Posted inଜାତୀୟ

ଶେଷ କିଛି ମିନିଟ୍‌ ଛାତି ଧଡ଼ଧଡ଼

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ଏହି ଶେଷ କିଛି ମିନିଟ୍‌ ସବୁଠୁ କଠିନ ସମୟ ହୋଇଥିଲାବେଳେ ସାରା ଦେଶର ଛାତି ଧଡ଼ଧଡ଼ ହେବ ବୋଲି କୁହାଯାଉଛି। ଏହା କଡ଼ା ମୁକାବିଲା ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟ ଭଳି। ରୋଭର ପ୍ରଜ୍ଞାନ ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି। ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଯାଇଥିଲା। ଏହା ପୃଥିବୀକୁ ଅଣ୍ଡାକୃତି କକ୍ଷପଥରେ ଏକାଧିକ ଥର ପରିକ୍ରମା କରିବା ସହ ବେଗ ବଢ଼ାଇଥିଲା। ଅଗଷ୍ଟ ୧ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୫ରେ ଏହାର କକ୍ଷପଥରେ ପହଞ୍ଚତ୍ଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରିବା ସହ ଏକାଧିକ କକ୍ଷପଥ ଓ ବେଗ ହ୍ରାସ କରାଯାଇଥିଲା। ମଙ୍ଗଳବାର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୭୦ କିଲୋମିଟର ଦୂରତାରେ ରହିଛି। ବୁଧବାର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ୨୫ କିଲୋମିଟର ଦୂରରେ ପହଞ୍ଚତ୍ବା ପରେ ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ। ସେତେବେଳେ ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ବା ଘଣ୍ଟା ପ୍ରତି ପାଖାପାଖି ୬,୦୪୮ କିଲୋମିଟର ଥିବ। ଏହା ପରେ ଲ୍ୟାଣ୍ଡରରେ ଥିବା ସମସ୍ତ ଇଞ୍ଜିନ୍‌କୁ ଷ୍ଟାର୍ଟ କରାଯାଇ ଏହାର ବେଗକୁ ହ୍ରାସ କରାଯିବ। ତଥାପି ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠ ସହ ସମାନ୍ତରାଳରେ ଥିବ। କେତେକ ମାନୋଭର ଜରିଆରେ ଏହାକୁ ଚନ୍ଦ୍ର ପୃଷ୍ଠ ସହ ଭୂଲମ୍ବ କରାଯିବ। ଚନ୍ଦ୍ରପୃଷ୍ଠଠାରୁ ୮୦୦ ମିଟର ଉଚ୍ଚତାରେ ଲ୍ୟାଣ୍ଡର ପହଞ୍ଚତ୍ବା ପରେ ଉଭୟ ସମାନ୍ତରାଳ ଏବଂ ଭୂଲମ୍ବ ବେଗ ଶୂନ ହୋଇଯିବ ଏବଂ ଚନ୍ଦ୍ର ପୃଷ୍ଠ ଉପରେ ଏହା ଭାସମାନ ଅବସ୍ଥାରେ ରହି ଲ୍ୟାଣ୍ଡିଂ ସ୍ଥାନର ସର୍ଭେ କରିବ। ଏହା ପରେ ୧୫୦ ମିଟର ଉଚ୍ଚତାରେ ପହଞ୍ଚତ୍ବା ପରେ ସବୁଠୁ ଲ୍ୟାଣ୍ଡିଂ ସ୍ଥାନ ଚିହ୍ନଟ କରିବ। ଶେଷରେ ମାତ୍ର ୨ଟି ଇଞ୍ଜିନ ଚାଲୁଥିବାବେଳେ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ। ଏହାର ଲେଗ୍‌ଗୁଡ଼ିକୁ ଏଭଳି ଡିଜାଇନ କରାଯାଇଛି ଯାହା ସେକେଣ୍ଡ ପ୍ରତି ୩ ମିଟର ବେଗର ପ୍ରଭାବକୁ ଗ୍ରହଣ କରିପାରିବ। ଲେଗ୍‌ର ସେନ୍‌ସର ଚନ୍ଦ୍ରପୃଷ୍ଠ ଛୁଇଁବା ଅନୁଭବ କରିବା ପରେ ଏହାର ଇଞ୍ଜିନଗୁଡ଼ିକ ବନ୍ଦ ହୋଇଯିବ ଓ ୨୦ ମିନିଟ୍‌ ଉତ୍କଣ୍ଠାର ଅବସାନ ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri