠାରୁ ସମ୍ପୂର୍ଣ୍ଣ ଅଲଗା କରିଦେବ। ପୃଥିବୀର ମାଧ୍ୟାକର୍ଷଣ ବିନା ମହାକାଶ ଯାନ ମହାକାଶରେ ଝୁଲିରହିବ। ଏଭଳି ସ୍ଥିତିରେ ଇସ୍ରୋ ମହାକାଶ ଯାନ ଉପରେ ପୁନର୍ବାର ନିୟନ୍ତ୍ରଣ ରଖି ଏହକୁ ପୃଥିବୀକୁ ଫେରାଇ ଆଣିବା ଲାଗି ଉଦ୍ୟମ କରିପାରେ। ଏଥିରେ ହିସାବ ଏବଂ ସମୟ ଆକଳନରେ ସାମାନ୍ୟ ତ୍ରୁଟି ହେଲେ ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ। ଭୁଲ୍‌ ଆକଳନ ଯୋଗୁ ଏହା ପୃଥିବୀ କିମ୍ବା ଚନ୍ଦ୍ରରେ ଧକ୍କା ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri