ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି ବ୍ଲକ ପ୍ରଶାସନ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ପିଇଓଙ୍କ ନାମରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପିଇଓ ଲେମ୍ବୁ ଶିଖା ଏହାର ଉତ୍ତର ରଖିଛନ୍ତି ଓ ନିଜର ତଥ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାଖଲ କରିଛନ୍ତି। ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତରେ ଯେତିକି ଉନ୍ନୟନ କାମ ହୋଇଛି, ସେହି କାମ ଗୁଡିକରେ ପ୍ରଥମେ କନିଷ୍ଠ ଯନ୍ତ୍ରୀଙ୍କ ମାପ କରିଛନ୍ତି, ତାପରେ ଅତିରିକ୍ତ ଏକଯ୍ୟୁକେଟିଭ ର୍ନିବାହି ଯନ୍ତ୍ରୀ ଚେକ ମାପ କରିଛନ୍ତି ଏବଂ ବିଡ଼ିଓଙ୍କ କାଉଣ୍ଟର ସିଗନେଚର ହେଲା ପରେ ଟଙ୍କା ବ୍ୟାଙ୍କରୁ ଉଠାଯାଇ ବିଭିନ୍ନ ଉନ୍ନୟନ କାମରେ ନିୟୋଜିତ ଲୋକମାନଙ୍କୁ ଓ ବିଭିନ୍ନ ସାମଗ୍ରୀର ପେମେଣ୍ଟ କାରାଯାଇଛି। ବ୍ଲକରୁ କୌଣସି ଅଧିକାରୀ ଚାଞ୍ଚେର କିମ୍ବା ଉତ୍କେଳା ଗ୍ରାମପଞ୍ଚାୟତର କୌଣସି କ୍ୟାସ ବହି କିମ୍ବା କ୍ୟାସ ରେକର୍ଡ ଯାଞ୍ଚ କରିନାହାନ୍ତି। ଯେଉଁ ଅଭିଯୋଗ କରାଯାଇଛି ତାହା, ମୋତେ ବଦନାମ କରିବାକୁ ଷଢଯନ୍ତ୍ର କରାଯାଇଛି ବୋଲି ପିଇଓ ପ୍ରକାଶ କରିଛନ୍ତି । ଦୁଇଗୋଟି ଗ୍ରାମ ପଞ୍ଚାୟତ ନାମରେ ଯେଉଁ ସ୍ବତନ୍ତ୍ର ଅଡିଟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ପଞ୍ଚାୟତରାଜ ବିଭାଗକୁ ପଠାଯାଇଛି ,ତାହା ସୱତନ୍ତ୍ର ଅଡିଟ ହେଲେ ସମସ୍ତ ସତ୍ୟ ଜଣାପଡ଼ିବ ବୋଲି ଶିଖା କହିଛନ୍ତି।

ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ତାହା କେଶ ବୁକରେ ସବୁ ତଥ୍ୟ ଠିକ ଭାବେ ଉଲ୍ଲେଖ କରାଯାଇଛି ।ଅନଲାଇନ କ୍ୟାସବହିରେ କିଛି ତ୍ରୁଟି ଯୋଗୁଁ ଅନଲାଇନ ରେ ସୋ କରୁନାହିଁ ବୋଲି ର୍ନିବାହୀ ଅଧିକାରୀ ଶିଖା କହିଛନ୍ତ। ଉତ୍କେଳା ଗ୍ରାମ ପଞ୍ଚାୟତ ର ଅମୃତ ଧାରା କାର୍ଯ୍ୟ ର କୌଣସି ଟଙ୍କା ମୋ ସମୟରେ ଉଠାଯାଇ ନାହିଁ ଓ ବନ୍ଧ ନିଲାମ ବାବଦରେ ୧ଲକ୍ଷ୧୬ହଜାର ୩୦୦ ଟଙ୍କା ର ରସିଦ ସମ୍ପୃକ୍ତ ମହିଳା ସୟଂ ସହାୟକ ଗୋଷ୍ଠିଙ୍କୁ ପ୍ରଦାନ କରାଯାଇଛି। କ୍ୟାସ ବହିରେ ଲିପିବଦ୍ଧ ହୋଇଛି ବୋଲି ଶିଖା ପ୍ରକାଶ କରିଛନ୍ତି। କିନ୍ତୁ ଜୈନିକ ଖବରକାଗଜରେ ଯେଉଁ ତଥ୍ୟ ୧ ଏକ ଲକ୍ଷ ୧୬ ହଜାର ୩୦୦ ପରିବର୍ତ୍ତେ ୧ଏକ ଲକ୍ଷ ୬୦ ହଜାର ବୋଲି ଲେଖି ଭୁଲ ତଥ୍ୟ ପ୍ରସାରଣ କରାଯାଇଛି । ଏ ନେଇ ର୍ନିବାହି ଅଧିକାରୀ ଲେମ୍ବୁ ଶିଖାଙ୍କୁ ପଚାରିବାରୁ ମୋତେ ବଦନାମ କରିବାକୁ କିଛି ଲୋକଙ୍କ ଇଙ୍ଗିତ ରେ କିଛି ର୍ନିଦ୍ଧିଷ୍ଟ ଖବକାଗଜ ମାନଙ୍କରେ ପ୍ରସାରଣ କରାଯାଉଛି ଓ ଏହା ଏକ ସଡଯନ୍ତ୍ର କପୋଲ କଳ୍ପିତ , ମିଥ୍ୟା ଓ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ପହଲଗାମ ଆତଙ୍କବାଦୀ ଆକ୍ରମଣ ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସକୁ ପାଠ ପଢାଇଲେ ଆମେରିକା ସରକାର

ନୂଆଦିଲ୍ଲୀ/ୱାଶିଂଟନ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

ଢାବା ମାଲିକଙ୍କ ଉପରେ ଗୁଳିମାଡ଼

ରାଉଲକେଲା,୨୫।୪(ସଂଗୀତା ଜେନା):ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ୭ ରୁ ୮ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ଏବଂ ଛୁରି ଦେଖାଇ ଡକାୟତି...

ଦ୍ୱିତୀୟ ବିବାହ ପାଇଁ ପୁଅଙ୍କୁ ହତ୍ୟା: ପଥର ଖାଦାନରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଜେନାପୁର/ଧର୍ମଶାଳା,୨୫।୪(ଅଶୋକ ଦାସ/ ବଟକୃଷ୍ଣ ପରିଡ଼ା): ଯାଜପୁର ଜିଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇ ଯାଇଥିବା ୬ ବର୍ଷର ନାବାଳକ ଶିବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri